ଯୁବତୀଙ୍କୁ ଏସିଡ୍‌ ମାଡ଼: ଅଭିଯୁକ୍ତ ଅଟକ

ଭୁବନେଶ୍ୱର,୧୩ା୮(ବ୍ୟୁରୋ):ରାଜଧାନୀରେ ଜଣେ ଯୁବତୀଙ୍କ ଉପରକୁ ଏସିଡ୍‌ ମାଡ଼ କରାଯାଇଛି। ଏଥିରେ ଯୁବତୀଙ୍କ ମୁହଁର ବାମ ପାର୍ଶ୍ୱ ପୋଡ଼ି ଯାଇଛି। ଏସିଡ୍‌ ମାଡ଼ କରିଥିବା ଯୁବକ ହେଉଛନ୍ତି ନିମାପଡ଼ା ଅଞ୍ଚଳର ପପୁ ରାଉତ। ୨ବର୍ଷ ତଳେ ନୋଟାରୀ ପବ୍ଲିକ୍‌ଙ୍କ ନିକଟରେ ପପୁ ଉକ୍ତ ଯୁବତୀଙ୍କୁ ବିବାହ କରିଥିବା ଜଣାପଡ଼ିଛି। ପୀଡ଼ିତା ପପୁଙ୍କ ବିରୋଧରେ ଧଉଳି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୧୨୧/୨୦୨୧) ରୁଜୁ କରି ଅଭିଯୁକ୍ତ ପପୁଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡ଼ିଛି। ଏସିଡ୍‌ ମାଡ କରାଯାଇଥିବା ନେଇ ପୀଡ଼ିତା ଏତଲାରେ ଉଲ୍ଲେଖ କରିଥିବାବେଳେ ଏହା ଏସିଡ୍‌ ନୁହେଁ, ଅନ୍ୟ କୌଣସି ରାସାୟନିକ ପଦାର୍ଥ ତାଙ୍କ ଦେହରେ ପକାଯାଇଥିବା ପୋଲିସ ସନ୍ଦେହ କରୁଛି। ତଦନ୍ତ ଜାରି ରହିଥିବାରୁ ପୋଲିସ ଅଧିକ କିଛି ସୂଚନା ଦେବାକୁ ମନା କରିଦେଇଛି।
ମିଳିଥିବା ସୂଚନା ଅନୁସାରେ ପପୁଙ୍କ ଘର ପୁରୀ ଜିଲା ନିମାପଡ଼ାରେ ହୋଇଥିବାବେଳେ ସେ ପିପିଲିର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ପରେ ଉଭୟେ ୨୦୧୯ରେ ନୋଟାରୀଙ୍କ ନିକଟରେ ବିବାହ କରିଥିଲେ। ବିବାହ ପରେ ସେମାନେ ଏକତ୍ର ନ ରହି ନିଜ ନିଜ ଘରେ ରହୁଥିଲେ। ହେଲେ ନୋଟାରୀରେ ବିବାହ କରିଥିବାରୁ ଯୁବତୀ ଜଣକ ପପୁଙ୍କ ସାଙ୍ଗରେ ରହିବାକୁ ସବୁବେଳେ ଜିଦ୍‌ ଧରୁଥିଲେ। ହେଲେ ପପୁ କିଛି ନା କିଛି ବାହାନା ଦେଖାଇ ଦିନ ଗଡ଼େଇ ଚାଲିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ମଧ୍ୟ ଲାଗୁଥିଲା। ବୁଧବାର ପପୁ ଉକ୍ତ ଯୁବତୀଙ୍କୁ ଧଉଳି ନିକଟକୁ ଡକାଇଥିଲେ। ଯୁବତୀ ଜଣକ ସେଠାରେ ପହଞ୍ଚତ୍ବା ପରେ ଉଭୟେ ବସି କଥା ହୋଇଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ପପୁ ନୋଟାରୀ ନିକଟରେ କରିଥିବା ବିବାହର ସମସ୍ତ କାଗଜପତ୍ରକୁ ପୋଡ଼ିବାକୁ ଚେଷ୍ଟା କରିଥିଲେ। ଏହାକୁ ଯୁବତୀ ବିରୋଧ କରିବାରୁ ପପୁ ରାଗିଯାଇ ନିଜ ସାଥିରେ ଆଣିଥିବା ଏସିଡ୍‌ ଯୁବତୀଙ୍କ ମୁହଁକୁ ଫୋପାଡ଼ି ସେଠାରୁ ଫେରାର ହୋଇଯାଇଥିଲେ। ଯୁବତୀ ଜଣଙ୍କ କଷ୍ଟରେ ଛଟପଟ ହୋଇ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ଦାଖଲ ବେଳେ ଅପରାଜିତା-ମନ୍ମଥଙ୍କ ସମର୍ଥକ ମୁହାଁମୁହିଁ

ଖୋର୍ଦ୍ଧା,୨ା୫: ଗୁରୁବାର ନାମାଙ୍କନପତ୍ର ଦାଖଲ ବେଳେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ମୁହଁାମୁହିଁ ହୋଇଛନ୍ତି ଏମ୍‌ପି ତଥା ଭାଜପା ଲୋକ ସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଏବଂ...

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର,୨ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଟିଟିଲାଗଡ଼ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ତାଙ୍କର ନାମାଙ୍କନପତ୍ର...

ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି,...

ଲିଙ୍ଗରାଜରୁ ଖୋର୍ଦ୍ଧା ଯାଏ ଦୌଡିଲେ ମନ୍ମଥ

ଭୁବନେଶ୍ୱର,୨।୫: ଭୁବନେଶ୍ୱର ଲୋକ ସଭା ଆସନରୁ ବିଜୁ ଜନତା ଦଳ(ବିଜେଡି)ର ପ୍ରାର୍ଥୀ ମନ୍ମଥ ରାଉତରାୟ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା...

ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଧର୍ମେନ୍ଦ୍ର, ଅପରାଜିତା,ମନ୍ମଥ, ଅରୁପ

ଭୁବନେଶ୍ୱର,୨।୫: ଲୋକ ସଭା ନିର୍ବାଚନ ପାଇଁ ଗୁରୁବାର ୪ ହେଭିଓ୍ବେଟ ନେତା ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱର ଲୋକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri