Posted inଫୁରସତ

ପିଲାଙ୍କୁ ହୃଦ୍‌ରୋଗ: ଠିକ୍‌ ସମୟରେ ଚିକିତ୍ସା ଜରୁରୀ

ଆଜିକାଲି ହୃଦ୍‌ରୋଗ ସାଧାରଣ ରୋଗ ହୋଇଗଲାଣି। ଟେକ୍ନୋଲୋଜି ଯେତେ ଉନ୍ନତି ହେଉଛି ରୋଗୀଙ୍କ ସଂଖ୍ୟା ମଧ୍ୟ ସେଭଳି ବଢ଼ିଚାଲିଛି। ପୂର୍ବାପେକ୍ଷା ଏବେ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ଏହି ଭୟଙ୍କର ରୋଗ ଛୋଟ ପିଲାଙ୍କୁ ବି ଛାଡ଼ୁନି। ତେବେ ଉଚିତ ସମୟରେ ଚିକିତ୍ସା କରିଦେଲେ ପିଲାଟି ସାଧାରଣ ଜୀବନ ବିତାଇପାରିବ। ପିଲାଙ୍କୁ ହୃଦ୍‌ରୋଗ ହେବାର କାରଣ କ’ଣ, ନିରାକରଣ, ଚିକିତ୍ସା ସମ୍ପର୍କରେ ଶିଶୁ ହୃଦ୍‌ରୋଗ ବିଶେଷଜ୍ଞ ଡା. ସନ୍ଦୀପ ମହାନ୍ତିଙ୍କ ସହିତ ଧରିତ୍ରୀର ଅସମାପିକା ସାହୁଙ୍କ ଆଳାପ।

ପ୍ରଶ୍ନ- କେତେ ପ୍ରତିଶତ ପିଲାଙ୍କ କ୍ଷେତ୍ରରେ ହୃଦ୍‌ରୋଗ ଦେଖାଯାଉଛି?
ଉତ୍ତର- ଯଦି ୧୦୦ ପିଲା ଜନ୍ମ ହୁଅନ୍ତି, ସେଥିରୁ ଗୋଟିଏ ପିଲାର ହୃଦ୍‌ରୋଗ ରହୁଛି। ସେହିଭଳି ଯଦି ୧୦୦ ପିଲାଙ୍କର ହୃଦ୍‌ରୋଗ ରହିଛି, ସେଥିମଧ୍ୟରୁ ୨୫ ଜଣ ଏମିତି ଥିବେ, ଯେଉଁମାନଙ୍କ ପ୍ରଥମ ମାସ ଭିତରେ ଚିକିତ୍ସା ନ କଲେ ସେମାନଙ୍କ ଜୀବନ ପ୍ରତି ବିପଦ ଆସିବ।
ପ୍ରଶ୍ନ- ପିଲାଙ୍କୁ ହୃଦ୍‌ରୋଗ ହେବାର କାରଣ କ’ଣ? ଏହା ଜେନେଟିକ୍‌ କି ?
ଉତ୍ତର- କେତେଟା କେସ୍‌ରେ ଜେନେଟିକ୍‌ ପ୍ରୋବ୍ଲେମ ଥାଏ। କିନ୍ତୁ ଅଧିକାଂଶ କ୍ଷେତ୍ରରେ ସେଭଳି କୌଣସି କାରଣ ନ ଥାଏ। ପିଲା ମା’ ପେଟରେ ଥିବାବେଳେ ଅର୍ଗାନ ସବୁ ତିଆରି ହୁଏ। ଯେତେବେଳେ ହାର୍ଟ ତିଆରି ହୁଏ ସେତେବେଳେ ହିଁ ଅସୁବିଧା ହୋଇଥାଏ।
ପ୍ରଶ୍ନ- ହୃଦ୍‌ରୋଗୀ ମହିଳା ସନ୍ତାନ ଜନ୍ମ କଲେ ଶିଶୁଙ୍କୁ ହୃଦ୍‌ରୋଗ ହୋଇପାରେ କି?
ଉତ୍ତର- ୨ରୁ ୪% ପିଲାଙ୍କୁ ହେବା ଆଶଙ୍କା ଥାଏ। କିଛି ହୃଦ୍‌ରୋଗ ରହିଛି, ଯଦି ତାହା ମା’କୁ ହୋଇଥିବ, ତେବେ ପିଲାଙ୍କୁ ହେବାର ଆଶଙ୍କା ୧୫ରୁ ୪୦% ରହିଛି।
ପ୍ରଶ୍ନ- ଛୋଟ ପିଲା ଶରୀର କଷ୍ଟ କହିପାରନ୍ତିନି। ସେ କ୍ଷେତ୍ରରେ ପିଲା ହୃଦ୍‌ରୋଗରେ ପୀଡ଼ିତ ବୋଲି ଅଭିଭାବକ ଜାଣିବେ କିପରି?
ଉତ୍ତର- ପିଲା କ୍ଷୀର ଖାଇବା ବେଳେ ଧଇଁସଇଁ ହେଉଥିବ, ରହି ରହି କ୍ଷୀର ଖାଉଥିବ, ଖାଇଲା ବେଳେ ମୁଣ୍ଡରୁ ଝାଳ ବୋହୁଥିବ, ପିଲା ନୀଳ ପଡ଼ିଯାଉଥିବ, ଓଜନ ବଢ଼ିବା କମ୍‌ ହେଉଥିବା ଭଳି ଲକ୍ଷଣ ଦେଖାଯାଏ। ବେଳେବେଳେ ଶିଶୁ ବିଶେଷଜ୍ଞ ଯେତେବେଳେ ପିଲାଙ୍କୁ ଷ୍ଟେଥୋସ୍କୋପ ପକାଇ ଦେଖନ୍ତି, ସେତେବେଳେ ଏକ ସାଉଣ୍ଡ ଆସେ, ଯାହାକୁ ଆମେ ମର୍‌ମର ବୋଲି କହୁ। ଯଦି ସେହି ମର୍‌ମର୍‌ ଡିଟେକ୍ଟ ହୁଏ, ତେବେ ପିଲାକୁ ପେଡିଆର୍ଟିକ କାର୍ଡିଓଲୋଜିଷ୍ଟ ପାଖକୁ ପଠାଯାଏ।
ପ୍ରଶ୍ନ- ହୃଦ୍‌ରୋଗ ଚିହ୍ନଟ ପାଇଁ କ’ଣ ସବୁ ଟେଷ୍ଟ କରାଯିବା ଉଚିତ?
ଉତ୍ତର- ଇକୋ କାର୍ଡିଓଗ୍ରାଫି ଟେଷ୍ଟରେ ପୂରା ନିଶ୍ଚିତ ହୋଇପାରିବା। ତା’ ସାଙ୍ଗରେ ଏକ୍ସ-ରେ, ଇସିଜି ଟେଷ୍ଟ ମଧ୍ୟ କରାଯାଏ।
ପ୍ରଶ୍ନ- ପିଲା ବଡ଼ ହେଲା ପରେ ଯଦି ରୋଗ ବାହାରେ, ସେତେବେଳେ କ’ଣ ଲକ୍ଷଣ ଦେଖାଯାଏ?
ଉତ୍ତର- ତିନୋଟି ଗ୍ରୁପ୍‌ ଅଛି। ଗୋଟେ ଗ୍ରୁପ୍‌ରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। କେବଳ ଷ୍ଟେଥୋସ୍କୋପ ପକାଇଲେ ସେହି ମର୍‌ମର୍‌ ସାଉଣ୍ଡ ଜାଣିହେବ। ଦ୍ୱିତୀୟ ଗ୍ରୁପ୍‌, ଯେଉଁମାନେ ଧଇଁସଇଁ ହେଉଥିବେ। ତୃତୀୟ ଗ୍ରୁପ୍‌ ହେଲା ଯେଉଁ ପିଲାମାନେ ଛୋଟବେଳେ ନିମୋନିଆ ହୋଇ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି ହୋଇଥିବେ, ସେମାନେ ବଡ଼ ହେଲା ପରେ ଚାଲିବା ଓ ଦୌଡ଼ିବା ବେଳେ ଧଇଁସଇଁ ହେବା ପରି ଲକ୍ଷଣ ଦେଖାଯାଏ।
ପ୍ରଶ୍ନ- ପିଲାଙ୍କ ଚିକିତ୍ସା ପଦ୍ଧତି ବଡ଼ମାନଙ୍କଠାରୁ ଅଲଗା ନା ସମାନ ଥାଏ ?
ଉତ୍ତର- ସାଧାରଣତଃ ପିଲାମାନଙ୍କଠାରେ କଞ୍ଜେନିଟାଲ ଓ ବଡ଼ମାନଙ୍କର କରୋନାରି ଆର୍ଟେରି ଡିଜିଜ୍‌ ଦେଖାଯାଏ। ଦୁଇଟି ରୋଗ ଯେହେତୁ ଅଲଗା, ତେଣୁ ଏହାର ଚିକିତ୍ସା ପଦ୍ଧତି ମଧ୍ୟ ଅଲଗା। ପିଲାମାନଙ୍କର କଞ୍ଜେନିଟାଲ ଡିଜିଜ୍‌କୁ ଦୁଇ ପ୍ରକାର ପଦ୍ଧତିରେ ଚିକିତ୍ସା କରିହେବ। ଗୋଟେ ହେଲା ପର୍କୁଟାନିଅସ୍‌ ଟ୍ରିଟ୍‌ମେଣ୍ଟ, ଯେଉଁଥିରେ ଡିଭାଇସ୍‌କୁ ବ୍ୟବହାର କରି ଚିକିତ୍ସା କରଯାଏ। ଆଉ ଗୋଟେ ହେଲା ଓପନ ହାର୍ଟ ସର୍ଜରି।
ପ୍ରଶ୍ନ- ପିଲାଙ୍କ କ୍ଷେତ୍ରରେ ସର୍ଜରି କେତେବେଳେ ଆବଶ୍ୟକ ପଡ଼େ?
ଉତ୍ତର- ତାହା ପିଲାର ରୋଗ ଉପରେ ନିର୍ଭର କରେ। କେତେଟା କ୍ଷେତ୍ରରେ ଜନ୍ମ ହେବାର ଗୋଟେ ବର୍ଷ ମଧ୍ୟରେ କରିବାକୁ ପଡ଼ିପାରେ। ଆଉ କିଛି କ୍ଷେତ୍ରରେ ଜନ୍ମ ହେବାର ପ୍ରଥମ ମାସ ଭିତରେ ବି କରିବାକୁ ପଡ଼ିଥାଏ।
ପ୍ରଶ୍ନ- ଅଭିଭାବକଙ୍କ ପାଖରେ ସେଭଳି କିଛି ଭ୍ରାନ୍ତଧାରଣା ଦେଖିଛନ୍ତି କି?
ଉତ୍ତର- ହଁ। ଯେତେବେଳେ ଡାକ୍ତର ତାଙ୍କୁ କୁହନ୍ତି ଯେ ପିଲାର ହାର୍ଟରେ କଣା ଅଛି, ତାଙ୍କ ମନରେ ଛନକା ପଶିଯାଏ। କିନ୍ତୁ ଅଭିଭାବକମାନେ ତାହା ବୁଝିବା ଦରକାର ଯେ, ଏହାର ଚିକିତ୍ସା ହୋଇପାରିବ। ସେହି କଣାକୁ ଅସ୍ତ୍ରୋପଚାର କରି ବନ୍ଦ କରିହେବ। ଏହାପରେ ପିଲା ସାଧାରଣ ଜୀବନ ବିତେେଇପାରିବ ଏବଂ କୌଣସି ଅସୁବିଧା ହେବ ନାହିଁ।
ପ୍ରଶ୍ନ- ଏକ ସଫଳ ଚିକିତ୍ସା ସମ୍ପର୍କରେ କିଛି କହିବେ?
ଉତ୍ତର- ଏକ ୭ମାସର ପିଲା ଆସିଥିଲା। ଧଇଁସଇଁ ହେବା ସହ ଖାଇପାରୁ ନ ଥିଲା, କାନ୍ଦିଲେ ରାହା ଦେଇକି ରହିଯାଉଥିବା ଭଳି ଲକ୍ଷଣ ଦେଖାଯାଉଥିଲା। ତାର ହାର୍ଟ ପମ୍ପିଂ ରେଟ୍‌ ବହୁତ୍‌ କମ୍‌ ଥିଲା। ସାଧାରଣତଃ ୫୫% କିମ୍ବା ତା’ଠାରୁ ଅଧିକ ରହେ। କିନ୍ତୁ ପିଲାଟିର ୨୦% ଥିଲା। ଆଓର୍ଟାରୁ ଅକ୍ସିଜେନେଟେଡ୍‌ ବ୍ଲଡ୍‌ ହାର୍ଟକୁ କରୋନାରି ଆର୍ଟେରି ସପ୍ଲାଏ କରେ। କିନ୍ତୁ ପିଲାର ଲଙ୍ଗ୍‌ସକୁ ବ୍ଲଡ୍‌ ସପ୍ଲାଏ କରୁଥିବା ପଲମୋନାରି ଆର୍ଟେରିରୁ କରୋନାରି ଆର୍ଟେରି ବାହାରିଥିଲା। ରୋଗ ଚିହ୍ନଟ ହେବା ପରେ ତା’ର ସର୍ଜରି କରିଲୁ। ଏବେ ସେ ସୁସ୍ଥ ଅଛି। ଏହିଭଳି ରୋଗ ବହୁତ କମ୍‌ ଦେଖାଯାଏ।
ପ୍ରଶ୍ନ- ପିଲାଙ୍କୁ ହୃଦ୍‌ରୋଗ ନ ହେବା ପାଇଁ ଖାଦ୍ୟଶୈଳୀ ଉପରେ କିଛି କଟକଣା ଅଛି କି ?
ଉତ୍ତର- ନା, ସେମିତି କିଛି ନାହିଁ। ହାର୍ଟ ଡିଜିଜ୍‌ର ଖାଦ୍ୟ ସହିତ କିଛି ସମ୍ପର୍କ ନାହିଁ।
ପ୍ରଶ୍ନ- ସମୟ ମିଳିଲେ କ’ଣ କରନ୍ତି?
ଉତ୍ତର- ଗୀତ ଶୁଣିବାକୁ ଭଲଲାଗେ। ଓଡ଼ିଆରେ ହ୍ୟୁମାନ ସାଗର, ଅସୀମା ପଣ୍ଡା ଏବଂ ହିନ୍ଦୀରେ ଲତା ମଙ୍ଗେସକର, ଅଲ୍‌କା ୟାଗନିକ୍‌ ଓ ଶ୍ରେୟା ଘୋଷାଲଙ୍କ ଗୀତ ଭଲଲାଗେ।
ପ୍ରଶ୍ନ- ଟିଭିରେ କ’ଣ ଦେଖିବାକୁ ଭଲଲାଗେ?
ଉତ୍ତର- ଟିଭି ବେଶି ଦେଖେନି। ଯଦିବି ଦେଖେ କେବଳ ନ୍ୟୁଜ୍‌ ହିଁ ଦେଖେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri