Posted inଫୁରସତ

ପ୍ରେମରେ ଧୋକା ଦେଇଥିଲେ ପ୍ରେମିକ, ରାଗରେ ଏଭଳି କାଣ୍ଡ ଭିଆଇଲେ ପ୍ରେମିକା; ପୋଲିସ ବି ତାଜୁବ…

ନୂଆଦିଲ୍ଲୀ: କିଛି ଲୋକ ପ୍ରେମରେ ପ୍ରତାରଣାକୁ ସହଜ ଭାବେ ଗ୍ରହଣ କରି ପାରନ୍ତି ନାହିଁ। ସେମାତେ ହତାଶ ହୋଇପଡ଼ନ୍ତି। ନଚେତ କିଛି ଅବିଶ୍ୱାସନୀୟ ପଦକ୍ଷେପ ନେଇଯାଇଥାନ୍ତି। କିନ୍ତୁ ଚାଇନାରୁ ପ୍ରେମ ଆଉ ପ୍ରତାରଣାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଝିଅ ନିଜ ପ୍ରେମିକଙ୍କୁ ପ୍ରତାରଣାର ଜବାବ ଦେବାକୁ ଯାଇ ଏପରି କିଛି କରିଥିଲେ ଯାହାକୁ ଜାଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି।

ଯୁବତୀଙ୍କ ନାମ ଲୁ। ତାଙ୍କ ପ୍ରେମିକ ଆଉ ଜଣେ ଯୁବତୀଙ୍କୁ ଡେଟ୍‌ କରୁଥିବା ନେଇ ସେ ଜାଣିବାକୁ ପାଇଥିଲେ। ଏଥିରେ ସେ ରାଗିଯାଇ ତାଙ୍କୁ ଉଚିତ ଶିକ୍ଷା ଦେବାକୁ ଚାହିଁଥିଲେ। ଏଥିପାଇଁ ସେ କରିଥିଲେ ଯୋଜନା। ଉକ୍ତ ଯୋଜନାରେ ଅନ୍ୟ ଜଣେ ବ୍ୟକ୍ତି ‘ଜୁ’ଙ୍କୁ ସାମିଲ କରିଥିଲେ। ପୂର୍ବ ପ୍ରେମିକ କିଆନଙ୍କ କାର୍‌କୁ ଯଦି ୨ ଦିନ ପାଇଁ ସେ ଭଡ଼ାରେ ଆଣିପାରିବେ ତେବେ ସେ ତାଙ୍କ ସହ ଡେଟ୍‌ରେ ଯିବେ ବୋଲି ଲୁ କହିଥିଲେ। ଜୁ ସେହିଭଳି କରି କାର୍‌ ଭଡ଼ାରେ ଆଣିଥିଲେ। ଏହାପରେ ରାଗରେ ଥିବା ଲୁ ସେହି କାର୍‌କୁ ଡ୍ରାଇଭ୍‌ ପାଇଁ ନେଇଥିଲେ।

ଚାଇନାରେ ଟ୍ରାଫିକ ନିୟମ ପାଳନ ନ କଲେ ମୋଟା ଅଙ୍କର ଜରିମାନା ଆଦାୟ କରାଯାଏ। ଏହା ଲୁ ଭଲଭାବେ ଜାଣିଥିଲେ। ସେ ଦୁଇ ଦିନରେ କାର୍‌ରେ ଏକ ଲମ୍ବା ଯାତ୍ରାରେ ବାହାରିଥିଲେ। ଏହି ସମୟରେ ସେ ଥରେ କିମ୍ବା ଦୁଇଥର ନୁହେଁ ବରଂ ୫୦ଥର ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିଲେ। ପରେ କିଆନଙ୍କ ନିକଟରେ ଜରିମାନାର ବିଲ୍‌ ପହଞ୍ଚିଥିଲା। ବିଲ୍‌ ଦେଖି ସେ ଚମକି ପଡ଼ିଥିଲେ। ଶେଷରେ ଘଟଣା ସାମ୍ନାକୁ ଆସିଥିଲା। ପୂର୍ବ ପ୍ରେମିକ ଜରିମାନା କିଭଳି ଦେବେ ସେଥିନିମନ୍ତେ ଲୁ ଯୋଜନା କରିଥିବା ସ୍ପଷ୍ଟ ହୋଇଥିଲା। ପ୍ରେମିକଙ୍କ ପ୍ରତାରଣାର ଏଭଳି ଉପାୟରେ ଜବାବ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri