Posted inଖେଳ

ଦିନ ଶେଷ ହେଲା ହେଲେ ମିଳିଲାନି ଉଇକେଟ

ଲିଡ୍ସ,୨୫।୮ : ପ୍ରଥମେ ତାରକା ଖଚ୍ଚିତ ବ୍ୟାଟିଂ ଲାଇନ୍‌ଅପ୍‌ ଫେଲ୍‌ ହେବାରୁ ଟିମ୍‌ ଇଣ୍ଡିଆ ମାତ୍ର ୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ତା’ ପରେ ଦିନ ତମାମ ପ୍ରୟାସ କରିଥିଲେ ମଧ୍ୟ ବୋଲରଙ୍କୁ ଗୋଟିଏ ହେଲେ ଉଇକେଟ ମିଳି ନାହିଁ। ଫଳରେ ତୃତୀୟ ଟେଷ୍ଟର ପ୍ରଥମ ଦିନ ସୁଦ୍ଧା ଇଂଲଣ୍ଡ ବିନା କ୍ଷତିରେ ୧୨୦ ରନ୍‌ କରିଛି। ଏଥିସହିତ ପ୍ରଥମ ଇନିଂସରେ ୪୨ ରନ୍‌ର ଅଗ୍ରଣୀ ହାସଲ କରିଛି ଘରୋଇ ଦଳ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳକୁ ଆରମ୍ଭରୁ ୩ ଝଟ୍‌କା ଦେଇଥିଲେ ଇଂଲଣ୍ଡର ଅଭିଜ୍ଞ ପେସର ଜେମ୍ସ ଆଣ୍ଡରସନ। ଐତିହାସିକ ଲଡର୍‌ସ ଟେଷ୍ଟରେ ଶତକ ହାସଲ କରିଥିବା ରାହୁଲ ଖାତା ଖୋଲି ପାରି ନ ଥିଲେ। ପୂଜାରା ୧ ଓ ୭ ରନ୍‌ କରି ଆଉଟ୍‌ ହୋଇଥିଲେ ଅଧିନାୟକ କୋହଲି। ଏହାପରେ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ରୋହିତ ଓ ରାହାନେଙ୍କ ଯୋଡ଼ି। କିନ୍ତୁ କିଛି ଖାସ କରି ପାରି ନ ଥିଲେ ଦୁହେଁ। ରାହାନେ (୧୮)ଙ୍କ ପଛେ ପଛେ ଦଳର ସମସ୍ତ ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନ ଫେରି ଯାଇଥିଲେ। କ୍ରିଜ୍‌ରେ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିବା ରୋହିତ (୧୯) ମଧ୍ୟ ଫେଲ୍‌ ମାରିବାରୁ ଟିମ୍‌ ଇଣ୍ଡିଆ ୭୮ ରନ୍‌ରେ ସୀମିତ ରହିଛି। ଆଣ୍ଡରସନ ଏବଂ କ୍ରେଗ ଓଭରଟନ ୩ ଉଇକେଟ ନେଇଥିବାବେଳେ ଓଲି ରବିନସନ ଓ ସାମ କୁରାନ ୨ ଲେଖାଏ ସଫଳତା ହାତେଇଥିଲେ। ଏହାପରେ ଇଂଲଣ୍ଡ ପାଇଁ ରୋରି ବନର୍‌ସ ଓ ହାସିଦ ହମିଦଙ୍କ ଓପନିଂ ଯୋଡ଼ି ଭାରତୀୟ ପେସରଙ୍କ ଉଚିତ ମୁକାବିଲା କରିଥିଲେ। ଦୁହେଁ ଦିନ ଶେଷ ପର୍ଯ୍ୟନ୍ତ ପିଚ୍‌ରେ ଛିଡ଼ା ହୋଇଥିଲେ। ଫଳରେ ଇଂଲଣ୍ଡ ୪୨ ଓଭରରେ ବିନା କ୍ଷତିରେ ୧୨୦ ରନ୍‌ କରିବାକୁ ସକ୍ଷମ ହୋଇପାରିଛି। ବନର୍‌ସ ୫୨ ଓ ହାମିଦ ୬୦ ରନ୍‌ କରି ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ବିରାଟ କି ବୁମ୍‌ରା ନୁହନ୍ତି, ଟିମ୍‌ ଇଣ୍ଡିଆକୁ ବିଶ୍ୱକପ୍‌ ଜିତାଇବେ ଏହି ୨ ଖେଳାଳି ’

ନୂଆଦିଲ୍ଲୀ,୭।୫:ଆଇପିଏଲ୍‌ ପରେ ଟି୨୦ ବିଶ୍ୱକପ୍‌ ହେବାକୁ ଯାଉଛି। ୨ ଜୁନ୍‌ରୁ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବ। ଏହି...

VIDEO: ଶାହାରୁଖ ଖାନ୍‌ଙ୍କୁ ଦେଖି ଖୁସିରେ ନାଚି ଉଠିଲେ ପୃଥ୍ବୀ ଶ’ଙ୍କ ପ୍ରେମିକା, କଲେ ଏଭଳି…

ନୂଆଦିଲ୍ଲୀ,୭।୫: ଆଇପିଏଲ୍‌ର କିଛି ଟିମ୍‌ର ମାଲିକ ହେଉଛନ୍ତି ସେଲିବ୍ରିଟି। ଏଣୁ ଉକ୍ତ ଦଳର ମ୍ୟାଚ୍‌ ସମୟରେ କଳାକାରଙ୍କୁ ଦେଖିବାକୁ ମିଳିଥାଏ। ପଞ୍ଜାବରୁ ପ୍ରିତି ଜିଣ୍ଟା ହୁଅନ୍ତୁ...

ବିରାଟ-ଗାଭାସ୍କର ବିବାଦକୁ ଡେଇଁଲେ ଅକ୍‌ରମ୍‌; କୋହଲିଙ୍କୁ କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୭।୫: ନିକଟରେ ଦେଖାଦେଇଥିବା ବିରାଟ କୋହଲି ଏବଂ ସୁନୀଲ ଗାଭାସ୍କରଙ୍କ ମଧ୍ୟର ବିବାଦ ମଧ୍ୟକୁ ଡେଇଁ ପଡ଼ିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ ଅକରମ୍‌। ବିରାଟଙ୍କୁ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

ପ୍ଲେ ଅଫ୍‌ ଯାଇପାରିବ କି ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କ’ଣ କହୁଛି ସମୀକରଣ

ମୁମ୍ବାଇ,୭।୫: ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି। ସିଜିନର ୫୫ତମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ମୁମ୍ବାଇ...

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ନୂଆଦିଲ୍ଲୀ,୭।୫: ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ? ବିସିସିଆଇ ନେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୭।୫: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି।...

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri