Posted inଜାତୀୟ

ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା; ଜାଣନ୍ତୁ କିଏ ଥିଲେ ଦାନିଶ

ନୂଆଦିଲ୍ଲୀ,୧୬।୭: ପୁଲିଟର ପୁରସ୍କାର ବିଜେତା ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ଶୁକ୍ରବାର ଆଫଗାନିସ୍ତାନରେ ହତ୍ୟା କରାଯାଇଛି। ସେ କାନ୍ଦାହାରର ସ୍ପିନ୍‌ ବୋଲଡାକ ହିଂସାକାଣ୍ଡ ଘଟଣାର କଭରେଜ୍‌ କରୁଥିଲେ। ଗତ କିଛିଦିନ ଧରି ସିଦ୍ଦିକି କାନ୍ଦାହାରରେ ଥିଲେ। ସେଠାରୁ ବିବାଦର ଚିତ୍ରକୁ ବିଶ୍ୱ ସାମ୍ନାକୁ ଆଣିଥିଲେ। ନିକଟ ଅତୀତରେ ସେ ଆଫଗାନିସ୍ତାନ ସୁରକ୍ଷା ବାହିନୀ ସହ ପ୍ରମୁଖ ଅପରେଶନ କଭର୍‌ କରିଛନ୍ତି। ଜୁନ ୧୩ରେ ତାଙ୍କ ଟିମ୍‌ ଉପରେ ଆକ୍ରମଣ ହୋଇଥିବା ନେଇ ସେ ଭିଡିଓ ପୋଷ୍ଟ କରି ଜଣାଇଥିଲେ। ହେଲେ କାନ୍ଦାହାର ଅଞ୍ଚଳରେ ତାଲିବାନ ଓ ଆଫଗାନିସ୍ତାନ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ହିଂସାତ୍ମକ ସଂଘର୍ଷରେ ସିଦ୍ଦିକିଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରିଦ ମାମୁଣ୍ଡଜେ ତାଙ୍କ ମୃତ୍ୟୁର ସୂଚନା ଦେଇଛନ୍ତି।

ଦେଶର ଜଣେ ଜଣାଶୁଣା ଫଟୋ ଜର୍ନାଲିଷ୍ଟ ଥିଲେ ଦାନିଶ। ତାଙ୍କୁ ପୁଲିଟର ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ମୁମ୍ବାଇରେ ରହୁଥିବା ବେଳେ ଖବର ସରବରାହ ସଂସ୍ଥା ରଏଟର ପାଇଁ କାମ କରୁଥିଲେ। ପ୍ରବାସୀ ସଙ୍କଟ ଏବଂ କରୋନାର ଦ୍ୱିତୀୟ ଲହର ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ତଥା ଅନ୍ତର୍ଜାତୀୟ ଘଟଣା ବିଷୟରେ ସେ ଦୃଷ୍ଟି ଆକର୍ଷଣ କରିଥିଲେ। କିଛିଦିନରୁ ସେ କାନ୍ଦାହାରରେ ବର୍ତ୍ତମାନର ସଙ୍କଟ ସ୍ଥିତିର କଭରେଜ୍‌ କରୁଥିଲେ।

ଟେଲିଭିଜନରୁ ସିଦ୍ଦିକି ତାଙ୍କର ସାମ୍ବାଦିକତା ବୃତ୍ତି ଆରମ୍ଭ କରିଥିଲେ। ସେ ୨୦୧୦ରେ ରଏଟରରେ ଯୋଗଦେବା ପୂର୍ବରୁ କିଛି ସମୟ ପାଇଁ ଇନଟର୍ନ ଭାବେ କାର୍ଯ୍ୟ କରିଥିଲେ। ୨୦୧୮ରେ ସେ ଓ ତାଙ୍କ ସହକର୍ମୀ ଅଦନାନ ଆବିଦିଙ୍କୁ ଫିଚର ଫଟୋଗ୍ରାଫି ପାଇଁ ପୁଲିଟର ପୁରସ୍କାର ମିଳିଥିଲା। ଉଭୟ ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟର ଉତ୍କୃଷ୍ଟ କଭରେଜ୍‌ କରିଥିଲେ। କେବଳ ଏତିକି ନୁହେଁ ସେ ଆଫଗାନିସ୍ତାନ, ଇରାକ ଯୁଦ୍ଧ, ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟ, ହଂକଂ ବିରୋଧ, ନେପାଳ ଭୂମିକମ୍ପ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ କଭରେଜ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri