ସରୁନି ସୁମିତ୍ରାଙ୍କ ସଂଘର୍ଷ

ପାଲଲହଡ଼ା, ୬।୯(ଡି.ଏନ୍‌.ଏ.):  ମା’ବାପା ବଞ୍ଚତ୍ଥିଲେ ଅଜାଡ଼ି ଦେଇଥାଆନ୍ତେ ସ୍ନେହ ସରାଗ। ରାତି ପାହିବା ବେଳକୁ ପେଟକୁ ଚିହ୍ନି ଯୋଗାଇ ଦେଇଥାଆନ୍ତେ ଖାଇବା। ଯେନତେନ କରି ନିଜେ ମୁଣ୍ଡାଇ ଥାଆନ୍ତେ ଘର ଜଞ୍ଜାଳ। ହେଲେ ୧୭ ବର୍ଷୀୟା ସୁମିତ୍ରା କୁଙ୍କାଲଙ୍କ ପାଇଁ ଏସବୁ ପାଲଟିଛି ସ୍ବପ୍ନ। କାରଣ ୪ ବର୍ଷ ମଧ୍ୟରେ ମା’ବାପା ଆରପାରିକୁ ଚାଲିଯିବା ପରେ ଏବେ ତାଙ୍କ କଅଁଳ କାନ୍ଧ ବୋହୁଛି ପରିବାରର ବୋଝ। ୪ ଭଉଣୀଭାଇଙ୍କ ସ୍ବପ୍ନ ପୂରଣ କରିବା ପାଇଁ ମରିଯାଇଛି କଲେଜ ଶିକ୍ଷାର ଇଚ୍ଛା। ମୂଲମଜୁରି ଖଟିଲେ ଚୁଲି ଜଳୁଛି। କଳ ବଳ କୌଶଳ ଲଗାଇ ଏଭଳି ଦୁର୍ଦ୍ଦିନରୁ ବାହାରିବାକୁ ଅହରହ ଉଦ୍ୟମ ଚଳାଇଥିଲେ ହେଁ ସରୁନି ସୁମିତ୍ରାଙ୍କ ସଂଘର୍ଷ। ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ବତିସୁଆଁ ପଞ୍ଚାୟତ ବାଲିମ ସୋଲଡା ଗ୍ରାମରୁ ଆସିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ।
ଜୀବନ ସଂଘର୍ଷର କରୁଣ କାହାଣୀ ବଖାଣି ସୁମିତ୍ରା କହିଛନ୍ତି, ୪ ବର୍ଷ ତଳେ ବାପା ପାଗାନ କୁଙ୍କାଲଙ୍କ ହଠାତ୍‌ ମୃତ୍ୟୁ ହୋଇଗଲା। ଏହାର ୨ ବର୍ଷ ପରେ ମା’ ଗବାଇ ମଧ୍ୟ ଚାଲିଗଲେ ଆରପାରିକୁ। ଅଭାବ ଅନଟନ ମଧ୍ୟରେ ମାଟ୍ରିକ ପାସ୍‌ କଲେ। ଉଚ୍ଚ ଶିକ୍ଷିତ ହୋଇ ଭଲ ଚାକିରି କରିବା ଆଶାରେ ପାଲଲହଡ଼ା ମାଲ୍ୟଗିରି କଲେଜରେ ନାମ ମଧ୍ୟ ଲେଖାଇଥିଲେ। ହେଲେ ଆର୍ଥିକ ସଙ୍କଟ ଏବଂ ପରିବାର ଚଳାଇବାକୁ କେହି ନ ଥିବାରୁ ବାଧ୍ୟ ହୋଇ ପାଠପଢ଼ାରେ ଡୋରି ବାନ୍ଧିଲେ। ଏବେ ମୂଲମଜୁରି କଲେ ଦି ଓଳି ଦାନା ଯୋଗାଡ଼ ହୋଇପାରୁଛି। ତଥାପି ନିଜ ସ୍ବପ୍ନକୁ ଜଳାଞ୍ଜଳି ଦେଇ ଭଉଣୀଭାଇଙ୍କ ସ୍ବପ୍ନ ପୂରଣ କରିବାରେ ଲାଗିପଡ଼ିଛନ୍ତି ସେ। ଭଉଣୀ ଫୁଲମୟୀ (୧୪), ରାନ୍ଦାଏ (୧୧) କମ୍ପରକେଳା ସେବାଶ୍ରମରେ ପଢୁଥିଲେ। ତେବେ ଦୁଇବର୍ଷ ହେଲା କରୋନା କଟକଣା ଯୋଗୁ ବିଦ୍ୟାଳୟ ବନ୍ଦ ଥିବାରୁ ସେମାନେ ଘରେ ଅଛନ୍ତି। ଭାଇ କାହ୍ନୁ (୮) ପଳାସବାହାଲ ସେବାଶ୍ରମରେ ପଢୁଥିବାବେଳେ ମା’ଙ୍କ ମୃତ୍ୟୁ ପରେ ସେ ପାଠପଢ଼ା ଛାଡ଼ି ଦେଇଛନ୍ତି। ସେହିପରି ସାନଭାଇ ଗାର୍ଦି ମାତ୍ର ୬ ବର୍ଷର ହୋଇଥିବାରୁ ତା’ର ଲାଳନପାଳନ କଥା ନିଜକୁ ବୁଝିବାକୁ ପଡୁଥିବା ସୁମିତ୍ରା କହିଛନ୍ତି।
ସୁମିତ୍ରାଙ୍କ ପରିବାରକୁ ମିଳୁଥିବା ସରକାରୀ ସହାୟତା ଟଙ୍କିକିଆ ଚାଉଳରେ ସୀମିତ। ତାହା ବି ମାତ୍ର ୪ ଜଣଙ୍କୁ ମିଳୁଛି। ଗାର୍ଦିଙ୍କୁ ଏଯାଏ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇନାହିଁ। ଝାଟିମାଟି ଘରେ ବଡ଼କଷ୍ଟରେ ରହୁଥିବାବେଳେ ମା’ବାପା ଛେଉଣ୍ଡ ଆଦିବାସୀ ସମ୍ପ୍ରଦାୟର ଏହି ପରିବାରକୁ ପ୍ରଶାସନ ପକ୍ଷରୁ ଆବାସ କି ସୌଭାଗ୍ୟ ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ଝାଟିମାଟି ଘରେ ବିନା ବିଦ୍ୟୁତ୍‌ ସଂଯୋଗରେ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି ୫ ଭଉଣୀଭାଇ। ଏଭଳି ଅନାଥ ପିଲାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ପାଲଲହଡ଼ା ଉପଜିଲାପାଳ ଅଜିତ କୁମାର ପ୍ରଧାନ କହିଛନ୍ତି, ଏଭଳି ଘଟଣା ସ୍ପର୍ଶକାତର। ଏହାର ତଦନ୍ତ କରାଯିବ। ସମ୍ପୃକ୍ତ ପରିବାରକୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri