ଲୁଟ୍‌ ଅପେକ୍ଷାରେ ୬ କଳାପଥର ଖାଦାନ

ଯାଜପୁର ଅଫିସ,୩।୯: ଲଘୁ ଖଣିଜ ସମ୍ପଦରେ ଭରପୁର ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ୫ ହେକ୍ଟରରୁ ଊର୍ଦ୍ଧ୍ୱ ୬ କଳାପଥର ଖାଦାନ ଓ ଗୋଟିଏ ବାଲୁକା ଖାଦାନରୁ ଉପତ୍ାଦନ ପାଇଁ ଜନଶୁଣାଣି ଅପେକ୍ଷାରେ ରହିଛି। ଏଥିପାଇଁ ପରିବେଶ ସଂଘାତ ଆକଳନ ଓ ପରିଚାଳନା ଯୋଜନାର ନିର୍ବାହୀ ସାରାଂଶ ପ୍ରସ୍ତୁତ ହୋଇ ସାରିଛି। ତେବେ ଜିଲା ପ୍ରଶାସନ ପକ୍ଷରୁ ସମୟ, ତାରିଖ, ସ୍ଥାନ ଇତ୍ୟାଦି ନିର୍ଦ୍ଧାରଣ ହୋଇ ନ ଥିବାରୁ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏଥିପାଇଁ ପ୍ରଶାସନିକ ଅଧିକାରୀଙ୍କୁ ବିଭିନ୍ନସ୍ତରରେ ଚାପ ସୃଷ୍ଟି କରାଯାଉଥିବା ଚର୍ଚ୍ଚାର ବିଷୟ ହେଉଛି।
୯୦.୫୬୨ ଏକର (୩୬.୬୫ ହେକ୍ଟର) ପରିମିତ ବିଛାଖଣ୍ଡି ପାହାଡ଼ରେ ପ୍ରଚୂର ପରିମାଣରେ ମୂଲ୍ୟବାନ କଳାପଥର ଗଚ୍ଛିତ ରହିଛି। ତେବେ ବିଗତ ଦିନରେ ଏହି ପାହାଡ଼ରୁ କଳାପଥର ଲୁଟ୍‌ ଏକ ନିତିଦିନିଆ ଘଟଣା ହୋଇଥିଲା। ତେବେ ଗଣମାଧ୍ୟମରେ ନିୟମିତ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ବିଛାଖଣ୍ଡି ପାହାଡ଼ରେ ଚୋରି ରୋକିବାକୁ ଉଦ୍ୟମ ହୋଇଥିଲା। ଏପରି କି ୧୪୪ ଧାରା ମଧ୍ୟ ଜାରି କରାଯାଇଥିଲା। ବର୍ତ୍ତମାନ ଖାଦାନ ବନ୍ଦ ରହିଥିଲେ ହେଁ କାଁଭାଁ ଚୋରି ହେଉଥିବା ଅଭିଯୋଗ ହେଉଛି। ଏହିକ୍ରମରେ ବିଛାଖଣ୍ଡି ପାହାଡ଼ରେ ୫ଟି ଖାଦାନରୁ କଳାପଥର ଉତ୍ତୋଳନ ପାଇଁ ଲିଜ୍‌ ଦେବାକୁ ତହସିଲ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। କ୍ଲଷ୍ଟର-୪(କ)ରେ ୮.୦୮ ହେକ୍ଟର, କ୍ଲଷ୍ଟର-୪(ଖ)ରେ ୧୦.୫୨ ହେକ୍ଟର, କ୍ଲଷ୍ଟର-୪(ଗ)ରେ ୬.୭୦ ହେକ୍ଟର, କ୍ଲଷ୍ଟର-୪(ଘ)ରେ ୬.୨୯ ହେକ୍ଟର ଏବଂ କ୍ଲଷ୍ଟର-୪(ଙ)ରେ ୫.୦୬ ହେକ୍ଟର ପରିମିତ ଅଞ୍ଚଳରୁ ପଥର ଉତ୍ତୋଳନ କରାଯିବ। ଏଥିପାଇଁ କଲ୍ୟାଣୀ ଲାବୋରୋଟୋରିଜ ପ୍ରାଇଭେଟ ଲିଃ ପକ୍ଷରୁ ଏକ ସନ୍ଦର୍ଭ ପ୍ରସ୍ତୁତ ହୋଇଛି। ଏଥିରେ ମହଜୁଦ ୬୭୪୯୧୯୬ ଘନମିଟର କଳାପଥରରୁ ୧୦ ବର୍ଷ ମଧ୍ୟରେ ୪୭୫୦୦୦ ଘନମିଟର ଉତ୍ତୋଳନ ହେବ। ପ୍ରସ୍ତାବିତ ଖଣି ଖନନ ଯୋଗୁ ଭୂମି ଅବକ୍ଷୟ, ଭାସମାନ ଧୂଳିକଣା, ମୃତ୍ତିକା କ୍ଷୟ ପ୍ରଦୂଷଣର କାରଣ ହେବ ବୋଲି ଉଲ୍ଲେଖ ରହିଛି। ଏହାବାଦ୍‌ ଖଣି ଚାରିପଟେ ବାୟୁ ଓ ଭୂମି ପରିବେଶ ଉପରେ କୁପ୍ରଭାବ ପଡିବ, ଯାହାକି ପରେ ମାନବୀୟ, ସାମାଜିକ ତଥା ଅର୍ଥନୈତିକ ଲାଭଜନକ ଯୋଜନା ଦ୍ୱାରା କ୍ଷଣ ଭରଣା ହୋଇ ପାରିବ ବୋଲି ମଧ୍ୟ ଦର୍ଶାଯାଇଛି। ପ୍ରସ୍ତାବିତ ପଥର ଖଣିରେ ୩୨୫ ଜଣ ଲୋକଙ୍କ ପାଇଁ ନିଯୁକ୍ତିର ସୁଯୋଗ ରହିବ। ତେବେ ପଥର ଉତ୍ତୋଳନ ହେବା ସମୟରେ ଆଇନ ଅନୁସାରେ ନିୟମିତ ଭାବେ ତଦନ୍ତ ହେଉ ନ ଥିବାରୁ ଆରୁହା ଭଳି ଅତ୍ୟଧିକ ପଥର ଚୋରି ହେବାର ଆଶଙ୍କା ରହିଛି ବୋଲି ମତପ୍ରକାଶ ପାଇଛି।
ଅନୁରୂପ ଭାବେ ରାହାଡ଼ପୁର ପାହାଡ଼ କ୍ଲଷ୍ଟର-୭ ରୁ ୪୨.୪୦ ହେକ୍ଟର ପରିମିତ ଅଞ୍ଚଳରୁ ପଥର ଉତ୍ତୋଳନ କରିବାକୁ ପ୍ରସ୍ତୁତି କରାଯାଇଛି। ଏହି ଖାଦାନରେ ୧,୧୪,୬୫,୯୩୩ ଘନମିଟର ଖନନ ଯୋଗ୍ୟ ଭଣ୍ଡାର ରହିଥିବାବେଳେ ୧୦ ବର୍ଷରେ ୧,୧୦,୦୦,୦୦୦ ଘନମିଟର ପଥର ଉତ୍ତୋଳନ କରିବାକୁ ଧାର୍ଯ୍ୟ ହୋଇଛି। ଏଥିରେ ମଧ୍ୟ ୭୩୩ ଜଣ ଶ୍ରମିକଙ୍କୁ ନିୟୋଜିତ କରାଯିବ ବୋଲି ଦର୍ଶାଯାଇଛି। ତେବେ ବାସ୍ତବରେ ଉପରୋକ୍ତ ତଥ୍ୟ କେତେଦୂର କାର୍ଯ୍ୟକାରୀ କରାଯାଉଛି ଏବଂ ନିର୍ଦ୍ଧାରିତ ପରିମାଣ ଉତ୍ତୋଳନକୁ ପ୍ରଶାସନ ଜଗୁଛି କି ନାହିଁ ତାହା ସମୟ ହିଁ କହିବ ବୋଲି ମତପ୍ରକାଶ ପାଇଛି। ପୂର୍ବରୁ ଡଙ୍କାରୀ ଓ ଆରୁହା ପାହାଡ଼ରୁ ଲୁଟ କଳାପଥର ଅଭିଯୋଗ ମାମଲା ଦବି ଯାଇଛି। ଡଙ୍କାରୀ ରାଜସ୍ବ ନୀରିକ୍ଷକ(ଆରଆଇ)ଙ୍କ ତଦନ୍ତ ରିପୋର୍ଟ ଆଧାରରେ ଧର୍ମଶାଳା ତହସିଲଦାରଙ୍କ ମାମଲା ରୁଜୁ ମଧ୍ୟ ଏଠାରେ କାର୍ଯ୍ୟକାରୀ ହୋଇପାରିନାହିଁ। ଆରୁହା ପାହାଡ଼ରୁ ନିର୍ଦ୍ଧାରିତ ଲିଜ୍‌ ଏରିଆଠାରୁ ବହୁ ଗୁଣରେ ଅଧିକ ମୂଲ୍ୟବାନ କଳାପଥର ବେଆଇନ ଭାବେ ଉତ୍ତୋଳନ ହୋଇଛି। ଏଥିପାଇଁ ରାଜ୍ୟ ସରକାର ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରାଜସ୍ବ ହରାଇଛନ୍ତି। ଏହିମର୍ମରେ ଓଡ଼ିଶା ଲୋକାୟୁକ୍ତରେ ୧୩୫୫/୨୦୨୦ରେ ଏକ ମାମଲା ବିଚାରାଧୀନ ରହିଛି। ତେଣୁ ଏଠାରେ ଧାର୍ଯ୍ୟ ଚୁକ୍ତିକୁ ଜଳାଞ୍ଜଳି ଦେଇ ବହୁ ଗୁଣରେ ଅଧିକ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ହେବା ସାଧାରଣ ଘଟଣା ହୋଇଛି।
ଅନ୍ୟପକ୍ଷେ ୫୩ ନମ୍ବର ଜାତୀୟ ରାଜପଥର ଧର୍ମଶାଳା ତହସିଲ ଅନ୍ତର୍ଗତ କବାଟବନ୍ଧ ବ୍ରିଜ ନିକଟରେ ୮.୦୯୩ ହେକ୍ଟର ପରିମିତ ରାଇଚନ୍ଦା ବାଲୁକା ଖଣିରୁ ବାଲି ଉତ୍ତୋଳନ କରିବାକୁ ଯୋଜନା ରହିଛି। ଏଥିପାଇଁ ପରିବେଶଗତ ଅନୁମତି ପାଇଁ ଜନଶୁଣାଣି କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ତେବେ ଏହା କାର୍ଯ୍ୟକାରୀ ହୋଇ ନ ଥିଲେ ହେଁ ବେଆଇନ ଭାବେ ସେଠାରୁ ନିୟମିତ ଭାବେ ମେଶିନ ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri