ରେଳମନ୍ତ୍ରୀଙ୍କୁ ଧରାଇଲେ ଅଭିଯୋଗର ଲମ୍ବା ତାଲିକା

କୋରାପୁଟ/ଦାମନଯୋଡ଼ି/ସୁନାବେଡ଼ା,୨୦ା୮(ସ୍ବ.ପ୍ର.): ସବ୍‌କା ସାଥ୍‌, ସବ୍‌କା ବିକାଶକୁ ପାଥେୟକରି ଶୁକ୍ରବାର ରେଳ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିନିକିଆ କୋରାପୁଟ ଜିଲା ଗସ୍ତକରି କେନ୍ଦ୍ର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ ଜନଧନ ଯୋଜନା, ଉଜ୍ଜ୍ୱଳା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନାରୁ ସୁଫଳ ଲୋକେ ପାଉଛନ୍ତି କି ନାହଁି ସେନେଇ ସିଧାସଳଖ ଲୋକମାନଙ୍କ ସହ ଆଲୋଚନା କରି ବାସ୍ତବ ସ୍ଥିତି ପରଖିଥିଲେ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇଥିଲେ। ରାୟଗଡ଼ାରୁ ମନ୍ତ୍ରୀ ସଡକପଥରେ ପ୍ରଥମେ ରୂପକଣା, ବୁର୍ଜା, ଲକ୍ଷ୍ମୀପୁର କାର୍ଯ୍ୟକ୍ରମ ସାରି କାକିରିଗୁମ୍ମା, ଦାମନଯୋଡ଼ିରେ ପହଞ୍ଚତ୍ଥିଲେ। ବାଟରେ ପାୟାକୁଟଠାରେ ଆଦିବାସୀଙ୍କ ସହ ଲୋକନୃତ୍ୟ ତାଳରେ ନାଚିଥିଲେ।

ଦାମନଯୋଡ଼ିରେ ମନ୍ତ୍ରୀଙ୍କୁ ଏକ ଶୋଭାଯାତ୍ରାରେ ବରିଷ୍ଠ ନେତା ଜୟରାମ ପାଙ୍ଗୀଙ୍କ ସମେତ ଜିଲାର ଭାଜପା ନେତାମାନେ ପାଛୋଟି ନେଇ ସହର ପରିକ୍ରମା କରିଥିଲେ। ମାଥାଲପୁଟ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ସେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ହନୁମାନ ବାଟିକା ଯାଇ ଅଭୟ ଆଞ୍ଜେନେୟଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ପରେ ଭାରତୀୟ ମଜଦୁର ସଂଘ କର୍ମକର୍ତ୍ତା ଆଲୋକ ଚୌଧୁରୀ, ଆଲୋକ ରଥ, ମହେଶ୍ୱର ନନ୍ଦ ଓ ବି.ଗଜେନ୍ଦ୍ରଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ କର୍ମକର୍ତ୍ତାମାନେ ୬ଦଫା ସମ୍ବଳିତ ଏକ ଦାବିପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

ପରେ ମନ୍ତ୍ରୀ ବୈଷ୍ଣବ ସେମିଳିଗୁଡ଼ା, ସୁନାବେଡ଼ା, ଡୁମୁରିପୁଟ ଗସ୍ତ କରିଥିଲେ। ସେମିଳିଗୁଡ଼ା ଟ୍ରାଫିକ ଛକଠାରେ ବଣିକ ସଂଘ ସଭାପତି ରାଜେନ୍ଦ୍ର ପାତ୍ରଙ୍କ ସମେତ ସଂଘର ସଦସ୍ୟମାନେ ସମ୍ବର୍ଦ୍ଧନା ଜଣାଇଥିଲେ। କୋରାପୁଟ ଓଏମ୍‌ପିଠାରେ ସନ୍ଧ୍ୟା ୬ଟାରେ ପହଞ୍ଚତ୍ଥିଲେ ରେଳମନ୍ତ୍ରୀ । ସେଠାରେ କର୍ମୀମାନେ ତାଙ୍କୁ ବାଇକ୍‌ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ପରେ ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେଠାରେ ବୁଦ୍ଧିଜୀବୀଙ୍କ ସହିତ ମନ୍ତ୍ରୀ ଜିଲାର ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ଏହି ସମୟରେ ଜିଲାର ଟେଲି ଯୋଗାଯୋଗ ବ୍ୟବସ୍ଥା ଉପରେ ବୁଦ୍ଧିଜୀବୀମାନେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୋରାପୁଟ ଜିଲାରେ ବିଏସ୍‌ଏନ୍‌ଏଲ୍‌ ଟାଓ୍ବାର ଭିତ୍ତିଭୂମିର ଦୁର୍ବଳ ଅବସ୍ଥା ଯୋଗୁ ବିଭିନ୍ନ କାର୍ଯ୍ୟ କାର୍ଯ୍ୟାଳୟଗୁଡ଼ିକରେ ବାଧାପ୍ରାପ୍ତ ହେଉଛି। ଛାତ୍ରୀଛାତ୍ରମାନେ ପାଠପଢିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ସେମାନେ କହିଥିଲେ। ଟେଲି ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କୁ ୫୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଏ କ୍ଷେତ୍ରରେ ଉପୁଜୁଥିବା ଅବ୍ୟବସ୍ଥା ସୁଧାରିବା ଦିଗରେ ସେ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ବୁଦ୍ଧିଜୀବୀମାନେ ଦିନରେ କୋରାପୁଟରୁ ଭୁବନେଶ୍ୱର ଏବଂ କୋରାପୁଟରୁ ବେଙ୍ଗାଲୁରୁକୁ ଗୋଟିଏ ଲେଖାଏ ଟ୍ରେନ ଚଳାଇବାକୁ ପ୍ରସ୍ତାବ ଦେଇଥିଲେ। ଦୀର୍ଘଦିନ ହେଲା କୋରାପୁଟ ବାଇପାସ୍‌ ରାସ୍ତା ନିର୍ମାଣ ନେଇ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏଥିରେ ଅଗ୍ରଗତି ହେଉନାହିଁ। ସ୍ଥାନୀୟ ରେଳ ବିଭାଗର କିଛି ଜମି ବାଇପାସ୍‌ ଲାଗି ଯାଉଥିବାରୁ ରେଳ ବିଭାଗ ଜମି ଛାଡୁନାହିଁ। ଫଳରେ ଏହି କାର୍ଯ୍ୟ ବିଳମ୍ବିତ ହେଉଛି ବୋଲି ଆଲୋଚନା ବେଳେ ବୁଦ୍ଧିଜୀବୀମାନେ ପ୍ରକାଶ କରିଥିଲେ। ସେ ଏ ଦିଗରେ ବିଭାଗ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ବୈଷ୍ଣବ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri