ମହାପ୍ରଭୁଙ୍କ ପାଇଁ ୧୦ ଫୁଟ୍‌ର ଧୂପକାଠି

ପୁରୀ ଅଫିସ, ୧୧।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଜଣେ ଭକ୍ତ କର୍ନାଟକ ଜିଲାର ମହୀଶୂରରୁ ୧୦ଫୁଟ ଧୂପକାଠି ଆଣିଛନ୍ତି। ସେ ଭକ୍ତ ହେଉଛନ୍ତି ଠାକୁରମୁଣ୍ଡାସ୍ଥିତ ଆଶ୍ରମରେ ଥିବା ଭୈରବାନନ୍ଦ ସରସ୍ବତୀ ମହାରାଜ। ସେ କିଛିବର୍ଷ ହେବ ମହାପ୍ରଭୁଙ୍କ ନିକଟରେ ଧୂପକାଠି ସେବା କରି ଆସୁଛନ୍ତି। ୧୯୯୬ ମସିହା ନବକଳେବରଠାରୁ ପ୍ରତ୍ୟେକ ବର୍ଷ ଭୈରବ ବାବା ନିଜ ଅନୁଗାମୀମାନଙ୍କ ସହ ରଥଯାତ୍ରାକୁ ପୁରୀ ଆସି ମହାପ୍ରଭୁଙ୍କୁ ଉଦ୍ଦେଶ୍ୟରେ ୧୦ ଫୁଟ୍‌ର ଧୂପ ଜାଳି ସେବା କରିଥାନ୍ତି। ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଏବଂ ବାହୁଡ଼ାରେ ମହାପ୍ରଭୁଙ୍କ ପହଣ୍ଡୀଠାରୁ ଆରମ୍ଭ କରି ରଥଟଣା ସମୟରେ ବାବା ଭୈରବା ନନ୍ଦ ୧୦ କିମ୍ବା ୧୫ ଫୁଟ୍‌ର ଧୂପ କାଠି ପ୍ରଜ୍ଜ୍ୱଳନ କରି ମହାପ୍ରଭୁଙ୍କ ଉର୍ଦ୍ଦେଶ୍ୟରେ ପ୍ରାର୍ଥନା କରିଥାନ୍ତି। ସେ ପ୍ରତିବର୍ଷ କର୍ନାଟକ ମହୀଶୂରଠାରୁ ଏହି ଧୂପ କାଠି ଆଣିଥାନ୍ତି। ଧୂପକାଠିର ମୂଲ୍ୟ ପ୍ରାୟ ୫ ହଜାର ବୋଲି ବାବା ଭୈରବା ନନ୍ଦ କହିଛନ୍ତି। କିଛିବର୍ଷ ହେବ ୧୫ ଫୁଟ୍‌ ଉଚ୍ଚର ଧୂପକାଠି ଆଣୁଥିବା ବେଳେ ଚଳିତବର୍ଷ କଟକଣା ପାଇଁ ୧୦ ଫୁଟର ଧୂପକାଠି କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଦେଇଛନ୍ତି। ଧୂପକାଠିଟି ୪୮ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଜଳିଥାଏ। ଚଳିତବର୍ଷ ବାବାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାସ୍‌ ଯୋଗାଇ ଦିଆଯାଇ ନ ଥିବାରୁ ମହାପ୍ରଭୁଙ୍କ ନିକଟରେ ଧୂପ ସେବା କିପରି କରିବେ ବୋଲି ଭୈରବା ନନ୍ଦ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି,...

ଟ୍ରକକୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌: ଅଳ୍ପକେ ବର୍ତ୍ତିଲେ ୬୦ରୁ ଉଦ୍ଧର୍‌ବ ଯାତ୍ରୀ

ଜଳେଶ୍ୱର,୨।୫: ବାଲେଶ୍ବର ଜିଲା ବସ୍ତା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର କୁଣ୍ଡାପୁର ଛକ ନିକଟରେ ହୋଇଛି ଏକ ବଡ଼ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ...

ତାଣ୍ଡବ ରଚିଲା କାଳ ବୈଶାଖୀ: ଉପୁଡିଲା ଗଛ, ଘର କାନ୍ଥ ପଡି ୩ ଗୁରୁତର

ପାଟଣା,୨।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ଏବଂ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ରଚିଛି। କାଳ ବୈଶାଖୀ ପ୍ରଭାବରେ ପ୍ରବଳ...

ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ

ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି।...

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri