Posted inଖେଳ

ଏହି ଖେଳାଳିଙ୍କ ଯୋଗୁ ତୃତୀୟ ଥର ତ୍ରିଶତକ ମାରିବାରୁ ବଞ୍ଚିତ ହୋଇଥିଲେ ସେହ୍ବାଗ: ମାତ୍ର ୭ ରନ୍‌ ଯୋଗୁ…

ନୂଆଦିଲ୍ଲୀ,୨୧।୮: ଭାରତର ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହ୍ବାଗ ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଜଣାଶୁଣା। ଦୁନିଆର କିମ୍ବଦନ୍ତୀ ବୋଲରମାନେ ତାଙ୍କୁ ବୋଲିଂ କରିବାକୁ ଡରୁଥିଲେ। ସେ ଯେକୌଣସି ବଲ୍‌କୁ ନିଜସ୍ବ ଶୈଳୀରେ ଖେଳିପାରୁଥିଲେ। ପରିସ୍ଥିତି କ’ଣ ଏବଂ କେଉଁ ବୋଲର୍‌ ଅଛନ୍ତି ସେଥିପ୍ରତି ଧ୍ୟାନ ଦେଉ ନ ଥିଲେ। ଏହି କାରଣରୁ ତାଙ୍କ ନାମ ଦୁଇଥର ତ୍ରିଶତକ ମାରିଥିବା କିିଛି ଖେଳାଳିଙ୍କ ତାଲିକାରେ ରହିଛି। ତେବେ ସେହ୍ବାଗ ନିଜ କ୍ୟାରିୟରରେ ତୃତୀୟ ଥର ପାଇଁ ୩୦୦ ରନ୍‌ ପୂରଣ କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ ହେଁ ମାତ୍ର ୭ ରନ୍‌ ଯୋଗୁ ତାହା କରିପାରି ନ ଥିଲେ।

୨୦୦୯ରେ ସେହ୍ବାଗ ମୁମ୍ବାଇରେ ଶ୍ରୀଲଙ୍କା ବିପକ୍ଷରେ ତ୍ରିଶତକ କରିଥାନ୍ତେ। ହେଲେ ସେଥିରୁ ବଞ୍ଚିତ ହୋଇଥିଲେ। ଏହା ପଛରେ ଦ୍ରାବିଡ ଥିବା ଏବେ ମୁଥେୟା ମୁରଲୀଧରନ କହିଛନ୍ତି। ସେହ୍ବାଗ ନିଜର ୨୮୪ରନ୍‌ କରିଥିବା ବେଳେ ଯଥାଶୀଘ୍ର ରନ୍‌ କରିବାକୁ ଚାହୁଁଥିଲେ। ହେଲେ ଦ୍ରାବିଡ ତାଙ୍କୁ ତତ୍ପର ହୁଅ ନାହିଁ ବୋଲି କହି ପରଦିନ ଖେଳି ୩୦୦ ରନ୍‌ ପୂର୍ଣ୍ଣ କରିବାକୁ କହିଥିଲେ। ହେଲେ ତାହା ହୋଇପାରି ନ ଥିଲା। ୨୯୩ ରନ୍‌ କରିଥିବା ବେଳେ ମୁରଲୀଧରନ୍‌ ତାଙ୍କ ଉଇକେଟ ନେଇଥିଲେ। ଫଳରେ ତାଙ୍କ ସ୍ବପ୍ନ ପୂରଣ ହୋଇପାରି ନ ଥିଲା। ତେବେ ଦ୍ରାବିଡଙ୍କ ପରାମର୍ଶକୁ ଅନୁସରଣ କରିବା ଉଚିତ ନ ଥିଲା। ଦ୍ୱିତୀୟ ଦିନ ହିଁ ସେ ତାଙ୍କୁ ଖେଳି ତ୍ରିଶତକ ପୂରଣ କରିହୋଇଥାନ୍ତା ବୋଲି ସେହ୍ବାଗ କହିଥିବା ମୁରଲୀଧରନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କଡ଼ା କାଉଣ୍ଟର କଲେ ସ୍ନେହାଙ୍ଗିନୀ: ରାଜ୍ୟ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri