୪୨ କୋଟିର ଭବ୍ୟ ବଙ୍ଗଳା-୮୦୦ କୋଟିର ସମ୍ପତ୍ତି: ଏଭଳି ବିଳାସମୟ ଜୀବନ ଅତିବାହିତ କରୁଛନ୍ତି ଏହି ସୁପରଷ୍ଟାର

ବମ୍ବେ: ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ନାଗାର୍ଜୁନଙ୍କ ଆଜି ହେଉଛି ହାପି ବର୍ଥ ଡେ। ୬୨ ବର୍ଷରେ ପଦାର୍ପଣ କରିଥିବା ଏହି ଅଭିନେତା ଅନେକ ବଲିଉଡ୍‌ ଫିଲ୍ମରେ ମଧ୍ୟ କାମ କରିଚନ୍ତି। ୧୯୯୨ରେ ରିଲିଜ ହୋଇଥିବା ଶ୍ରୀଦେବୀ-ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଖୁଦା ଗବାହ’ରେ ରେ ଡେବ୍ୟୁ କରିଥିଲେ। ହେଲେ ଏହା ପୂର୍ବରୁ ସେ ଦକ୍ଷିଣ ଭାରତୀୟ ସିନେମାଜଗତର ବଡ ନାମ ପାଲଟି ସାରିଥିଲେ।

ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିଥିବା ନାଗାର୍ଜୁନଙ୍କ ବାପା ନାଗେଶ୍ୱର ରାଓ ଅକ୍କିନେନୀ ତେଲୁଗୁ ଫିଲ୍ମଜଗତର ବର୍ଷିଆନ କଳାକାର ଥିଲେ। ନାଗାର୍ଜୁନ ନିଜେ ଅଭିନେତା ସହ ଅନ୍ନପୂର୍ଣ୍ଣା ଷ୍ଟୁଡିଓର ମାଲିକ। ୭ ଏକର ଜାଗାରେ ତାଙ୍କର ଏହି ଷ୍ଟୁଡିଓ ରହିଛି। ଏହାଛଡ଼ା ଏନ୍‌ଏନ୍‌ଏନ୍‌ ରିୟାଲିଟି ଏଣ୍ଟରପ୍ରାଇଜର୍ସର ଫାଉଣ୍ଡିଂ ପାର୍ଟନର ମଧ୍ୟ ସେ। ବିଜ୍ଞାପନ, ଫିଲ୍ମ ଏବଂ ନିଜର କମ୍ପାନୀରୁ ବାର୍ଷିକ ୩୦ କୋଟିରୁ ଅଧିକ ରୋଜଗାର କରନ୍ତି ନାଗାର୍ଜୁନ। ମୋଟ ଉପରେ ଦେଖିଲେ ଅଭିନେତା ୮୫୦ କୋଟି ସମ୍ପତ୍ତିର ମାଲିକ।

ନାଗାର୍ଜୁନଙ୍କ ପାଖରେ ଭଳିକି ଭଳି ଦାମୀ କାର୍‌ ରହିଛି। ରେଞ୍ଜ ରୋଭରଠାରୁ ଆରମ୍ଭ କରି ଅଡି, ବିଏମ୍‌ଡବ୍ଲୁ, ମର୍ସଡିଜ୍‌ ଆଦି ରହିଛି। ସମ୍ପତ୍ତି ବିଷୟରେ କଥା ହେଲେ ହାଇଦ୍ରାବାଦର ଫିଲ୍ମ ନଗରରେ ଭବ୍ୟ ମହିଳା ରହିଛି ତାଙ୍କର। ଏହାର ମୂଲ୍ୟ ୪୦ କୋଟି ହେବ। ଆଗାମୀ ଦିନରେ ଏହି ନାୟକ ରଣବିର କପୁର-ଆଲିଆ ଭଟ୍ଟଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri