ବଢୁଛି ଭାରତୀୟଙ୍କ ଖର୍ଚ୍ଚ ଆଗ୍ରହ

ନୂଆଦିଲ୍ଲୀ,୨୫।୭:  ୨୦୨୦ କୋଭିଡ୍‌ ସଂକ୍ରମଣଠାରୁ ଭାରତୀୟଙ୍କ ମଧ୍ୟରେ ରହିଥିବା ଆଶଙ୍କାକୁ ନେଇ ଡୋଲୋଏଟ୍‌ ପକ୍ଷରୁ ଶନିବାର କରାଯାଇଥିବା ସର୍ଭେ ‘ଗ୍ଲୋବାଲ ଷ୍ଟେଟ୍‌ ଅଫ୍‌ କଞ୍ଜ୍ୟୁମର ଟ୍ରାକର’ର ରିପୋର୍ଟ ଜାରି କରାଯାଇଛି। ଏଥିରୁ ଜଣାପଡ଼ିଛି ଯେ, ବଢୁଛି ଭାରତୀୟଙ୍କ ଖର୍ଚ୍ଚ ଆଗ୍ରହ ସହ ଅନ୍ୟାନ୍ୟ ସୁବିଧାସୁଯୋଗ। କୋଭିଡ୍‌ର ପ୍ରଥମ ଲହର ଯୋଗୁ ମାନ୍ଦା ପଡ଼ିଯାଇଥିବା ଭାରତୀୟ ଦ୍ୱିତୀୟ ଲହରରେ କିପରି ଆର୍ଥିକ ଗତିବିଧି ଓ ଅନ୍ୟନ୍ୟା କାର୍ଯ୍ୟ କରୁଛନ୍ତି ସେସବୁ ବିଷୟକୁ ନେଇ ଏହି ସର୍ବେକ୍ଷଣ କରାଯାଇଥିବା ଜଣାପଡ଼ିଛି। ସର୍ଭେ ସମୟରେ ଆଗାମୀ ଉତ୍ସବ ଓ ପାର୍ବଣକୁ କିପରି ପାଳନ କରାଯିବ ଯେପରି ରକ୍ଷାବନ୍ଧନ, ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥ, ଦଶହରା ଓ କାଳୀପୂଜା ସମେତ ବିଭାଘର ଆଦିରେ ଲୋକମାନେ କିପରି କିଣାକିଣି ଓ ଖର୍ଚ୍ଚ କରିବେ ସେ ନେଇ ମଧ୍ୟ ତଥ୍ୟ ଓ ଲୋକଙ୍କର ମାନସିକତାକୁ ବିଚାରକୁ ନିଆଯାଇଥିଲା। ଏଥିରେ ଅନେକ ଭାରତୀୟ ପରିବାର ବୁଝିବିଚାରି ଖର୍ଚ୍ଚ କରିବେ ବୋଲି ସର୍ଭେରୁ ଜଣାପଡ଼ିଛି। ତେବେ ଲୋକେ ଏଥିରେ ସେମାନଙ୍କ ଜରୁରୀ ଆବଶ୍ୟକତାକୁ ଗୁରୁତ୍ୱ ଦେଇଥିବା ଜଣାପଡ଼ିଥିବା ବେଳେ ଅଯଥା ଖର୍ଚ୍ଚକୁ ନିୟନ୍ତ୍ରଣ କରିବେ ବୋଲି ସୂଚନା ମିଳୁଛି।
ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ୬୧% ଉପଭୋକ୍ତା ହାଟକୁ ଯାଇ କିଣାକିଣି ଲାଗି ଆଗ୍ରହୀ ଅଛନ୍ତି। ହେଲେ କରୋନା ଯୋଗୁ ଦୋକାନ ବଜାର ବନ୍ଦ ରହିବା ସାଙ୍ଗକୁ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ଏହି ସମୟରେ ଲୋକେ ସ୍ଥାନୀୟ ଦୋକାନରୁ କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣୁଥିଲେ। କୋଭିଡ୍‌ ଟିକାକରଣଠାରୁ ସେମାନେ ଦୂର ଓ ଖୋଲାସ୍ଥାନରୁ ପୂର୍ବଭଳି କିଣାକିଣି କରିବାକୁ ଚାହୁଁଥିବାର ସର୍ଭେରୁ ଜଣାପଡ଼ିଛି। ସେହିପରି ୫୧% ଲୋକ ବିଭିନ୍ନ ଆୟୋଜନରେ ସାମିଲହେବାକୁ ଉତ୍ସାହିଥିବାର ସୂଚନା ରହିଛି। ଦୀର୍ଘ ଦିନ ହେବ ଘରେ ରହି ରହି ପର୍ବପର୍ବାଣି, ବିବାହ ବ୍ରତରେ ସାମିଲ ହୋଇପାରି ନ ଥିବା ଲୋକେ ବର୍ତ୍ତମାନ ସାମାଜିକ କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ଭାବେ ଭାଗନେବାକୁ ଆଗ୍ରହୀ ଥିବା ଜଣାପଡିଛି। ଦେଶରେ କରୋନା ସଂକ୍ରମଣ ହ୍ରାସ ହୋଇ ଚାଲିଥିବା ବେଳେ ଟିକାକରଣ ମଧ୍ୟ ବଢ଼ିବଢ଼ି ଚାଲିଛି। ଫଳରେ ମହାମାରୀକୁ ନେଇ ଲୋକଙ୍କ ମନରୁ କିଛି ମାତ୍ରାରେ ମାନସିକ ଅଶାନ୍ତି ମଧ୍ୟ ହ୍ରାସ ପାଇଛି। ମେ ମାସରେ ୪୫ % ଲୋକଙ୍କ ମଧ୍ୟରେ ଅଶାନ୍ତି ଓ ମାନସିକ ଚିନ୍ତାରେ କଟୁଥିବା ବେଳେ ବର୍ତ୍ତମାନ ତାହା ୩୯% କୁ ହ୍ରାସ ହୋଇଛି। ତେବେ ୭୯% ଭାରତୀୟ ନିଜ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ଥିବାବେଳେ ୮୫% ଲୋକ ପାରିବାରିକ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିଥିବା ଜଣାପଡ଼ିଛି। ଏହି ସର୍ବେକ୍ଷଣରେ ୨୦% ଭାରତୀୟ ଉପଭୋକ୍ତା ପୁଣି କାର୍ଯ୍ୟସ୍ଥଳକୁ ଫେରିବା ନେଇ ଚିନ୍ତିତ ଥିବା ବେଳେ ୬୫% ବୃତ୍ତି ହରାଇବା ଆଶଙ୍କାରେ ଦିନ କାଟୁଥିବା ଜଣାପଡ଼ିଛି। ଏସବୁ ସତ୍ତ୍ୱେ ୩୫ବର୍ଷରୁ ଅଧିକ ଆୟୁବର୍ଗରେ ଲୋକେ ଆଗାମୀ ୩ ମାସରେ ଛୁଟିରେ ଯିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

ଏପ୍ରିଲ ପରେ ବନ୍ଦ ହୋଇଯିବ ଏହି ୬ଟି ବଡ଼ ବ୍ୟାଙ୍କ? ଆକାଉଣ୍ଟ ଥିଲେ କଣ କରିବେ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛନ୍ତି। ରିପୋର୍ଟ ଅନୁଯାୟୀ ସରକାର ଛଅଟି ବଡ଼ ସରକାରୀ ବ୍ୟାଙ୍କକୁ ପରସ୍ପର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri