Posted inଫୁରସତ

ମୃତଦେହର ଦାନ୍ତରୁ ମୁଦି, କେଶରୁ ନେକ୍‌ଲେସ୍ ତିଆରି କରିବାକୁ ପସନ୍ଦ କରନ୍ତି ଏହି ମହିଳା

କାନବେରା,୧୫ ।୭: କେବଳ ମହିଳା ନୁହେଁ ଏମିତି କେତେଜଣ ପୁରୁଷ ଅଛନ୍ତି ଯେଉଁମାନେ ଗହଣା ପିନ୍ଧିବାକୁ ପସନ୍ଦ କରି ଥାଆନ୍ତି । ତାହା ପୁଣି ଦାମୀ । କେହି କେହି ସୁନା ଅଳଙ୍କାର ପସନ୍ଦ କରୁଥିବା ବେଳେ ଆଉ କେହି ହୀରା, ପୁଣି କିଏ ରୂପା ଆଉ କେହି ପ୍ଲାଟିନମର ଅଳଙ୍କାର ବି ପସନ୍ଦ କରି ଥାଆନ୍ତି । ହେଲେ ଅଷ୍ଟ୍ରେଲିଆରେ ଏମିତି ଜଣେ ମହିଳା ଅଛନ୍ତି ତାଙ୍କ ଗହଣା ସୌକ ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ କଥା । ସେ ମୃତଦେହର ଦାନ୍ତ ଓ କେଶରୁ ଗହଣା ତିଆରି କରି ପିନ୍ଧିବାକୁ ପସନ୍ଦ କରନ୍ତି ଆଉ ଏହା ତାଙ୍କର ହବି ବୋଲି ସେ କୁହନ୍ତି । ଜ୍ୟାକି ୱିଲିୟମ୍ସ ଗେବ ମେଟଲମ ଜୁଏଲର୍ସର ମାଲିକାଣୀ । ସେ ମୃତ ଲୋକଙ୍କ ଦାନ୍ତରୁ ମୁଦି, ଚୁଡି ଓ ହାର ତିଆରି କରି ବିକ୍ରି କରିଥାଆନ୍ତି । ଆଉ କିଛି ଜୁଏଲାରୀ ମାନବ ଶରୀରର ଅବଶେଷରୁ ବି ପ୍ରସ୍ତୁତ କରିଥାନ୍ତି ଜ୍ୟାକି । ପୂର୍ବରୁ ଜ୍ୟାକି ଏକ କବର ସ୍ଥାନରେ ମାଳି ଭାବେ କାମ କରୁଥିଲେ । ଏବେ କିନ୍ତୁ ଏଭଳି ଏକ ଜୁଏଲାରୀ ଦୋକାନର ମାଲିକାଣୀ । ସେ କୁହନ୍ତି ସେ ସାମାନ୍ୟ ଅସୁସ୍ଥ । କାରଣ ସୁସ୍ଥ ଲୋକ କେବେହେଲେ ଏମିତି ଅର୍ଥାତ୍ ମାନବ ଅବଶେଷରୁ ଗହଣା ତିଆରି କରିବା କଥା ଚିନ୍ତା କରିପାରିବନି । ହେଲେ ସେ ଏମିତି ଗହଣା ତିଆରି କରିବା ଫଳରେ ପ୍ରିୟଜନଙ୍କ ମୃତ୍ୟୁକୁ ସହଜରେ ଭୁଲି ପାରୁଥିବା ସେ ପ୍ରକାଶ କରିଛନ୍ତି । ଜ୍ୟାକି କୁହନ୍ତି ଗ୍ରାହକଙ୍କ ଅର୍ଡର ଅନୁଯାୟୀ ସେମାନଙ୍କ ପ୍ରିୟଜନଙ୍କ ମୃତ୍ୟୁ ପରେ ସେହି ମୃତଦେହରୁ ଦାନ୍ତ ଓ କେଶ ସଂଗ୍ରହକରି ସେ ଗହଣା ତିଆରି କରନ୍ତି । ହେଲେ ଏଥିରେ ମୃତଲୋକଙ୍କ ପରିବାର ସଦସ୍ୟଙ୍କ ସହମତି ନିଶ୍ଚିତ ଭାବେ ଥାଏ । ଏମିତି କରି କେତେକ ଲୋକେ ପରିଜନଙ୍କ ମୃତ୍ୟୁ ଦୁଃଖକୁ ସହଜରେ ଭୁଲି ପାରନ୍ତି ବୋଲି ସେ କୁହନ୍ତି । ଜ୍ୟାକି କୁହନ୍ତି ମୁଁ ଏପରି କରିବା ପଛର କାରଣ ହେଉଛି ଲୋକଙ୍କୁ ଦୁଃଖ ସମୟରେ ସେମାନଙ୍କୁ ସାମାନ୍ୟ ଖୁସି ଦେବାକୁ ଚେଷ୍ଟା କରିବା ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri