ଜେଲ୍‌ରେ ଥାଇ ଭଉଣୀଙ୍କୁ ରକ୍ଷା କରିବେ କଏଦୀ ଭାଇ, ଉପହାର ଦେବେ ହାତ ତିଆରି ମାସ୍କ

ଲକ୍ଷ୍ନୌ,୨୧ା୮:   ରକ୍ଷାବନ୍ଧନ ହେଉଛି ଭଉଣୀ-ଭାଇଙ୍କ ପବିତ୍ର ଉତ୍ସବ। ଏହିଦିନ ଭଉଣୀ ନିଜ ଭାଇମାନଙ୍କ ଦୀର୍ଘଜୀବନ କାମନା କରି ରାଖୀ ବାନ୍ଧିଥାନ୍ତି। ଭାଇ ମଧ୍ୟ ଭଉଣୀଙ୍କର ରକ୍ଷା କରିବା ପାଇଁ ବଜ୍ର ଶପଥ ନେଇଥାନ୍ତି। ଏହା ସହିତ ଉପହାର ମଧ୍ୟ ଦେଇଥାନ୍ତି।

ଉତ୍ତରପ୍ରଦେଶର ବରେଲି ଜିଲା ଜେଲ୍‌ରେ ଥିବା କଏଦୀମାନେ ଏଥର ନିଆରା ଢଙ୍ଗରେ ରକ୍ଷାବନ୍ଧନ ପାଳନ କରିବେ। ଜେଲ୍‌ରେ ଥାଇ ସେମାନେ ଭଉଣୀମାନଙ୍କ ସୁରକ୍ଷା କରିବେ। କଏଦୀ ଭାଇଙ୍କୁ ରାଖୀ ବାନ୍ଧିବା ପାଇଁ ଭଉଣୀମାନେ ବି ଜେଲ୍‌କୁ ଆସିବେ। ଏଥର କଏଦୀ ଭାଇମାନେ ଭଉଣୀମାନଙ୍କୁ ମାସ୍କ ଉପହାର ଦେବେ। ଏଥିପାଇଁ ଜେଲ୍‌ରେ ଥାଇ ମାସ୍କ ତିଆରିରେ ବ୍ୟସ୍ତ ରହିଛନ୍ତି କଏଦୀ ଭାଇମାନେ।

ବରେଲି ଜେଲ୍‌ କର୍ତ୍ତୃପକ୍ଷ କଏଦୀମାନଙ୍କ ସହିତ ଭାବନାତ୍ମକ ରୂପରେ ଯୋଡ଼ି ହେବାକୁ ଏପରି ପ୍ରୟାସ ଆରମ୍ଭ କରିଛନ୍ତି। ଚାରିଆଡ଼େ କରୋନା ମହାମାରୀ ବ୍ୟାପିଥିବାରୁ ଜେଲ୍‌ରେ ମଧ୍ୟ ସଂକ୍ରମଣ ବ୍ୟାପିବାର ଭୟ ରହିଛି। ପରିବାର ସହିତ କଏଦୀମାନଙ୍କର ଦେଖାସାକ୍ଷାତ ବନ୍ଦ ରହିଛି। ଏହି ସମୟରେ ସେମାନଙ୍କୁ ଅବସାଦରୁ ମୁକ୍ତ କରିବା ପାଇଁ ଜେଲ ଏସ୍‌ପି ବିଜୟ ବିକ୍ରମ ସିଂହ ମହାଭାରତ ଏବଂ ରାମାୟଣ ପାଠ କରାଉଛନ୍ତି। ଖାଲି ଏତିକି ନୁହେଁ, ଗୀତ ମଧ୍ୟ ଶିଖୁଛନ୍ତି କଏଦୀ। ଜେଲ୍‌ରେ ଥାଇ କିଛି ନା କିଛି କାମ କରୁଛନ୍ତି। ଏହା ଦ୍ୱାରା ସେମାନେ ମାନସିକସ୍ତରରେ ଦୃଢ଼ ହେବେ ବୋଲି ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri