ଶହନାଜଙ୍କୁ ମୁଁ ଭଲ ପାଏ: ମସାବା ଗୁପ୍ତା

ମୁମ୍ବାଇ: ଚର୍ଚ୍ଚିତ ରିୟଲିଟି ଶୋ’ ବିଗ୍ ବସ୍ ୧୩ରେ ସମସ୍ତଙ୍କ ମନୋରଞ୍ଜନ କରିଥିବା ଶହନାଜ ଗିଲଙ୍କର ଏବେ ଭଲ ସମୟ ଚାଲିଛି । ପ୍ରଫେସନାଲି ସେ ଏବେ ବହୁତ ଉପରକୁ ଯିବାରେ ଲାଗିଛନ୍ତି । କିଛିଦିନ ହେବ ସେ ଲୋକପ୍ରିୟ ଫଟୋଗ୍ରାଫର ଡବ୍ୱୁ ରତନାନିଙ୍କ କ୍ୟାଲେଣ୍ଡର ଶୁଟର ଅଂଶ ପାଲଟିଥିଲେ । ଏବେ ଶହନାଜଙ୍କ ପାଇଁ ଲୋକପ୍ରିୟ ଡିଜାଇନର ମସାବା ଗୁପ୍ତା ବଡ କଥା କହିଛନ୍ତି । ଏବେ ମସାବା ଶହନାଜଙ୍କ ସହ କୋଲାବରେଟ କରିବାକୁ ଚାହୁଁଛନ୍ତି । ଫ୍ୟାଶନ ଡିଜାଇନର ମସାବା କହିଛନ୍ତି ସେ ଶହନାଜଙ୍କୁ ଡ୍ରେସଅପ୍ କରିବାକୁ ଚାହୁଁଛନ୍ତି । ତେବେ ମସାବାଙ୍କ ଏକଥା ଶୁଣି ଶହନାଜ ନିଶ୍ଚିତ ଖୁସି ହୋଇଯାଇଥିବେ । ମସାବା ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ କିଛି ପ୍ରଶ୍ନର ଉତ୍ତର ଦେବା ସମୟରେ ଜଣେ ୟୁଜର୍ସ ପଚାରିଥିଲେ ଶହନାଜଙ୍କ ପାଇଁ ଏକ ଶବ୍ଦ କୁହନ୍ତୁ । ମସାବା କହିଥିଲେ ମୁଁ ତାଙ୍କୁ ଡ୍ରେସଅପ୍ କରିବା ଯୋଜନାରେ ରହିଛି । କେହି ମୋତେ ସାହାଯ୍ୟ କରିପାରିବେ କି । ମୁଁ ତାଙ୍କୁ ଭଲପାଏ । ବିଗ୍ ବସ୍‌ରୁ ବାହାରିବା ପରେ ଶହନାଜ ଷ୍ଟାର ପାଲଟି ଯାଇଥିଲେ । ବିଗ୍ ବସ୍ ସରିବା ପୂର୍ବରୁ ତାଙ୍କୁ ନୂଆ ଶୋ ମିଳିଯାଇଥିଲା । ଏବେ ମନୋରଞ୍ଜନ ଦୁନିଆରେ ତାଙ୍କର ଡିମାଣ୍ଡ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri