Posted inଖେଳ

ସିରିଜ ଜିତିବା ପରେ ଏଭଳି ବୟାନ ଦେଇ ଭାରତୀୟ ପ୍ରଶଂସକଙ୍କ ହୃଦୟ ଜିତିଲେ ଶ୍ରୀଲଙ୍କା ଅଧିନାୟକ, କହିଲେ ‘ଚିନ୍ତାଜନକ ପରିସ୍ଥିତିରେ…’

କଲମ୍ବୋ,୩୦।୭: ସ୍ଥାନୀୟ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଶ୍ରୀଲଙ୍କା ୭ ଉଇକେଟରେ ଭ୍ରମଣକାରୀ ଭାରତକୁ ପରାସ୍ତ କରିଛି। ଦଳ ୮୨ରନ୍‌ର ଲକ୍ଷ୍ୟର ପିଛା କରି ତିନି ଉଇକେଟ ହରାଇ ବିଜେତା ହୋଇଥିଲା। ତେବେ ମ୍ୟାଚ୍‌ ପରେ ଶ୍ରୀଲଙ୍କାର ଅଧିନାୟକ ଦସୁନ ସନକା ନିଜର ବୟାନ ଦେଇ ଭାରତୀୟ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି।

ମ୍ୟାଚ୍‌ ପରେ ସନାକା କହିଥିଲେ, ଚିନ୍ତାଜନକ ପରିସ୍ଥିତିରେ ସିରିଜ୍‌ ଖେଳିଥିବାରୁ ମୁଁ ସର୍ବପ୍ରଥମେ ବିସିସିଆଇ ଧନ୍ୟବାଦ ଦେବାକୁ ଚାହୁଁଛି। ଏଥିସହ ରାହୁଲ ଦ୍ରାବିଡ ଏବଂ ଶିଖର ଧାଓ୍ବନଙ୍କୁ ମଧ୍ୟ ଧନ୍ୟବାଦ। ତେବେ ଦଳ ନେଇ ସେ କହିଛନ୍ତି, ଟିମ୍‌ର ପ୍ରତିଟି ସଦସ୍ୟ ଫିଟ୍‌ନେସ୍‌ ଉପରେ କଠିନ ପରିଶ୍ରମ କରୁଛନ୍ତି। ମୋ ପାଖରେ ବୋଲିଂ ପାଇଁ ବିକଳ୍ପ ରହିଥିଲା। କେବଳ ମୁଁ ନୁହେଁ ସମସ୍ତ କ୍ରିକେଟର ନିଜ ଫିଟ୍‌ନେସ୍‌ ଉପରେ ପରିଶ୍ରମ କରିଛନ୍ତି। ସେମାନେ ବିଶ୍ୱସ୍ତରୀୟ ଖେଳାଳି ହେବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ।

ପ୍ରତିକ୍ରିୟାରେ ଭାରତୀୟ ଟିମ୍‌କୁ ଧନ୍ୟବାଦ ଦେଇଥିବାରୁ ଭାରତୀୟ ପ୍ରଶଂସକମାନେ ଖୁସି ହୋଇଥିଲେ। କେହି କେହି ଏତକ କହି ଆପଣ ହୃଦୟ ଜିତିଲେ ବୋଲି ସୋସିଆଲ ମିଡିଆରେ ମନ୍ତବ୍ୟ ମଧ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଧୂଳିସାତ, ଦ୍ୱିତୀୟରେ କୋଲକାତା

ମୁମ୍ବାଇ, ୩।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ...

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ...

ମେ’୨୫ ଶେଷ ତାରିଖ, ଆଇପିଏଲରେ ଖରାପ ପଦର୍ଶନ କଲେ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଏହି ସବୁ ଖେଳାଳି ପଡିବେ ବାଦ୍‌

ନୂଆଦିଲ୍ଲୀ,୩।୫: ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟଦଳ ଘୋଷଣା ହୋଇସାରିଛି। ଭଲ ପ୍ରଦର୍ଶନ କରୁଥିବା ଅନେକ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ। ଯାହାକୁ ନେଇ ପ୍ରଶଂସକମାନେ...

ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଗଲା ଅନେକ ରେକର୍ଡ

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ପ୍ରବଳ ରନ୍‌ ବର୍ଷା ହୋଇଥିଲା। ଏହି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ...

ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଲେ ଏହି ଘାତକ ସ୍ପିନର୍‌: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ନେଇଥିଲେ ୩ ଉଇକେଟ୍‌

ଲଣ୍ଡନ,୩।୫: ଇଂଲଣ୍ଡ କ୍ରିକେଟର ଜୋଶ ବେକର ମାତ୍ର ୨୦ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। କାଉଣ୍ଟି କ୍ରିକେଟରେ ୱର୍କେଷ୍ଟେଶାୟାର୍‌ ପାଇଁ ବେକର୍‌ ଖେଳିଥିଲେ। ମୃତ୍ୟୁର...

ଶେଷ ୩ ଓଭରରେ ଥିଲା ମାତ୍ର ୨୭ ରନ୍‌: ବିଶ୍ୱକପ୍‌ ଦଳରେ ଚୟନ ହୋଇ ନ ଥିବା ବୋଲର୍‌ ପଲଟାଇଦେଲେ ବାଜି

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ୧-୦ରେ ପରାସ୍ତ କରିଛି। ଜିତିବା ପାଇଁ ୨୦୨ ରନ୍‌ର ଟାର୍ଗେଟକୁ ପିଛା କରି...

ରାଜସ୍ଥାନ ହାତରୁ ମ୍ୟାଚ୍‌ ଛଡାଇ ଆଣିଲା ହାଇଦ୍ରାବାଦ

ହାଇଦ୍ରାବାଦ,୩ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧ ରନ୍‌ର ରୋମାଞ୍ଚକ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ...

ଜଲଓ୍ବା ଦେଖାଇଲେ ୨୦ କୋଟି ଟଙ୍କାର ଖେଳାଳି

ହାଇଦ୍ରାବାଦ୍‌,୩।୫: ଆଇପିଏଲ ୨୦୨୪ର ୫୦ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧ ରନ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ପ୍ରଥମେ ବ୍ୟାଟିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri