ସନ୍ଧ୍ୟା ନ ହେଉ ସମୟସୀମା

ବଇଣ୍ଡା,୧୫ା୭(ଡି.ଏନ.ଏ.): ଗତ ଗାଇଡଲାଇନ୍‌ରେ ‘ଏ’ କାଟେଗୋରିକୁ ଉନ୍ନୀତ ହୋଇଥିଲା ଅନୁଗୋଳ ଜିଲା। ଫଳରେ କରୋନା କଟକଣା ଏଠାରେ ପୂର୍ବାପେକ୍ଷା ଅଧିକ କୋହଳ ହୋଇଥିଲା। ଜୀବିକାକୁ ପ୍ରାଧାନ୍ୟ ଦେବାକୁ ଯାଇ ସନ୍ଧ୍ୟା ୬ଟା ଯାଏ ବଜାରରେ ବ୍ୟବସାୟ କରିବାକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଥିଲା। ସପ୍ତାହାନ୍ତ ଶଟ୍‌ଡାଉନ୍‌ ମଧ୍ୟ ହଟାଇ ଦିଆଯାଇଥିଲା। ଏପରି କି ବସ୍‌ ଚଳାଚଳକୁ ଜିଲାରେ ଅନୁମତି ଦିଆଯାଇଥିଲେ ମଧ୍ୟ ତାହା ଏଯାଏ ସମ୍ଭବ ହୋଇପାରି ନାହିଁ। ସେହିପରି ବେପାର କରିବାକୁ ଅଧିକ କିଛି ସମୟ ମିଳିଥିଲେ ମଧ୍ୟ ଏହା ସମସ୍ତ ବର୍ଗର ବ୍ୟବସାୟୀଙ୍କୁ ସନ୍ତୁଷ୍ଟି ଦେଇପାରି ନାହିଁ। ବିଶେଷକରି ଚାଟ, ଗୁପ୍‌ଚୁପ୍‌ ସହ ଅନ୍ୟ ତେଲଭାଜି ଖାଦ୍ୟ ବିକ୍ରି କରୁଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ମାସ ମାସର କ୍ଷତି ଭରଣା ହୋଇପାରୁ ନାହିଁ। କାରଣ ଦୀର୍ଘଦିନ ପରେ ସରକାର ଏହି ଖାଦ୍ୟ ସାମଗ୍ରୀ ବିକ୍ରିକୁ ସବୁଜ ସଂକେତ ଦେଇଥିଲେ ହେଁ ଏସବୁ କାରବାର ସାଧାରଣତଃ ସନ୍ଧ୍ୟା ସମୟରେ ବେଶି ହୋଇଥାଏ। ଦିନବେଳା ଚଟାପଟା ଖାଦ୍ୟ ପ୍ରତି ଲୋକଙ୍କ ମନରେ ସେତେଟା ଆଗ୍ରହ ଆସି ନ ଥାଏ। ତେଣୁ ବ୍ୟବସାୟୀମାନେ ଦୋକାନ ଖୋଲା ରଖିଥିଲେ ମଧ୍ୟ ଗ୍ରାହକଙ୍କ ଦେଖା ମିଳୁନାହିଁ। ହେଲେ ସନ୍ଧ୍ୟାରେ ଗ୍ରାହକ ଆସିବା ବେଳକୁ ଦୋକାନ ବନ୍ଦ କରିବାକୁ ପଡ଼ୁଛି। ତେଣୁ କିଏ ଶହେ ତ କିଏ ଦୁଇ ଶହ ଟଙ୍କା ବେପାର କରିପାରୁଥିବା କିଶୋରନଗର ବ୍ଲକ ବଇଣ୍ଡା ବଜାରର ବ୍ୟବସାୟୀମାନେ କହିଛନ୍ତି। ଗତ ୧ ତାରିଖରୁ ଲାଗୁ ହୋଇଥିବା କଟକଣା ଆସନ୍ତା ୧୬ ତାରିଖରେ ଶେଷ ହେବାକୁ ଯାଉଥିବାରୁ ୧୭ ତାରିଖରୁ ସରକାର ନୂଆ ଗାଇଡ୍‌ଲାଇନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ତେଣୁ ଏହାକୁ ନେଇ ବଇଣ୍ଡାର ବ୍ୟବସାୟୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି ହୋଇଛି। ଜିଲାରେ କୋଭିଡ୍‌ ସଂକ୍ରମଣ ହ୍ରାସ ପାଇ ଚାଲିଥିବାରୁ ସନ୍ଧ୍ୟା ଯାଏ ବେପାର ସମୟସୀମା ରଖା ନ ଯାଇ ରାତି ୯ଟା ପର୍ଯ୍ୟନ୍ତ ବଢ଼ାଇବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି। ସେହିପରି ବସ୍‌ ଚଳାଚଳ କରୁ ନ ଥିବାରୁ ହୋଟେଲ ବ୍ୟବସାୟୀମାନେ ମଧ୍ୟ ବ୍ୟବସାୟ କରିପାରୁ ନାହାନ୍ତି। ଅଟୋ ଚଲେଇ ପେଟ ପୋଷୁଥିବା ଚାଳକମାନେ ପରିବହନ ପାଇଁ ଯାତ୍ରୀ ପାଉନାହାନ୍ତି। ନୂଆ ଗାଇଡଲାଇନ୍‌ରେ ଜୀବିକାକୁ ଅଧିକ ପ୍ରାଧାନ୍ୟ ଦେଇ ସରକାର ବ୍ୟବସାୟୀ ଓ ବସ୍‌ କିପରି ଠିକଣା ରାସ୍ତାକୁ ଫେରିବ ସେ ନେଇ ବ୍ୟବସ୍ଥା କରିବାକୁ ଦାବି ହେଉଛି।

ସେଲୁନବାଲାଙ୍କୁ ସହାୟତା ଦିଆଯାଉ
ଦୀର୍ଘଦିନ ପରେ ସେଲୁନ ଖୋଲାଯାଇଛି। ହେଲେ ଭୟରେ ଲୋକେ ଦୋକାନ ପିଣ୍ଡା ମାଡ଼ୁନାହାନ୍ତି। କରୋନା ଯୋଗୁ ସେଲୁନବାଲା ଅଧିକ କ୍ଷତି ସହିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସହାୟତା ଦିଆଯାଉ ନାହିଁ।
-ଗୌତମ ବାରିକ, ସେଲୁନ ମାଲିକ

କିଲୋମିଟର ପିଛା ଭଡ଼ା ୧୦୦ ପଇସା ହେଉ
ଡିଜେଲ ଦର ଯେପରି ବଢୁଛି, ସେଥିରେ ସରକାର ଧାର୍ଯ୍ୟ କରୁଥିବା ଦରରେ ଗାଡ଼ି ଗଡ଼ିପାରିବ ନାହିଁ। ସିଟ୍‌ ସଂଖ୍ୟା ଅନୁଯାୟୀ ଯାତ୍ରୀ ନେଲେ ତେଲ ଖର୍ଚ୍ଚ ଉଠିବ ନାହିଁ। କଟକ-ଭୁବନେଶ୍ୱରକୁ ଯାତ୍ରୀ ପରିବହନ ପାଇଁ ଅନୁମତି ସହ କିଲୋମିଟର ପିଛା ଭଡ଼ା ୧୦୦ ପଇସା କରାଯାଉ।
-ମହେନ୍ଦ୍ର ପ୍ରଧାନ, ବସ୍‌ ମାଲିକ, କିଶୋରନଗର

ସୁଧ ଛାଡ଼ କରନ୍ତୁ ସରକାର
ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲୁଥିଲେ ମଧ୍ୟ ବ୍ୟବସାୟ ୫୦ ପ୍ରତିଶତ ହ୍ରାସ ପାଇଛି। ଜିଲାରେ କରୋନା ସଂକ୍ରମଣ ତଳମୁହଁା ହେଉଥିବାରୁ ରାତି ୯ଟା ଯାଏ ବଜାର ଖୋଲା ରଖାଯାଉ। ଋଣ କରିଥିବା ବ୍ୟବସାୟୀଙ୍କ ସୁଧ ଛାଡ଼ କରାଯାଉ। କ୍ଷୁଦ୍ର ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ଦିଆଯାଉ।
-ପ୍ରବୀଣ କୁମାର ସାହୁ, ସଭାପତି, ବଇଣ୍ଡା ବଣିକ ସଂଘ

ବସ୍‌ ନ ଚାଲିଲେ ହୋଟେଲ ଠପ୍‌
କଟକ-ଭୁବନେଶ୍ୱର ଯିବାକୁ ବସ୍‌କୁ ଅନୁମତି ନାହିଁ। ତେଣୁ ୨୦ଟି ଜିଲାରେ ଅନୁମତି ସତ୍ତ୍ୱେ ବସ୍‌ ଗଡ଼ୁନାହିଁ। ବାହାର ଅଞ୍ଚଳରୁ ଯାତ୍ରୀ ସହରକୁ ଆସୁ ନ ଥିବାରୁ ଛୋଟ ହୋଟେଲଗୁଡ଼ିକରେ ବ୍ୟବସାୟ ହେଉନାହିଁ। ସରକାର ତୁରନ୍ତ ବସ୍‌ ଚଳାଚଳ କରାନ୍ତୁ।
-ବିନୀତ ଶାହା, ହୋଟେଲ ମାଲିକ

ଗ୍ରାହକ ବସି ଖାଇବାକୁ ଅନୁମତି ମିଳୁ
ବସ୍‌ ଚାଲୁନି କି ହୋଟେଲରେ ବସି ଖାଇବାକୁ ଗ୍ରାହକଙ୍କୁ ଅନୁମତି ମିଳୁନି। କେବଳ ପାର୍ସଲରେ ବ୍ୟବସାୟ ତିଷ୍ଠିବା କଷ୍ଟକର। ୧୦୦ ମିଲ୍‌ ସ୍ଥାନରେ ୨୦ଟି ମିଲ୍‌ ପାର୍ସଲ ଯାଉଛି। ଗ୍ରାହକମାନେ ଯେପରି ବସି ଖାଇପାରିବେ ନୂଆ ଗାଇଡ୍‌ ଲାଇନ୍‌ରେ ସେହି ବ୍ୟବସ୍ଥା କରାଯାଉ।
-କ୍ଷୀରୋଦ କୁମାର ସାହୁ, ହୋଟେଲ ବ୍ୟବସାୟୀ

୩୦ ପ୍ରତିଶତ ବେପାର ହେଉଛି
କୋଭିଡ୍‌ କଟକଣା ଯୋଗୁ ଦୀର୍ଘଦିନ ଧରି ଚଟାପଟା ଖାଦ୍ୟ ବ୍ୟବସାୟ ବନ୍ଦ ରହିଥିଲା। ଗତ ୧ ତାରିଖରୁ ସରକାର ଏହାକୁ ଅନୁମତି ଦେଇଥିଲେ ମଧ୍ୟ ସକାଳେ ବେପାର ହେଉନାହିଁ। ସନ୍ଧ୍ୟାରେ ଦୋକାନ ବନ୍ଦ କରିବାକୁ ପଡ଼ୁଥିବାରୁ ମାତ୍ର ୩୦% ବ୍ୟବସାୟ ହେଉଛି।
-ସୁଦର୍ଶନ ରାଉତ, ଚାଟ୍‌ ବ୍ୟବସାୟୀ


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri