ପୁରସ୍କାର ପରେ ଅପରିଷ୍କାର

ଅନୁଗୋଳ ଅଫିସ, ୧୪ା୭ – ୨୦୧୯ରେ କାୟାକଳ୍ପ ପୁରସ୍କାର ପାଇବା ପୂର୍ବରୁ ଚମକୁଥିଲା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ। ଏଠାକାର ପରିବେଶ କିପରି ପରିଦର୍ଶନକାରୀ ଟିମ୍‌ର ମନଛୁଇଁପାରିବ ସେ ନେଇ ନାନା ବ୍ୟବସ୍ଥା ହୋଇଥିଲା। ସୌନ୍ଦର୍ଯ୍ୟ ବଢ଼ାଇବାକୁ ରାତାରାତି କୁଣ୍ଡରେ ଭଳିକି ଭଳି ଗଛ ଲଗାଯାଇ ଫୁଲ ଫୁଟାଯାଇଥିଲା। ମୁଖ୍ୟ ଗେଟ୍‌ ନିକଟ ଚଟାଣ ଉପରେ ଝୋଟି ପକାଯାଇଥିଲା। ପରିମଳ ବ୍ୟବସ୍ଥାରେ କୌଣସି ଖୁଣ ରଖାଯାଇ ନ ଥିଲା। ହେଲେ ପୁରସ୍କାର ହାତେଇବା ପରଠାରୁ ଆଉ ପରିଷ୍କାର ପରିଚ୍ଛନ୍ନତା ଦିଗରେ ପୂର୍ବପରି ଉପଯୁକ୍ତ ଧ୍ୟାନ ଦିଆଗଲା ନାହିଁ। ଏହି କାରଣରୁ ୨୦୨୦ରେ ଅନୁଗୋଳ ମେଡିକାଲ ସ୍ବଚ୍ଛ ତାଲିକାରେ ଆସିଲା ନାହିଁ। ଏପରି କି ଅର୍ଥ ଥିବା ସତ୍ତ୍ୱେ କର୍ତ୍ତୃପକ୍ଷଙ୍କ ଆଗ୍ରହ ନ ଥିବାରୁ ମେଡିକାଲ ସୌନ୍ଦର୍ଯ୍ୟ ମଉଳିବାରେ ଲାଗିଛି। ଲଗାଯାଇଥିବା ଗଛର ଯତ୍ନ ନିଆଯାଉ ନାହିଁ। ଭଲଭାବେ ଆବର୍ଜନା ଉଠାଯାଉ ନାହିଁ। ଫଳରେ ଅପରିଷ୍କାର ଯୋଗୁ ଅନୁଗୋଳ ମେଡିକାଲର ପୂର୍ବ ସୁନାମ ହ୍ରାସ ପାଇବାରେ ଲାଗିଛି।

ରାଜ୍ୟରେ ଥିବା ମେଡିକାଲଗୁଡ଼ିକ କେତେ ସ୍ବଚ୍ଛ, ପ୍ରତିବର୍ଷ ତାହାର ସର୍ଭେ କରାଯାଉଛି। ରାଜ୍ୟସ୍ତରୀୟ ଟିମ୍‌ ଏହା ବୁଲି ଦେଖିବା ପରେ କେନ୍ଦ୍ରୀୟ ଟିମ୍‌ ପରିଦର୍ଶନ କରି ନମ୍ବର ପ୍ରଦାନ କରୁଛି। ସେହି ଆଧାରରେ ହିଁ ୧ନଂ. ହୋଇଥିବା ଚିକିତ୍ସାଳୟକୁ ମୋଟା ଆକାରର ଅର୍ଥ ପୁରସ୍କାର ବାବଦରେ ମିଳୁଛି। ୨୦୧୯ରେ କାୟାକଳ୍ପ ପୁରସ୍କାର ହାତେଇବାକୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ବେଶ୍‌ ଉଦ୍ୟମ କରିଥିଲେ। ପରିଦର୍ଶନକାରୀ ଟିମ୍‌ ପହଞ୍ଚିବା ପୂର୍ବରୁ ମେଡିକାଲ ପରିବେଶରେ ଆଖିଦୃଷ୍ଟିଆ ପରିବର୍ତ୍ତନ ଆଣିଥିଲେ। ନର୍ସରୀରୁ ଗଛ ଆଣି ପରିସରକୁ ସବୁଜ ସୁନ୍ଦର କରିବା ସହ ରଙ୍ଗିନ ଆଲୋକମାଳାରେ ସୁସଜ୍ଜିତ କରିଥିଲେ। ପରିମଳ ବ୍ୟବସ୍ଥା ଉପରେ ବେଶ୍‌ ଧ୍ୟାନ ଦେଇଥିଲେ। ଫଳରେ ୨୦୧୯ରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ କାୟାକଳ୍ପ ପୁରସ୍କାର ମିଳିଥିଲା। ବିଳମ୍ବରେ ହେଲେ ମଧ୍ୟ ପୁରସ୍କାର ବାବଦରେ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ସେଥିରୁ ୧୨ ଲକ୍ଷ ୫୦ ହଜାର ଟଙ୍କା ଡାକ୍ତର, ଆଟେଣ୍ଡାଣ୍ଟ, ସଫେଇ କର୍ମଚାରୀଙ୍କ ସହ ମେଡିକାଲ କାର୍ଯ୍ୟରେ ଜଡ଼ିତ କର୍ମଚାରୀଙ୍କୁ ଇନ୍‌ସେନ୍‌ଟିଭ ଭାବେ ପ୍ରଦାନ କରାଯାଇଥିଲା। କିନ୍ତୁ ଏହାପରେ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପୁରସ୍କାର ଭୋକ ଯେପରି ମରିଯାଇଥିଲା। କାରଣ ଅବଶିଷ୍ଟ ଟଙ୍କା ପଡ଼ିରହିଥିଲେ ମଧ୍ୟ ସୌନ୍ଦର୍ଯ୍ୟକରଣ କି ପରିମଳ ବାବଦରେ ତାହା ଖର୍ଚ୍ଚ କରାଯାଇ ନ ଥିଲା। ୨୦୨୦ରେ କାୟାକଳ୍ପ ଓ ଲକ୍ଷ୍ୟ ପୁରସ୍କାର ପାଇଁ ବିଭିନ୍ନ ପର୍ଯ୍ୟାୟରେ କମିଟି ଏହି ମେଡିକାଲକୁ ଆସିଥିଲେ। ହେଲେ ସେପରି ଆଖିଦୃଶିଆ ଉନ୍ନତି ଦେଖିପାରି ନ ଥିଲେ। ଫଳରେ ସ୍ବଚ୍ଛ ତାଲିକାରେ ଅନୁଗୋଳ ସ୍ଥାନ ପାଇପାରି ନ ଥିଲା। ଉକ୍ତ ସର୍ଭେର ଦୀର୍ଘମାସ ପରେ ବି ଜିଲା ମୁଖ୍ୟ ଚିକିତ୍ସାଳୟର ସୌନ୍ଦର୍ଯ୍ୟକରଣ ଓ ପରିମଳ ଦିଗରେ ସେପରି କାର୍ଯ୍ୟ କରାଯାଇ ନାହିଁ। ଏଥିଯୋଗୁ ପୂର୍ବରୁ ହୋଇଥିବା କାର୍ଯ୍ୟ ଏବେ ନଷ୍ଟ ହେବାକୁ ବସିଛି। ଫୁଲ ଗଛଗୁଡ଼ିକ ମରିଯାଉଥିବା ବେଳେ ତାହାର ରକ୍ଷଣାବେକ୍ଷଣ କରାଯାଉ ନାହିଁ। ପଡ଼ିରହୁଥିବା ଆବର୍ଜନା ଉଠାଯାଉ ନାହିଁ। ଏହାକୁ ନେଇ ରୋଗୀ ମହଲରେ ଅସନ୍ତୋଷ ଦେଖାଦେଇଛି।
ସଫେଇ କର୍ମଚାରୀ କର୍ଣ୍ଣପାତ କରୁନାହାନ୍ତି
ଉପଯୁକ୍ତ ଯତ୍ନ ନିଆ ନ ଯିବାରୁ କୁଣ୍ଡରେ ଲଗାଯାଇଥିବା ଗଛ ଗୁଡ଼ିକ ନଷ୍ଟ ହେଉଛି। ଠିକା ସଂସ୍ଥା ଦାୟିତ୍ୱ ନେଇଥିଲେ ମଧ୍ୟ ଠିକ୍‌ ଭାବେ କାର୍ଯ୍ୟ କରୁନାହିଁ। ଏଥିସହ ନିର୍ମଳ ଯୋଜନାରେ ପରିମଳ କାର୍ଯ୍ୟ ଠିକା ସଂସ୍ଥାକୁ ଦିଆଯାଇଛି। କିନ୍ତୁ ସଫେଇ କର୍ମଚାରୀମାନେ କର୍ଣ୍ଣପାତ କରୁନାହାନ୍ତି।
-ଦେବାଶିଷ ଦାସ, ମେଡିକାଲ ପରିଚାଳକ
ଲିଖିତ ଭାବେ ଦିଆଯାଇନାହିଁ
ମେଡିକାଲ ପରିସରରେ ଲଗାଯାଇଥିବା ଗଛର ଦାୟିତ୍ୱ ଆମର ନୁହେଁ। ସଂସ୍ଥା ନିକଟରେ ମାଳୀ ନାହିଁ। ଏ ନେଇ କେହି ନିଯୁକ୍ତି ମଧ୍ୟ ହୋଇନାହାନ୍ତି। କର୍ତ୍ତୃପକ୍ଷ ଲିଖିତ ନୁହେଁ, କେବଳ ମୌଖିକ ଭାବେ ଗଛ ଗୁଡ଼ିକର ଯତ୍ନ ନେବାକୁ କହିଛନ୍ତି। ଆମେ ତାହା କରୁଛୁ। ସଫେଇ କାର୍ଯ୍ୟ ଠିକ୍‌ ଚାଲିଛି।
-ଶାନ୍ତନୁ ସ୍ବାଇଁ, ଠିକା ସଂସ୍ଥା ସୁପରଭାଇଜର
ସ୍ଥାୟୀ ବ୍ୟବସ୍ଥା କରାଯିବ
ମେଡିକାଲର ପରିମଳ ବ୍ୟବସ୍ଥା ଠିକ୍‌ ନାହିଁ। ଏ ନେଇ ପୌରପାଳିକାକୁ କୁହାଯାଇଛି। ପୌର କର୍ମଚାରୀ ଆସି ଅଳିଆ ଉଠାଇବେ। କୁଣ୍ଡରେ ଲଗାଯାଇଥିବା ଗଛର ଯତ୍ନ ନିଆ ନ ଯିବାରୁ ସେଗୁଡ଼ିକ ମରି ଯାଇଛି। ଏ ନେଇ ଠିକା ସଂସ୍ଥାକୁ ତାଗିଦ୍‌ କରାଯାଇଛି। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କିପରି ଜାରି ରହିବ ତାହାର ସ୍ଥାୟୀ ପ୍ରତିକାର କରାଯିବ।
-ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ (ମେଡିକାଲ)
ସୁଧାର ଆସିବା ଆବଶ୍ୟକ
ମେଡିକାଲ ପରିସରରେ ଅଳିଆ ଆବର୍ଜନା ଗଦାହୋଇ ରହିଛି। ଏଥିରେ ସୁଧାର ଆସିବା ଆବଶ୍ୟକ। କରୋନା ମହାମାରୀ ସମୟରେ ପରିମଳ ଅବସ୍ଥା ଦେଖିଲେ ସେଠାରେ ପାଦ ଦେବାକୁ ଭୟ ଲାଗୁଛି। ଏପରି ସ୍ଥିତିରେ ରୋଗୀମାନଙ୍କ ଚିକିତ୍ସା କିପରି ଚାଲିଥିବ ଓ ସେମାନେ କେତେଶୀଘ୍ର ସୁସ୍ଥ ହେଉଥିବେ ତାହା ଜଣାପଡ଼ୁଛି।
-ସବିତା ଦାସ, ଅନୁଗୋଳବାସୀ
ଆନ୍ତରିକତା ଅଭାବରୁ ବିପର୍ଯ୍ୟସ୍ତ
ପରିମଳ ବ୍ୟବସ୍ଥାରେ ସୁଧାର ସହ ଡ୍ରେନ୍‌ ପାଇଁ ମାଷ୍ଟର ପ୍ଲାନ ଦୁଇ ବର୍ଷ ପୂର୍ବରୁ ହୋଇସାରିଛି। କିନ୍ତୁ ଏହା କାର୍ଯ୍ୟକାରୀ ହୋଇନାହିଁ। ଏହା ନୂଆ କଥା ନୁହେଁ। ସରକାରୀ ଅର୍ଥ ଖର୍ଚ୍ଚ କରି ଉନ୍ନୟନ କରିବାକୁ ଉଦ୍ୟମ କରାଗଲେ ମଧ୍ୟ କେତେଜଣ କର୍ମଚାରୀ ଏହାକୁ ବଦ୍‌ନାମ୍‌ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।
-ସୁବୋଧ ମିଶ୍ର, ପୂର୍ବତନ ସଦସ୍ୟ, ରୋଗୀ କଲ୍ୟାଣ ସମିତି


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri