ବେଶ ସ୍ବାଭିମାନୀ ହୋଇଥାନ୍ତି ଏହି ରାଶିରେ ଜନ୍ମିତ ମହିଳା: ଦେଖିବାକୁ ଶାନ୍ତ; ହେଲେ ଦରକାର ପଡ଼ିଲେ କରିଦିଅନ୍ତି ମୁହଁ ବନ୍ଦ

ମକର ରାଶିର ସ୍ବାମୀ ଗ୍ରହ ଶନି। ଏହା ତ୍ୟାଗ ଓ ବଳିଦାନର ରାଶି ବୋଲି କୁହାଯାଏ। ଶନି ଠିକ୍‌ ଥିବା ବେଳେ ଏହି ରାଶିର ବ୍ୟକ୍ତି ସଚ୍ଚୋଟ ଏବଂ ବିଶ୍ୱାସୀ ହୋଇଥାନ୍ତି। ହେଲେ ଶନି ଖରାପ ଚାଲିଲେ ଏହାର ଠିକ୍‌ ଓଲଟା ହୋଇଥାଏ। ଏହି ରାଶିର ମହିଳାଙ୍କ ବିଷୟରେ କଥା ହେଲେ ସେମାନେ ବହୁତ ସ୍ବାଭିମାନୀ, ସହନଶୀଳ, ଆତ୍ମନିର୍ଭର ଏବଂ ସାହସୀ ହୋଇଥାନ୍ତି। ହେଲେ ରାଗ ସବୁବେଳେ ଏମାନଙ୍କ ନାକରେ ରହିଥାଏ।

ଯେତେ ବି ଦୁଃଖ ଆସୁ ମକର ରାଶିର ମହିଳାମାନେ ବିଚଳିତ ହୋଇ ନ ଥାନ୍ତି। ଏମାନେ ବେଶ ପାରିବାରିକ ହୋଇଥାନ୍ତି। ଲୋଭ ଏମାନଙ୍କର ବିଲ୍‌କୁଲ ନ ଥାଏ। ଦେଖିବାରେ ଶାନ୍ତ ହେଲେ ବି ଏମାନେ ଆବଶ୍ୟକତା ବେଳେ ଅନ୍ୟମାନଙ୍କର ମୁହଁ ବନ୍ଦ କରିଦେଇ ପାରନ୍ତି। ବସ୍‌ ନଚେତ ଲିଡ୍‌ର ଭାବେ ଏମାନେ ସୂଚାରୁରୂପେ ଦାୟିତ୍ୱ ନିର୍ବାହ କରିଥାନ୍ତି। କାହା ଉପରେ ନିର୍ଭର ନ କରିବା ଏହି ରାଶିର ବିଶେଷତା।

ଏହି ରାଶିର ମହିଳାମାନଙ୍କର ସବୁ ବିଷୟରେ ଜ୍ଞାନ ଥାଏ। ବେଶ ବୁଦ୍ଧିମତାର ସହ ଏମାନେ ସବୁକାମ କରିଥାନ୍ତି। ବହୁତ ଭାବିଚିନ୍ତି ଏମାନେ ଜୀବନସାଥୀ ଚୟନ କରିଥାନ୍ତି। ପ୍ରେମ ମାମଲାରେ କେବଳ ହୃଦୟ କଥା ଭାବନ୍ତି ନାହିଁ। କାହାକୁ ପାର୍ଟନର କରିବା ପୂର୍ବରୁ ତାର ଗୁଣ, ଦୋଷ ଆଦିକୁ ସେମାନେ ନିଶ୍ଚିତ ଦେଖିଥାନ୍ତି। ସ୍ବାମୀ ଓ ସନ୍ତାନଙ୍କୁ ଏମାନେ ବହୁତ ଭଲ ପାଇଥାନ୍ତି। କୌଣସି ପରିସ୍ଥିତିରେ ଏମାନେ ସ୍ବାମୀର ହାତ ଛାଡ଼ି ନ ଥାନ୍ତି।

କର୍ମସ୍ଥଳରେ ଏମାନେ ବେଶ ଭଲ କାମ କରିଥାନ୍ତି। ଏଣୁ ଏମାନେ କର୍ମଠ କର୍ମଚାରୀ ବୋଲି କୁହାଯାଏ। ବହୁମୂଖୀ ପ୍ରତିଭାର ଅଧିକାରୀଣି ହେତୁ ଏମାନେ କୌଣସି କାମ ହାତକୁ ନେବା ପୂର୍ବରୁ ତାର ଭବିଷ୍ୟ କଥା ଭାବିଥାନ୍ତି। ଏମାନଙ୍କୁ ଯେଉଁ କାମ ଦିଆଯାଏ ଏମାନେ ସବୁକାମ ଭଲ ଭାବେ ସମ୍ପନ୍ନ କରିଥାନ୍ତି। ଅନ୍ୟାୟ କିମ୍ବା ଭେଦଭାବ ଏମାନେ ସହି ପାରନ୍ତି ନାହିଁ। ଏମାନଙ୍କୁ ଉଚ୍ଚ ପଦ ମିଳିଥାଏ। ଏହି ରାଶିର ମହିଳା କର୍ମ କରିବା ଉପରେ ବିଶ୍ୱାସ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri