Posted inଖେଳ

ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ନେଲା ଚକିତ କଲା ଭଳି ନିଷ୍ପତ୍ତି

ଲର୍ଡସ,୧୯।୮: ଲର୍ଡସରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ହାରିଯିବା ପରେ ଇଂଲଣ୍ଡ କ୍ରିକେଟ ଦଳ ଏକ ଚକିତ କଲା ଭଳି ନିଷ୍ପତ୍ତି ନେଇଛି। ଅଗଷ୍ଟ ୨୫ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ଇଂଲଣ୍ଡ ଦଳ ଏହାର ଅଲରାଉଣ୍ଡର ମୋଏନ ଅଲିଙ୍କୁ ଦଳରୁ ମୁକ୍ତ କରିଛି ଅର୍ଥାତ୍‌ ମୋଇନ ଅଲିଙ୍କୁ ଦି ହଣ୍ଡ୍ରେଡ୍‌ ଫାଇନାଲ ଖେଳିବାକୁ ଅନୁମତି ଦିଆଯାଇଛି। ମୋଇନ ଅଲି ଦି ହଣ୍ଡ୍ରେଡ୍‌ରେ ବର୍ମିଂହାମ ଫିନିକ୍ସର ଅଧିନାୟକ ଏବଂ ତାଙ୍କ ଦଳ ଫାଇନାଲରେ ପ୍ରବେଶ କରିଛି। ଦ ହଣ୍ଡ୍ରେଡ୍‌ର ଫାଇନାଲ ମ୍ୟାଚ ଅଗଷ୍ଟ ୨୧ରେ ଅନୁଷ୍ଠିତ ହେବ। ଫାଇନାଲରେ କାହାକୁ ବର୍ମିଂହାମ ଦଳ ସାମ୍ନା କରିବେ ଶୁକ୍ରବାର ଦିନ ଏଲିମିନେଟର ମ୍ୟାଚ ପରେ ନିଷ୍ପତ୍ତି ନିଆଯିବ। ତେବେ ମୋଇନ ଅଲ୍ଲୀ ଫାଇନାଲ ଖେଳି ପୁଣି ଦଳକୁ ଫେରିବେ ବୋଲି ଜଣାପଡିଛି।
ଇଂଲଣ୍ଡ ଲିଡ୍ସ ଟେଷ୍ଟ ପାଇଁ ଦଳ ଘୋଷଣା କରିଛି। ଦଳରେ ଅନେକ ପରିବର୍ତ୍ତନ କରାଯାଇଛି। ଇଂଲଣ୍ଡ ତିନି ଖେଳାଳିଙ୍କୁ ଦଳରୁ ବିଦା କରିଛି। ଦଳର ଓପନର୍‌ ଡୋମ ସିବଲି, ଜ୍ୟାକ କ୍ରାଉଲି ଏବଂ ଜ୍ୟାକ ଲିଚଙ୍କୁ ବିଦା କରାଯାଇଛି। ଏଥି ସହିତ ଟେଷ୍ଟ ଦଳରେ ନମ୍ବର ୧ ଟି -୨୦ ବ୍ୟାଟ୍ସମ୍ୟାନ ଡେଭିଡ ମଲାନ ପୁଣି ସ୍ଥାନ ପାଇଛନ୍ତି। ଡାହାଣହାତୀ ଦ୍ରୁତ ବୋଲର ସାକିବ ମହମୁଦ ମଧ୍ୟ ଦଳରେ ଯୋଗ ଦେଇଛନ୍ତି। ଏଥି ସହିତ ଫାଷ୍ଟ ବୋଲର ମାର୍କ ଉଡ୍‌ ଆହତ ହୋଇଥିଲେ ମଧ୍ୟ ତୃତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri