ପୃଥିବୀ ମୁହାଁ ଜଳନ୍ତା ଗ୍ରହାଣୁପିଣ୍ଡ, ଜୁଲାଇ ୨୫ ରାତ୍ର ୧୧ଟା ୨୧ରେ ହେବ ପୃଥିବୀର ନିକଟବର୍ତ୍ତୀ …

ଓ୍ବାଶିଂଟନ,୨୪।୭: ପୃଥିବୀ ଉପରେ ନୂଆ ବିପଦ ମାଡ଼ିଆସୁଛି। ଜଳନ୍ତା ଗ୍ରହାଣୁପିଣ୍ଡ ୨୦୦୮-ଜିଓ-୨୦ ସେକେଣ୍ଡ ପ୍ରତି ୮ କିଲୋମିଟର ବେଗରେ ପୃଥିବୀ ମୁହାଁ ହୋଇଛି। ଜୁଲାଇ ୨୫ରେ ଭାରତୀୟ ସମୟ ରାତ୍ର ୧୧ଟା ୨୧ଟାରେ ଏହା ପୃଥିବୀର କକ୍ଷପଥ ନିକଟରେ ଅତିକ୍ରମ କରିବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ଏହାର ଲମ୍ବ ୨୨୦ ମିଟର ରହିଛି। ଏହି ଗ୍ରହାଣୁପିଣ୍ଡର ଆକାର ଲଣ୍ଡନରେ ଥିବା ବିଗ୍‌ବେନ୍‌ ଘଣ୍ଟାର ଆକାରଠାରୁ ୨ ଗୁଣା ବଡ଼ ଥିବାବେଳେ ଏହା ୪ଟି ଫୁଟବଲ ପଡ଼ିଆ ସହିତ ସମାନ। ପୃଥିବୀର ଗୁରୁତ୍ୱ ଆକର୍ଷଣ ଦ୍ୱାରା ବାୟୁମଣ୍ଡଳରେ ଏହା ପ୍ରବେଶ କରିବାର ଆଶଙ୍କା ଖୁବ୍‌ କମ୍‌ ଥିଲେ ମଧ୍ୟ ନାସା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପୃଥିବୀଠାରୁ ୪୬.୫ ଲକ୍ଷ ମାଇଲ ଦୂରତାରେ ଗତି କରୁଥିବା ଗ୍ରହାଣୁପିଣ୍ଡକୁ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ବିପଦ ଜନକ ବୋଲି କୁହାଯାଇଥାଏ। ୨୦୦୮-ଜିଓ-୨୦ ପୂର୍ବରୁ ୧୯୩୫ରେ ଏବଂ ୧୯୭୭ରେ ପୃଥିବୀର ନିିକଟବର୍ତ୍ତୀ ହୋଇଛି। ସେତେବେଳେ ଏହାର ଦୂରତା ପୃଥିବୀଠାରୁ ଯଥାକ୍ରମେ ୧୯ ଲକ୍ଷ ଏବଂ ୨୯ ଲକ୍ଷ କିଲୋମିଟର ଥିଲା। ତେବେ ଚଳିତବର୍ଷ ଏହା ପୃଥିବୀର କକ୍ଷପଥଠାରୁ ୪୫ ଲ୪ କିଲୋମିଟର ଦୂରେ ଅତିକ୍ରମ କରିବ। ୨୦୩୪ରେ ୨୦୦୮-ଜିଓ-୨୦ ପୁଣି ଥରେ ପୃଥିବୀ ନିଟବର୍ତ୍ତୀ ହେବ ବୋଲି ନାସା ପକ୍ଷରୁ କୁହାଯାଇଛି। ଏଭଳି ୨ ହଜାର ବିପଦଜନକ ଗ୍ରହାଣୁପିଣ୍ଡ ଉପରେ ନାସା ପକ୍ଷରୁ ଲଗାତାର ତୀକ୍ଷ୍‌ଣ ଦୃଷ୍ଟି ରଖାଯାଉଛି। ନାସାର ସେଣ୍ଟ୍ରେ ସିଷ୍ଟମ ଏଭଳି ଗ୍ରହାଣୁପିଣ୍ଡ ଉପରେ ଗବେଷଣା ଜାରି ରହିଛି। ଆସନ୍ତା ୧୦୦ ବର୍ଷ ମଧ୍ୟରେ ଏଭଳି ୨୨ଟି ଗ୍ରହାଣୁପିଣ୍ଡ ପୃଥିବୀର କକ୍ଷପଥ ନିକଟରେ ଗତି କରିବେ ବୋଲି ନାସାର ସେଣ୍ଟ୍ରେ ସିଷ୍ଟମ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri