ସଙ୍ଗଠନ ଆଳରେ ବିଦ୍ୱେଷଭାବ ସୃଷ୍ଟି କରୁଥିଲେ ମାନସ

ଖୋର୍ଦ୍ଧା ଅଫିସ,୪।୯: ବେଗୁନିଆ ଥାନା ଅଧୀନ ଅଭିମାନପୁରର ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମାନବବାଦ ସଙ୍ଗଠନର ମୁଖ୍ୟ ତଥା ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କୁ ଗୁରୁବାର ପୋଲିସ ଗିରଫ କରଛି। ସେହିପରି କଡ଼ବ ଗ୍ରାମର ମାଗୁଣି ନାଏକ ଏବଂ ତାଙ୍କ ପୁଅ ଆନନ୍ଦଙ୍କୁ ବନ୍ଦ କୋଠରିରେ ମାନବବାଦ ସଙ୍ଗଠନର କର୍ମକର୍ତ୍ତା ମାଡ଼ ମାରିବା ଘଟଣାରେ ମାନସଙ୍କ ପୁଅ ମନୋରଞ୍ଜନଙ୍କୁ ଗିରଫ କରାଯାଇଛି। ସଙ୍ଗଠନ ଆଳରେ ମାନସ ନିରୀହ ଆଦିବାସୀଙ୍କ ମଧ୍ୟରେ ବିଦ୍ୱେଷଭାବ ସୃଷ୍ଟି କରୁଥିଲେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଉଭୟଙ୍କ ଗିରଫ ପରେ ସେମାନଙ୍କ ଦ୍ୱାରା ନିର୍ଯାତିତ ଏବଂ ଆକ୍ରମଣର ଶିକାର ହୋଇଥିବା ଆଦିବାସୀ ପରିବାର ଆଶ୍ୱସ୍ତ ହୋଇଛନ୍ତି। ଅନ୍ୟପଟେ ଗୁରୁଜୀଙ୍କ ସମର୍ଥକମାନେ ତାଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି। ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ମତାମତଭିତ୍ତିକ ଉପସ୍ଥାପନା।

ଫାଶୀ ଦିଆଗଲେ ଆତ୍ମାକୁ ଶାନ୍ତି ମିଳିବ
ମାନବବାଦ ସଙ୍ଗଠନ ଛାଡ଼ିବାରୁ ସ୍ବାମୀଙ୍କୁ ସଙ୍ଗଠନର ମୁଖ୍ୟ ମାନସଙ୍କ ସମର୍ଥକମାନେ ଅକଥନୀୟ ଅତ୍ୟାଚାର କରିବା ସହ ପିଟିପିଟି ମାରିଦେଲେ। ମାନସଙ୍କୁ ଫାଶୀ ଦିଆଗଲେ ଆତ୍ମାକୁ ଶାନ୍ତି ମିଳିବ। ସେ ମାନବବାଦ ନଁାରେ ପଶୁତ୍ୱ ଭଳି ଆଚରଣ କରୁଛନ୍ତି। ନିରୀହ ଆଦିବାସୀଙ୍କୁ ସଙ୍ଗଠନ ଆଳରେ ବିଦ୍ୱେଷଭାବ ସୃଷ୍ଟି କରୁଛନ୍ତି।
-ବୁଧି ନାୟକ, ମୃତ ସତ୍ୟବ୍ରତଙ୍କ ସ୍ତ୍ରୀ, ଅଭିମାନପୁର

ମାନସଙ୍କ ଗିରଫ ପରେ ଆଶ୍ୱସ୍ତି ମିଳିଛି
ହିନ୍ଦୁ ବିରୋଧୀ ବିଚାରାଧାରା ଯୋଗୁ ମାନବାଦ ସଙ୍ଗଠନ ଛାଡିଥିଲି। ସଙ୍ଗଠନ ନଁାରେ ଅମାନବୀୟ କାର୍ଯ୍ୟ ଚାଲିଛି। ସଙ୍ଗଠନ ଆଳରେ ଏକଚ୍ଛତ୍ରବାଦ ଶାସନ କରୁଥିଲେ। ଯିଏ ବିରୋଧ କଲା, ତାଙ୍କ ରୋଷର ଶିକାର ହେଉଛନ୍ତି। ମୋ ଭଳି ଅନେକ ବ୍ୟକ୍ତି ମାଡ଼ ଖାଇ ସେମାନଙ୍କ ଭୟରେ ମୁହଁ ଖୋଲୁ ନ ଥିଲେ। ସେଦିନର ମାଡ଼ କଥା ମନରୁ ଯାଇନାହିଁ। ମାନସ ଗିରଫ ହେବା ପରେ ଆଶ୍ୱସ୍ତି ଅନୁଭବ କରୁଛୁ।
-ମାଗୁଣି ନାୟକ, କଡ଼ବ
ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସ ଓ ତାଙ୍କ କର୍ମକର୍ତ୍ତାଙ୍କ ଦ୍ୱାରା ନିର୍ଯାତିତ ଓ ଗ୍ରାମରୁ ବିତାଡିତ ହୋଇ ୭ବର୍ଷ ହେବ ରାସ୍ତାକଡ଼ ଜଙ୍ଗଲରେ ୬ ପରିବାର ଆଶ୍ରୟ ନେଇଛୁ। ଘର ଭାଙ୍ଗିବା ସହ ସର୍ବସ୍ବ ଲୁଟିନେଇଥିଲେ। ନିରାଶ୍ରୟ ଭାବେ ଏଠି ଖୋଲା ଆକାଶ ତଳେ ଜୀବନ ବିତାଉଛୁ। ମାନସଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଦାବି କରୁଛି।
-ସାନୁଜ ନାୟକ, ଡାଳତୋଳା
ଆଇନସେବାକୁ ବଦନାମ କରୁଛନ୍ତି
ଆଇନସେବାରେ ନିୟୋଜିତ ହୋଇ ଏଭଳି କାର୍ଯ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ। ଗରିବ, ନିରୀହ ଆଦିବାସୀ ଯେଉଁମାନଙ୍କ ଆଇନ ଉପରେ ଜ୍ଞାନ ନାହିଁ, ସେମାନଙ୍କୁ ନେଇ ସଙ୍ଗଠନ ଆଳରେ ବିଧର୍ମୀ କାର୍ଯ୍ୟ କରୁଛନ୍ତି। ସୋମାନଙ୍କୁ ପ୍ରଭାବିତ କରି ଧର୍ମାନ୍ତରୀକରଣ କାର୍ଯ୍ୟ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ବ୍ୟକ୍ତିଗତ ପରିବର୍ତ୍ତନ ଲକ୍ଷ୍ୟ ନାହିଁ ବରଂ ସାମାଜିକ ଏବଂ ରାଷ୍ଟ୍ରୀୟ ଜୀବନକୁ ମଧ୍ୟ ନଷ୍ଟ କରି ଚାଲିଛନ୍ତି।
-ସତ୍ୟରଞ୍ଜନ ଲାଲା, ବରିଷ୍ଠ ଆଇନଜୀବୀ

ସମାଜରେ ବିଭେଦ ସୃଷ୍ଟି କରୁଛନ୍ତି
ଭାରତୀୟ ଆର୍ଯ୍ୟ ସଂସ୍କୃତି ପ୍ରାଚୀନ ସଂସ୍କୃତି। ଆର୍ଯ୍ୟ ଓ ଦ୍ରାବିଡ ସଂସ୍କୃତି ଆଳରେ ଦେଶରେ ବିଦ୍ୱେଷଭାବ ସୃଷ୍ଟି କରୁଛନ୍ତି। ସମାଜ ବିରୋଧୀ ଏବଂ ବିଧର୍ମୀ କାର୍ଯ୍ୟ କରୁଛନ୍ତି। ମିଶିନାରି ସଂସ୍ଥା ଦ୍ୱାରା ପରିଚାଳିତ ହୋଇ ମାନବବାଦ ସଙ୍ଗଠନ ନଁାରେ ସମାଜରେ ବିଶୃଙ୍ଖଳା ସୃଷ୍ଟି ସହ ରାଷ୍ଟ୍ର ବିରେଧୀ କାର୍ଯ୍ୟ କରୁଛନ୍ତି। ଏହାକୁ ଦୃଢ଼ ନିନ୍ଦା କରୁଛି। ଆଗାମୀ ଦିନରେ ଏହାକୁ ତୀବ୍ର ବିରୋଧ କରାଯିବ।
-ଅଜିତ୍‌ ପଟ୍ଟନାୟକ, ହିନ୍ଦୁ ଜାଗରଣ
ସାମ୍ମୁଖ,ରାଜ୍ୟ ସଭାପତି
ମିଥ୍ୟା କେସ୍‌ରେ ଫସାଇ ଦିଆଯାଇଛି
ଗୁରୁଜୀ ଆମ ପାଇଁ ଭଗବାନ। ଆମକୁ ଭୁଲ୍‌ ବାଟରୁ ଭଲ ବାଟକୁ ଆଣିଛନ୍ତି। ଦୀର୍ଘ ବର୍ଷ ହେବ ଗୁରୁଜୀଙ୍କ ସହ କାମ କରୁଛି। ସେ ନିର୍ଦ୍ଦୋଷ। ତାଙ୍କୁ ମିଥ୍ୟା କେସ୍‌ରେ ଫସାଇ ଦିଆଯାଇଛି। ସେ କୌଣସି ଭୁଲ୍‌ କରିନାହାନ୍ତି। ଯିଏ ଆଦିବାସୀଙ୍କୁ ଭଲ ବାଟ ଦେଖାଉଥିଲେ, ତାଙ୍କୁ ବିନା କାରଣରେ ପୋଲିସ ଗିରଫ କରିଛି। ଏହାର ଦୃଢ଼ ପ୍ରତିବାଦ କରୁଛି।
-ଦୀପକ ନାୟକ, ଗୁରୁଜୀଙ୍କ ସମର୍ଥକ, ହିଡ଼ପୁର
ଗୁରୁଜୀଙ୍କ ନଁାରେ ମିଥ୍ୟା ପ୍ରଚାର କରୁଛନ୍ତି
ଦୀର୍ଘବର୍ଷ ହେବ ମାନବବାଦ ସଙ୍ଗଠନରେ ରହିଛି। ଗୁରୁଜୀ ସବୁବେଳେ ମାର୍ଗଦର୍ଶନ ଦେଇଥାନ୍ତିି। ମହିଳାମାନେ ସିନ୍ଦୂର, କାଚ ପିନ୍ଧିବେ ନାହିଁ ବୋଲି ଗୁରୁଜୀ କେବେ କହିନାହାନ୍ତି। ତାଙ୍କ ନାମରେ ଅପପ୍ରଚାର କରାଯାଉଛି। ଯେଉଁମାନେ ଅଭିଯୋଗ କରୁଛନ୍ତି ସେମାନେ ମିଥ୍ୟା କହୁଛନ୍ତି।
-ସୁମତି ନାୟକ,
ଗୁରୁଜୀଙ୍କ ସମର୍ଥକ, ରଣପୁର


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri