ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ଏକମାତ୍ର ଲକ୍ଷ୍ୟ

ଜାପାନର ଟୋକିଓରେ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପାରାଲିମ୍ପିକ୍ସ କ୍ରୀଡ଼ା। ଏଥିରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଅର୍ଜୁନ ପୁରସ୍କାର ବିଜେତା ଓଡ଼ିଆ ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ। ବରଗଡ଼ର ଅତାବିରାରେ ଜନ୍ମିତ(୧୯୮୮ ଏପ୍ରିଲ ୪) ପ୍ରମୋଦ ଇତିମଧ୍ୟରେ ୪୮ ଜାତୀୟ ଏବଂ ୫୩ ଅନ୍ତର୍ଜାତୀୟ ପଦକ ବିଜୟୀ ହୋଇଛନ୍ତି। ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ଲାଗି ଚେଷ୍ଟା ଜାରି ରଖିଥିବା ତାରକା ଖେଳାଳିଙ୍କ ସହ ଧରିତ୍ରୀର ତପନ ସ୍ବାଇଁଙ୍କ ଆଳାପ…

ପ୍ର: ପାରାଲିମ୍ପିକ୍ସ ପାଇଁ ଟ୍ରେନିଂ କେଉଁଠି ନେଇଥିଲେ ?
ଉ: ଲକ୍ଷ୍ନୌସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ରେ ଆମେ ଟ୍ରେନିଂ ନେଉଛୁ। ବର୍ଷ ତମାମ ଏଠାରେ ଟ୍ରେନିଂ ଚାଲିଛି। ଏଥିଲାଗି ପାଖାପାଖି ବର୍ଷେ ହେଲା ପରିବାରଠାରୁ ଦୂରେଇ ରହିଛୁ।
ପ୍ର: କେବେ ଟୋକିଓ ଯିବେ ?
ଉ: ଭାରତୀୟ ପାରାଲିମ୍ପିକ୍ସ ଦଳ ୨ ପର୍ଯ୍ୟାୟରେ ଟୋକିଓ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ପର୍ଯ୍ୟାୟ ପ୍ରତିନିଧି ଦଳ ୧୮ ତାରିଖରେ ଯାତ୍ରା କରିଛି। ଦ୍ୱିତୀୟ ପର୍ଯ୍ୟାୟ ଦଳ ୨୭ରେ ଯାତ୍ରା କରିବ। ମୁଁ ସେହି ଦଳ ସହ ଟୋକିଓ ଯିବି। କାରଣ ଟୋକିଓ ପାରାଲିମ୍ପିକ୍ସର ବ୍ୟାଡ୍‌ମିଣ୍ଟନ ଇଭେଣ୍ଟ ସେପ୍ଟେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ହେବାର ଅଛି।
ପ୍ର: ଆପଣ ସିଙ୍ଗଲ୍ସ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଦାବିଦାର ଅଛନ୍ତି। ଏଥିପାଇଁ କେତେ ଚାପ ରହିଛି ?
ଉ: ମୁଁ ଏକାଧିକ ଥର ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ପାଇଛି। ପାରାଲିମ୍ପିକ୍ସରେ ପୋଡିୟମ ମଣ୍ଡନ କରିବି ବୋଲି ସମସ୍ତଙ୍କ ଆଶା ରହିଛି। ସେଥିଲାଗି ଚାପ ରହିବା ସ୍ବାଭାବିକ। ତେବେ ନିଜ ଉପରେ ମୋର ବିଶ୍ୱାସ ରହିଛି। ମୁଁ ରାଜ୍ୟ ତଥା ଦେଶବାସୀଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିବାକୁ ସବୁପ୍ରକାର ଚେଷ୍ଟା କରିବି।
ପ୍ର: ଓଡ଼ିଶା ସରକାର ଆପଣଙ୍କ ନାଁ ଖେଳରନତ୍ ପାଇଁ ସୁପାରିସ କରିଛନ୍ତି। ଏହା କେତେ ଉତ୍ସାହିତ କରିଛି।
ଉ: ଆମ ରାଜ୍ୟ ସରକାର କେବଳ ଖେଳର ଉନ୍ନତି ପାଇଁ ନୁହେଁ ଖେଳାଳିଙ୍କ ମନୋବଳ ବଢ଼ାଇବାକୁ ଉଦ୍ୟମ କରି ଆସିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ମୋର ବହୁ ସଫଳତାକୁ ଦୃଷ୍ଟିରେ ରଖି ଖେଳରନତ୍ ଲାଗି ମୋ ନାମ ସୁପାରିସ କରିଛନ୍ତି। ରାଜ୍ୟରଙ୍କ ଟେକ ରଖିବାକୁ ପାରାଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନିଶ୍ଚିତ ଚେଷ୍ଟା କରିବି।
ପ୍ର: ଟୋକିଓରେ କେତୋଟି ଇଭେଣ୍ଟରେ ଭାଗ ନେବେ ?
ଉ: ସେଠାରେ ମୁଁ ସିଙ୍ଗଲ୍ସ ଓ ମିକ୍ସଡ ଡବଲ୍ସରେ ଭାଗନେବି। ମିକ୍ସଡ ଡବଲ୍ସରେ ମୋର ପାର୍ଟନର ଅଛନ୍ତି ପଲକ କୋହଲି।
ପ୍ର: ଏଥର ଲକ୍ଷ୍ୟ ?
ଉ: ୨ଟି ଇଭେଣ୍ଟରେ ଭାଗ ନେବାର ସୁଯୋଗ ମିଳିଛି। ଦୁଇଟି ଯାକ ଇଭେଣ୍ଟରେ ଯେପରି ପୋଡିୟମ ମଣ୍ଡନ କରିପାରିବି ତା’ ଉପରେ ଧ୍ୟାନ ଦେବି।
ପ୍ର: ଟୋକିଓ ଅଭିମୁଖେ ଯାତ୍ରା କରୁଥିବା ଭାରତୀୟ ପ୍ରତିନିଧି ଦଳ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି। ଏହା ବ୍ୟକ୍ତିଗତ ଭାବେ କିଭଳି ଉତ୍ସାହିତ କରିଛି ?
ଉ: ଅଲିମ୍ପିକ୍ସ ଯିବା ପୂର୍ବରୁ ଭାରତୀୟ ପ୍ରତିନିଧି ଦଳ ସହ ଯେପରି ପ୍ରଧାନମନ୍ତ୍ରୀ କଥା ହୋଇଥିଲେ ସେହିପରି ଆମମାନଙ୍କୁ ମଧ୍ୟ ଉତ୍ସାହିତ କଲେ। ଏହା ପୂର୍ବରୁ ବହୁତ ବଡ଼ ଟୁର୍ନାମେଣ୍ଟରେ ଭାଗ ନେଇଥିଲୁ। ମାତ୍ର ଦେଶର ପ୍ରଧାନମନ୍ତ୍ରୀ କେବେହେଲେ ଏପରି ଶୁଭେଚ୍ଛା ଜଣାଇ ନ ଥିଲେ। ଏହା ଆମ ମନୋବଳ ବଢାଇଛି।
ପ୍ର: ପୂର୍ବରୁ ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଭାଗ ନେବା ସହ ବିଶ୍ୱ ଚାମ୍ପିୟନ ମଧ୍ୟ ହୋଇଛନ୍ତି। କେଉଁ ଟୁର୍ନାମେଣ୍ଟ ଆପଣଙ୍କ ପାଇଁ ସ୍ମରଣୀୟ ?
ଉ: ସୁଇଜରଲାଣ୍ଡଠାରେ ୨୦୧୯ରେ ଅନୁଷ୍ଠିତ ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଉଭୟ ସିଙ୍ଗଲ୍ସ ଓ ଡବଲ୍ସରେ ମୁଁ ସ୍ବର୍ଣ୍ଣ ପଦକ ଜିତିଥିଲି। ଭାଗ୍ୟରେ ଥିଲେ ଏପରି ସଫଳତା ମିଳେ। ସତକଥା ସେହି ଟୁର୍ନାମେଣ୍ଟ ଆଜିଯାଏ ସ୍ମରଣୀୟ ହୋଇ ରହିଛି।
ପ୍ର: ଟୋକିଓ ଅଲିମ୍ପିକ୍ସରେ ଓଡ଼ିଶାର ଦୁଇ ହକି ଖେଳାଳି ବ୍ରୋଞ୍ଜ ପଦକ ଜିତିି ଫେରିଲେ। ଏହା ଆପଣଙ୍କ ସମେତ ଅନ୍ୟ ଆଥ୍‌ଲେଟଙ୍କୁ କେତେ ଉତ୍ସାହିତ କରିଛି?
ଉ: ବ୍ୟକ୍ତିଗତ ଭାବେ ମୁଁ ବହୁତ ଖୁସି। କାରଣ ଟୁର୍ନାମେଣ୍ଟର ସମସ୍ତ ଭାରତ ମ୍ୟାଚର ଲାଇଭ୍‌ ଦେଖିଥିଲି। ଶେଷ ଭାଗରେ ରୋମାଞ୍ଚ ଆସିଥିଲା, ଚାପର ବଶବର୍ତ୍ତୀ ନ ହୋଇ ଆମ ଦଳ ବ୍ରୋଞ୍ଜ ପଦକ ହାସଲ କଲା। ଏହା ବହୁତ ବଡ଼ ସଫଳତା। ଆମ ରାଜ୍ୟର ଦୁଇ ଖେଳାଳି ବ୍ରୋଞ୍ଜ ପଦକ ଜିତି ଆମମାନଙ୍କ ମନ କୁଣ୍ଢେମୋଟ କରିଛନ୍ତି। ତେଣୁ ମୁଁ ଯେପରି ପଦକ ଜିତିବି ତା’ ଉପରେ ଫୋକସ କରୁଛି।
ପ୍ର: ପାରା ଆଥ୍‌ଲେଟଙ୍କ ଲାଗି ଆମ ରାଜ୍ୟରେ ଯେତିକି ସୁବିଧା ସୁଯୋଗ ଅଛି ତାହା ପର୍ଯ୍ୟାପ୍ତ ନା ଆଉ କିଛି ଆବଶ୍ୟକ?
ଉ: ଆମ ରାଜ୍ୟରେ କ୍ରୀଡ଼ା ପ୍ରତି ଆଦର ବଢ଼ୁଛି। ରାଜ୍ୟ ସରକାର ମଧ୍ୟ କ୍ରୀଡ଼ାକୁ ଅଗ୍ରାଧିକାର ଦେଇ ଆସୁଛନ୍ତି। ମୁଁ ଭାବୁଛି ପାରା ସ୍ପୋଟର୍‌ସ ଉପରେ ରାଜ୍ୟ ସରକାରଙ୍କ ନଜର ରହିଛି। ୨୦୧୯ରେ ମୋତେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରରେ ସମ୍ମାନିତ କରାଯିବା ଏହାର ଏକ ଉଦାହରଣ। ଆଗାମୀ ଦିନରେ ଆହୁରି ଅଧିକ ସପୋର୍ଟ ମିଳିବ। ଅଲିମ୍ପିକ୍ସରେ ଭାରତ ୭ଟି ପଦକ ପାଇଛି। ପାରାଲିମ୍ପିକ୍ସରେ ଆହୁରି ଅଧିକ ପଦକ ଆସିବା ସମ୍ଭାବନା ଅଛି। ଏଥର ପ୍ରତିଯୋଗିତା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହି କ୍ରୀଡ଼ା ଏବଂ କ୍ରୀଡ଼ାବିତ୍‌ଙ୍କ ପ୍ରତି ଅଧିକ ଆଦର ବଢ଼ିବା ନେଇ ଆଶା ରହିଛି।
ପ୍ର: ଭବିଷ୍ୟତର ଲକ୍ଷ୍ୟ କ’ଣ ?
ଉ: ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ମୋର ଏକମାତ୍ର ସ୍ବପ୍ନ। ବିଶ୍ୱ ଚାମ୍ପିୟନଶିପ୍‌୍‌ ସମେତ ମୁଁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ୧୦୦ରୁ ଊର୍ଦ୍ଧ୍ୱ ପଦକ ପାଇଛି। ମାତ୍ର ପାରାଲିମ୍ପିକ୍ସ ଆଗରେ ସେ ସବୁ ଫିକା। ଏବେ ମୋର ଲକ୍ଷ୍ୟ କେବଳ ସ୍ବର୍ଣ୍ଣ ପଦକ। ଏହାପରେ ଭବିଷ୍ୟତ ସମ୍ପର୍କରେ ଯାହା ଚିନ୍ତା କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri