ମହାମାରୀ ଦେଖାଇଲା ନୂଆ ବାଟ

କେନ୍ଦୁଝର,୧୬।୭(ସ୍ବ.ପ୍ର.): ପେସା ଶିକ୍ଷକତା, ହେଲେ କରୋନା ବେଳେ ସମୟର ସଦୁପଯୋଗ କରି ଚାଷକୁ ନିଶା ଭାବେ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ସାଜିଛନ୍ତି କେନ୍ଦୁଝର ଜିଲା ତେଲକୋଇ ବ୍ଲକ ରାଇସୁଆଁ ଗ୍ରାମର ଜିତେନ୍ଦ୍ର ମହାନ୍ତ। ଗ୍ରାମଠାରୁ ପ୍ରାୟ ୧୦୦ କି.ମି. ଦୂର ଏକ ବିଦ୍ୟାଳୟରେ ସେ ୫ବର୍ଷ ହେଲା ଶିକ୍ଷକତା କରିଆସୁଛନ୍ତି। ହେଲେ କରୋନା ସମୟରେ ସ୍କୁଲ ବନ୍ଦ ରହିବାରୁ ସେ ଘରେ ରହି ଅନ୍ୟାନ୍ୟ ଚାଷ ସହିତ ଲେମ୍ବୁ ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି । ଏକ ଚାଷୀ ପରିବାରରେ ଜନ୍ମ ହୋଇଥିବା ଜିତେନ୍ଦ୍ରଙ୍କ ପିଲାଦିନରୁ ଚାଷ ପ୍ରତି ଦୁର୍ବଳତା ଥିଲା।

ସ୍କୁଲ ଓ କଲେଜରେ ପଢା ଶେଷ ହେବା ପରେ ଶିକ୍ଷକ ହେବାକୁ ମନ ବଳାଇ ରାଇସୁଆଁ ସରସ୍ବତୀ ଶିଶୁ ମନ୍ଦିରରେ ଶିକ୍ଷକତା ଆରମ୍ଭ କଲେ। ଦୀର୍ଘ ୫ ବର୍ଷ ହେଲା ସେ ଗଣିତ ପଢାଉଛନ୍ତି। ଶିକ୍ଷକତା ସହ ୨୦୧୮ରେ ବିଏଡ୍‌ ଶିକ୍ଷା ଲାଭ କରିବା ପରେ ୨୦୧୯ରେ ଓଟିଇଟି, ଓଏସଏସଟିଇଟି ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି। ଏବେ ସରକାରୀ ଚାକିରି ଅପେକ୍ଷାରେ ରହିଛନ୍ତି ଜିତେନ୍ଦ୍ର।

ସେ ଘରେ ୧୫ଟି ଲେମ୍ବୁ ଗଛ ଲଗାଇ ସେଥିରୁ ୨ବର୍ଷ ହେଲା ଲକ୍ଷାଧିକ ଟଙ୍କାର ଲେମ୍ବୁ ବିକିସାରିଛନ୍ତି। ତେବେ କରୋନା କଟକଣା ପାଇଁ ବାହାରକୁ ନେଇ ଲେମ୍ବୁ ବିକିବା ସୁବିଧା ହେଉନାହିଁ। ଏଣୁ ଲେମ୍ବୁ ଗଛରେ ନଷ୍ଟ ହେଉଥିବା ଜିତେନ୍ଦ୍ର କହିଛନ୍ତି। ଘରୁ ବାଇକରେ ସ୍କୁଲକୁ ଆସିଲା ବେଳେ ବସ୍ତାରେ ଲେମ୍ବୁ ଭର୍ତ୍ତି କରି ଆଣି କେନ୍ଦୁଝର ସହରରେ ବିକିଥାନ୍ତି। ଗତବର୍ଷ ସେ ଲେମ୍ବୁ ବିକି ପାଖାପାଖି ୩ଲକ୍ଷ ଟଙ୍କା ପାଇଥିବା ସେ କହିଛନ୍ତି। ତେବେ ଚଳିତବର୍ଷ ସେଭଳି ବିକି ପାରିନାହାନ୍ତି। ଏବେ ମଧ୍ୟ ଗଛରେ ଲେମ୍ବୁ ବିକ୍ରି ନ ହୋଇ ରହିଛି । ବେପାରୀମାନେ ଯାଇ ପାରୁନାହାନ୍ତି କିମ୍ବା ସେ ଲେମ୍ବୁ ଧରି ହାଟବଜାର ଆସିପାରୁନାହାନ୍ତି ବୋଲି କହିଛନ୍ତି । ଲକ୍‌ଡାଉନ ବେଳେ ରୋଜଗାର ପାଇଁ ଚିନ୍ତା କରି ବାପା ଓ ଭାଇଙ୍କ ସହିତ ମିଶି ଚାଷ କାର୍ଯ୍ୟରେ ଲାଗିଥିବା ସେ କହିଛନ୍ତି। ଧାନ ଓ ପନିପରିବା ଚାଷ ସହିତ ଲେମ୍ବୁ ଚାଷ କରୁଥିବା ସେ କହିଛନ୍ତି। ଘରେ ବାପା ନାରାୟଣ ମହାନ୍ତ ଓ ମା’ ସରସ୍ବତୀ ମହାନ୍ତ, ଭାଇ ଗୁରୁପ୍ରସାଦଦ ମହାନ୍ତ ଓ ଭାଉଜ ଅଛନ୍ତି । ସମସ୍ତେ ମିଶି ଚାଷ କରି ପରସ୍ପରକୁ ସହଯୋଗ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri