Posted inଫୁରସତ

ଭିଏଟ୍‌ନାମର ‘ଟାର୍ଜନ’

ଜଙ୍ଗଲୀ ଜନ୍ତୁଙ୍କ ମନର ପରିଭାଷାକୁ ପଢ଼ିପାରୁଥିବା ଏକ କାଳ୍ପନିକ ଚରିତ୍ର ‘ଟାର୍ଜନ’, ଯାହାକୁ ନେଇ ବିଭିନ୍ନ ଭାଷାରେ ନିର୍ମାଣ କରାଯାଇଛି ଏକାଧିକ ସିନେମା। ଏସବୁ ଚଳଚ୍ଚିତ୍ର ଦର୍ଶକଙ୍କ ମନରେ ଛାଡ଼ିଛି ସ୍ବତନ୍ତ୍ର ଛାପ। ହେଲେ ଭିଏଟ୍‌ନାମର ‘ହୋ ଭାନ୍‌ ଲାଙ୍ଗ୍‌’ଙ୍କ ଜୀବନଶୈଳୀ ‘ଟାର୍ଜନ’ଙ୍କଠାରୁ କୌଣସି ଗୁଣରେ କମ୍‌ ନୁହେଁ। ଘଞ୍ଚ ଜଙ୍ଗଲ ମଧ୍ୟରେ ଦୀର୍ଘ ୪୧ ବର୍ଷର ରହଣି ଭିତରେ ଜଙ୍ଗଲୀ ପରିବେଶରେ ନିଜକୁ ସମ୍ପୂର୍ଣ୍ଣ ଖାପଖୁଆଇ ସାରିଛନ୍ତି ଲାଙ୍ଗ୍‌। ଜଙ୍ଗଲର ହିଂସ୍ର ମାଂସାଶୀ ପ୍ରାଣୀ ଭଳି କଞ୍ଚା ମାଂସ ତାଙ୍କର ଅତି ପସନ୍ଦ।

ହାନୋଇ: ଭିଏଟ୍‌ନାମର ଘଞ୍ଚ ଜଙ୍ଗଲ ଭିତରେ ଦୀର୍ଘ ୪୧ ବର୍ଷ ବିତାଇଥିବା ‘ହୋ ଭାନ୍‌ ଲାଙ୍ଗ୍‌’ଙ୍କ ଜୀବନଶୈଳୀ ଯେତିକି ରୋଚକ, ସେତିକି ଆଶ୍ଚର୍ଯ୍ୟଜନକ ତାଙ୍କର ପ୍ରବୃତ୍ତି। ସମାଜଠାରୁ ଦୂରରେ ବାପା, ଭାଇଙ୍କ ସହିତ ସେ ଜଙ୍ଗଲରେ କାଟିଛନ୍ତି ଶୈଶବ, ବାଲ୍ୟାବସ୍ଥା ଏବଂ ଯୌବନ। ଜଙ୍ଗଲୀ ଫଳ, ମହୁ, ମାଂସକୁ ଆହାର ଭାବେ ଗ୍ରହଣ କରି ବନ୍ୟପ୍ରାଣୀଙ୍କ ସହ ବିତାଇଛନ୍ତି ସମୟ। ଏଭଳି ଜଣେ ଭିନ୍ନ ମଣିଷଙ୍କୁ ଠାବ କରାଯିବା ପରେ ଭିଏତ୍‌ନାମବାସୀଙ୍କ ଆଖିରେ ସେ ପାଲଟି ଯାଇଛନ୍ତି ସତସତିକା ଟାର୍ଜନ।
୧୯୭୨ରେ ଭିଏଟ୍‌ନାମ ଯୁଦ୍ଧରେ ହୋଇଥିବା ବୋମାବର୍ଷଣରେ ହୋ ଭାନ୍‌ ଲାଙ୍ଗ୍‌ ହରାଇଥିଲେ ନିଜର ମା’, ଭାଇ ଏବଂ ଉଭଣୀଙ୍କୁ । ହେଲେ ଏଥିରୁ ସୌଭାଗ୍ୟବଶତଃ ବର୍ତ୍ତିଯାଇଥିଲେ ଲାଙ୍ଗ୍‌, ତାଙ୍କ ବାପା ଏବଂ ଭାଇ। ଜୀବନ ବିକଳରେ ୩ଜଣ ଟେ-ଟ୍ରାର ଘଞ୍ଚ ଜଙ୍ଗଲକୁ ପଳାୟନ କଲେ ଏବଂ ସେଠାରେ ରହିବା ଆରମ୍ଭ କଲେ। ଦୀର୍ଘ ୪୧ ବର୍ଷ ଭିତରେ ବନ୍ୟଜନ୍ତୁଙ୍କଠାରୁ ନିଜକୁ ସୁରକ୍ଷିତ ରଖିବା ସହିତ ଜଙ୍ଗଲରୁ ହିଁ ଦୈନନ୍ଦିନ ଜୀବନଯାପନ ପାଇଁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ କରିଥିଲେ।
୨୦୧୩ରେ ‘ହୋ ଭାନ୍‌ ଲାଙ୍ଗ୍‌’ଙ୍କୁ ଜଙ୍ଗଲରୁ ଠାବ କରାଯାଇଥିଲା। ସେତେବେଳେ ଯଦିଓ ସେ ବଡ଼ ହୋଇସାରିଥିଲେ, ତଥାପି ପୃଥିବୀରେ ତାଙ୍କ ବ୍ୟତୀତ ଅନ୍ୟ କେହି ମଣିଷ ଅଛନ୍ତି ବୋଲି ତାଙ୍କୁ ଜଣା ନ ଥିଲା। କେବଳ ଜୀବଜନ୍ତୁ ଏବଂ ତାଙ୍କ ପରିବାର ଭିତରେ ଏ ବିଶାଳକାୟ ପୃଥିବୀ ସୀମିତ ବୋଲି ଧାରଣା ଥିଲା। ପରେ ବହୁ ପ୍ରୟାସ ସତ୍ତ୍ୱେ ତାଙ୍କୁ ଜଙ୍ଗଲରୁ ଉଦ୍ଧାର କରି ଏକ ଗ୍ରାମରେ ଥଇଥାନ କରାଯାଇଥିଲା। ଉକ୍ତ ଗ୍ରାମରେ ୮ ବର୍ଷର ରହଣି କାଳରେ ତାଙ୍କ ଚାଲିଚଳଣିରେ ସାମାନ୍ୟ ପରିବର୍ତ୍ତନ ଆସିଲାଣି। ୨୦୧୫ରେ ଆଲଭାରୋ ସେରେଜୋ ନାମକ ଜଣେ ବ୍ୟକ୍ତି ଉକ୍ତ ଅଞ୍ଚଳ ଗସ୍ତ କରିବା ସମୟରେ ଲାଙ୍ଗ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ଭିଏଟ୍‌ନାମର ଟାର୍ଜନଙ୍କ ବିଷୟରେ ଗଣମାଧ୍ୟମରେ ବିସ୍ତୃତ ତଥ୍ୟ ପ୍ରଚାରିତ ହୋଇଥିଲା।
ସାମାଜିକ ସ୍ରୋତରୁ ଦୀର୍ଘବର୍ଷ ଧରି ଦୂରରେ ରହିବା ଭିତରେ ଲାଙ୍ଗ୍‌ଙ୍କ ମସ୍ତିଷ୍କର ବିକାଶ ହୋଇପାରିନାହିଁ। ତାଙ୍କ ବ୍ୟବହାର ଛୋଟ ପିଲା ଭଳି। ଆଜି ବି ସେ ଜଣେ ଅବୋଧ ଶିଶୁ ଭଳି ବ୍ୟବହାର କରୁଛନ୍ତି। ଠିକ୍‌ ଭାବେ କଥା କହିପାରୁନାହାନ୍ତି। ଠାରରେ ଭାବ ବିନିମୟ କରିବାକୁ ପସନ୍ଦ କରୁଛନ୍ତି। ଏପରି କି ଦାମ୍ପତ୍ୟ ଜୀବନ ବିଷୟରେ ତାଙ୍କର କୌଣସି ଧାରଣା ନାହିଁ। ଭାଇଙ୍କ ନିର୍ଦ୍ଦେଶରେ ସେ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇଉଠୁଛନ୍ତି। ଆଖି ସାମ୍ନାରେ ଥିବା ଲୋକଙ୍କୁ ଅତର୍କିତ ଆକ୍ରମଣ କରୁଛନ୍ତି। ତାଙ୍କ ବାପାଙ୍କ ମାନସିକ ସ୍ବାସ୍ଥ୍ୟ ବିଗିଡ଼ିଯାଇଛି। ଏବେ ବି ସେ ଅତୀତରେ ବଞ୍ଚତ୍ଛନ୍ତି। ଭିଏଟ୍‌ନାମ ଯୁଦ୍ଧ ଏବେ ବି ଶେଷ ହୋଇ ନ ଥିବା ତାଙ୍କର ଧାରଣା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri