କର୍ମଚାରୀଙ୍କୁ ତତ୍କାଳ ଛୁଟି ଦେବ ବ୍ୟାଙ୍କ

ନୂଆଦିଲ୍ଲୀ,୧୧।୭: ବ୍ୟାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କିଛି ହାତଗଣତି କର୍ମଚାରୀଙ୍କ ଦ୍ବାରା ସବୁବେଳେ ପରିଚାଳିତ ହେଉ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଚାହୁନାହିଁ। ଏଭଳି ନିୟମର ପରିବର୍ତ୍ତନ ସହ ବ୍ୟାଙ୍କରେ ନିୟମିତ ବ୍ୟବଧାନରେ ଦେଖା ଦେଉଥିବା ସମସ୍ୟାର ସମାଧାନ ଲାଗି ‘ବାଧ୍ୟତାମୂଳକ ଛୁଟି’ର ବ୍ୟବସ୍ଥା ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଧିକାରୀମାନଙ୍କୁ ତତ୍କାଳ ଲମ୍ବା ଛୁଟିରେ ପଠାଇବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଫଳରେ ସେମାନଙ୍କୁ ୧୦ କିମ୍ବା ତା’ଠାରୁ ଅଧିକ ଦିନ ବାଧ୍ୟତାମୂଳକ ଛୁଟି ଦିଆଯିବ। ସବୁଠୁ ବଡ଼ କଥା ହେଉଛି ଯେଉଁ ଅଧିକାରୀଙ୍କୁ ଛୁଟି ଦିଆଯିବ ତାଙ୍କୁ ସେ ବିଷୟରେ ପୂର୍ବରୁ କୌଣସି ସୂଚନା ଦିଆଯିବ ନାହିଁ। ବ୍ୟାଙ୍କ ଅଚାନକ ଉକ୍ତ କର୍ମଚାରୀଙ୍କୁ ଛୁଟିରେ ପଠାଇ ଦେଇପାରିବ। ବ୍ୟାଙ୍କ ଗୁଡିକୁ ‘ବାଧ୍ୟତାମୂଳକ ଛୁଟି’ ବ୍ୟବସ୍ଥା ଲାଗୁ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିୟମ ପାଳନ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ଛଅ ମାସର ସମୟ ଦିଆଯାଇଛି। ରିଜର୍ଭ ବ୍ୟାଙ୍କ ଉକ୍ତ ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରିଛି ଯେ ଯେଉଁ ଅଧିକାରୀଙ୍କୁ ବାଧ୍ୟତାମୂଳକ ଛୁଟି ଦିଆଯିବ ସେ ଛୁଟିରେ ଥିବା ବେଳେ ଯେଭଳି ବ୍ୟାଙ୍କର କୌଣସି ବ୍ୟବସ୍ଥାକୁ ବ୍ୟକ୍ତିଗତ ଭାବେ କିମ୍ବା ଭର୍ଚୁଆଲ୍‌ ମାଧ୍ୟମରେ ହାସଲ ନକରନ୍ତି ତାହା ନିଶ୍ଚିତ କରିବା ଦାୟିତ୍ୱ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତପକ୍ଷ ଗ୍ରହଣ କରିବେ। ଛୁଟିରେ ଥିବା ବେଳେ ଅଧିକାରୀ ଜଣକ ନିଜର କୌଣସି ଦାୟିତ୍ୱ ର୍ନିବାହ କରିପାରିବେ ନାହିଁ, ସବୁ କର୍ମଚାରୀମାନଙ୍କ ଲାଗି ଉଦ୍ଦିଷ୍ଟ କର୍ପୋରେଟ୍‌ ଇ-ମେଲକୁ ସେମାନେ କେବଳ ହାସଲ କରିପାରିବେ। ବ୍ୟାଙ୍କର କେଉଁ ପଦରେ ଥିବା ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଛୁଟି ଦିଆଯିବ ତାହାର ଏକ ତାଲିକା ପ୍ରସ୍ତୁତ କରିବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ସେହି ତାଲିକାକୁ ନିୟମିତ ବ୍ୟବଧାନରେ ସମୀକ୍ଷା କରାଯିବ ତା ସହିତ ଏହି ନୀତିର କାର୍ଯ୍ୟକାରିତା ଉପରେ ରିଜର୍ଭ ବ୍ୟାଙ୍କ ସମ୍ପୂର୍ଣ୍ଣ ନଜର ରଖିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଏପ୍ରିଲ ୨୦୧୫ ପିଏନବି ବ୍ୟାଙ୍କ ସ୍କାମ ଠାରୁ ଏଭଳି ପଦକ୍ଷେପ ଗ୍ରହଇ କରିବା ପାଇଁ ଆରବିଆଇ ପକ୍ଷରୁ ବିଚାର କରାଯାଉଥିଲା। ପିଏନବିର କିଛି ବରିଷ୍ଠ ଅଧିକାରୀଙ୍କ ନିଜର କରି ନିରବ ମୋଦୀ ୧୦୦୦ ହଜାର କୋଟି ଋଣ ନେଇ ବର୍ତ୍ତମାନ ପଳାତକ ଘୋଷିତ ହୋଇଛି। ହେଲେ ବ୍ୟାଙ୍କ ଯେଉଁ କ୍ଷତି ସହିଛି ସେଥିପାଇଁ କେଉଁ ଅଧିକାରୀ ଦାୟୀ ବୋଲି ଏ ବେବି ତଦନ୍ତ ଚାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri