Posted inଖେଳ

ଘରୋଇ କ୍ରିକେଟ ସେସନ ଆରମ୍ଭ ପାଇଁ ଓସିଏର ପ୍ରସ୍ତୁତି

ଭୁବନେଶ୍ୱର,୮।୭: ଘରୋଇ କ୍ରିକେଟ ସେସନ ଆରମ୍ଭ କରିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ପ୍ରସ୍ତୁତି ଓ ଯୋଜନା ଚୂଡାନ୍ତ କରିବା ପରେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ମଧ୍ୟ ଏ ନେଇ ଅଣ୍ଟା ଭିଡିଛି। ଘରୋଇ କ୍ରିକେଟ ସେସନ ଆରମ୍ଭ କରିବାକୁ ଓସିଏ ଏବେ ରାଜ୍ୟ ସରକାରଙ୍କ ଅନୁମତି ଲୋଡିଛି। ବିସିସିଆଇର ବିଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ ଓ ଏ ନେଇ ରାଜ୍ୟର ପ୍ରସ୍ତୁତି ତଥା ଅଭ୍ୟାସ ଶିବିର ଆୟୋଜନ ନେଇ ମଧ୍ୟ ସରକାରଙ୍କ ଅନୁମତି ମଗାଯାଇଛି। ବୁଧବାର ଏ ସଂକ୍ରାନ୍ତରେ ଟୁର୍ନାମେଣ୍ଟ କମିଟି ଓ ଚୟନ କମିଟି (ସିନିୟର ଓ ଜୁନିୟର ପୁରଷ, ମହିଳା)କୁ ନେଇ ଓସିଏ ଆୟୋଜନ କରିଥିବା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ଓସିଏ ଧୀରେ ଧୀରେ କ୍ରିକେଟ କାର୍ଯ୍ୟକଳାପ ଆରମ୍ଭ କରିବ। ନିୟମ ଅନୁଯାୟୀ ସୁରକ୍ଷିତ ବାୟୋ ବବଲରେ କ୍ରିକେଟର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଜୁଲାଇ ୨୫ ତାରିଖରୁ କଟକ ଓ ଭୁବନେଶ୍ୱରରେ ସିନିୟର ଓ ୧୯ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହେବ। ୩୭ଟି ଦଳକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ଲିଗ୍‌ ମ୍ୟାଚ୍‌ଗୁଡିକ ଦିନିକିଆ ଫର୍ମାଟ୍‌ରେ ଖେଳାଯିବ। ତେବେ ସୁପର ଲିଗ୍‌ ମ୍ୟାଚ୍‌ଗୁଡିକ ୩ଟି ଭିନ୍ନ ଫର୍ମାଟ(ଦିନିକିଆ, ଟି୨୦ ଓ ୨ ଦିନିଆ)ରେ ଆୟୋଜନ ହେବ।
ସୁପର ଲିଗ୍‌ରେ ୮ଟି ଦଳ ରହିବେ। ଲିଗ୍‌ର ୬ଟି ଦଳ ସହିତ ଅବଶିଷ୍ଟ ଓଡ଼ିଶାର ଏ ଓ ବି’ ଦଳ ମଧ୍ୟ ସୁପରଲିଗ୍‌ରେ ସାମିଲ ହେବେ। ସୁପରଲିଗ୍‌କୁ କ୍ୱାଲିଫାଏ କରିପାରି ନ ଥିବା ୩୧ ଦଳର ଖେଳାଳିଙ୍କୁ ପ୍ରଦର୍ଶନ ଭିତ୍ତିରେ ଚୟନକର୍ତ୍ତାମାନେ ଏହି ଦୁଇ ଦଳରେ ସାମିଲ କରିବେ। ଫଳରେ ୩୧ଟି ଦଳଗୁଡିକରୁ ପ୍ରତିଭାସମ୍ପନ୍ନ ଖେଳାଳିଙ୍କୁ ନିଜ ଦକ୍ଷତା ପ୍ରଦାନ କରିବା ଲାଗି ପୁନଃ ସୁଯୋଗ ମିଳିବ।
ସେହିପରି ଭୁବନେଶ୍ୱରରେ ୧୬ ବର୍ଷରୁ କମ୍‌ ଆନ୍ତଃଜିଲା ଟୁର୍ନାମେଣ୍ଟ ମଧ୍ୟ ଜୁଲାଇ ୨୫ରୁ ଆରମ୍ଭ ହେବ। ଏଥିରେ ୩୬ଟି ଦଳକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ। ଲିଗ୍‌ ମ୍ୟାଚ୍‌ଗୁଡିକ ଦିନିକିଆ ଫର୍ମାଟରେ ଖେଳାଯିବ। ସେହିପରି ସୁପରଲିଗ୍‌ ମ୍ୟାଚ୍‌ଗୁଡିକ ୮ଟି ଦଳ ମଧ୍ୟରେ ଖେଳାଯିବ ଓ ଏଗୁଡିକ ୨ ଦିନିଆ ଫର୍ମାଟରେ ଖେଳାଯିବ।
ସେହିପରି ଓସିଏ ମହିଳା କ୍ରିକେଟ ଟୁର୍ନାମେଣ୍ଟ ମଧ୍ୟ ଜୁଲାଇ ୨୫ ତାରିଖରୁ ଆରମ୍ଭ ହେବ। ଏହା ଭୁବନେଶ୍ୱରରେ ଉଭୟ ଦିନିକିଆ ଓ ଟି୨୦ ଫର୍ମାଟରେ ଖେଳାଯିବ।
ଏହି ଟୁର୍ନାମେଣ୍ଟଗୁଡିକରେ ପ୍ରଦର୍ଶନକୁ ଭିତ୍ତିକରି ଚୟନକର୍ତ୍ତାମାନେ ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ୨୩, ୧୯ ଓ ୧୬ ବର୍ଷରୁ ଓଡ଼ିଶା ପୁରୁଷ ଦଳ ଓ ୨୩ ଓ ୧୯ ବର୍ଷରୁ କମ୍‌ ମହିଳା ଦଳ ଚୟନ କରିବେ। ଏହି ଦଳଗୁଡିକ ବିସିସିଆଇ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri