ଭାଜପା ନେତ୍ରୀଙ୍କୁ ଅପମାନିତ କରୁଛି ବିଜେଡି: ଭାଜପା

ଭୁବନେଶ୍ୱର, ୮।୭(ବ୍ୟୁରୋ): ବିଜେଡି ଶାସନରେ ରାଜ୍ୟର ମହିଳାମାନେ ଆଦୌ ସୁରକ୍ଷିତ ନୁହନ୍ତି। ସୋସିଆଲ ମିଡିଆର ଅପବ୍ୟବହାର କରି ବର୍ତ୍ତମାନ ନୂତନ କୌଶଳ ଆପଣାଇ ନାରୀମାନଙ୍କୁ ଅସମ୍ମାନ କରାଯାଉଛି। ରାଜନୈତିକ ଅଭିସନ୍ଧି ରଖି ଭାଜପାର ଅନେକ ନେତ୍ରୀମାନଙ୍କୁ ସୋସିଆଲ ମିଡିଆ ଜରିଆରେ କଦର୍ଯ୍ୟ ଭାଷା ବ୍ୟବହାର ସହ ଅପମାନିତ କରାଯାଉଥିବା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି। ସ୍ମୃତି କହିଛନ୍ତି, ଏହା କ’ଣ ବିଜେଡିର ମା’ଙ୍କୁ ସମ୍ମାନ। ଦଳ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଜେଡି ଆଇଟି ସେଲ୍‌ କାର୍ଯ୍ୟକର୍ତ୍ତାମାନେ ଅପଶଦ୍ଦ ଏବଂ ଅଭଦ୍ର ଭାଷା ପ୍ରୟୋଗ କରୁଛନ୍ତି। ମୁଖ୍ୟମନ୍ତ୍ରୀ ସବୁ ଜାଣି ମଧ୍ୟ ଏହାକୁ କିପରି ପ୍ରୋତ୍ସାହନ ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେଡିର ଆଇଟି ସେଲ୍‌ ଦ୍ୱାରା ଲେଖାଶ୍ରୀଙ୍କ ପ୍ରସଙ୍ଗରେ ବିଭିନ୍ନ ସମୟରେ ଅଶାଳୀନ ଓ ଅଭଦ୍ର ଭାଷା ପ୍ରୟୋଗ କରି ସାମାଜିକ ଗଣମାଧ୍ୟମରେ ପ୍ରକାଶ କରୁଛନ୍ତି। ଆମେ ଏହାକୁ ନେଇ ସାଇବର ଥାନାରେ ଜୁନ୍‌ ୩୦ରେ ମାମଲା ରୁଜୁ ସହ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲୁ। ପୋଲିସ ନିକଟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ବିଜେଡି ପ୍ରତିଷ୍ଠା ଦିବସରେ ବଡ଼ ଘୋଷଣା କଲେ ନବୀନ ପଟ୍ଟନାୟକ: ଆଗକୁ ଦଳ…

ଭୁବନେଶ୍ବର,୨୬।୧୨: ଆଜି ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ...

ବାଂଲାଦେଶୀ ହିନ୍ଦୁଙ୍କୁ ସ୍ବପ୍ନ ଦେଖାଇଲେଣି ତାରିକ? କହିଲେ ‘I have a dream, ଯେମିତି ୧୯୭୧ରେ ସବୁ ଧର୍ମ ମିଶି…

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନ ଗୁରୁବାର (ଡିସେମ୍ବର ୨୫, ୨୦୨୫) ଦିନ ଲୋକମାନଙ୍କୁ ଶାନ୍ତି ପାଇଁ ଆହ୍ବାନ କରିଥିଲେ।...

ପିକନିକ୍ ହେଲା କାଳ, ସୀତାକୁଣ୍ଡରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ବାରିପଦା,୨୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶାମାଖୁଂଟା ବ୍ଲକ ଶିମିଳିପାଳ ପାଦଦେଶ ସୀତାକୁଣ୍ଡରେ ବୁଡ଼ିଗଲେ ୨ ପର୍ଯ୍ୟଟକ । ତେବେ ବର୍ତ୍ତମାନ ସେମାନଙ୍କର ମୃତଦେହ ଉଦ୍ଧାର...

ଓମ୍‌ସାର ଆନ୍ଦୋଳନ: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

ବିଜେଡି ପ୍ରତିଷ୍ଠା ଦିବସରେ ଏକତାର ମନ୍ତ୍ର ଦେଲେ ପ୍ରଫୁଲ୍ଲ ଘଡ଼େଇ, କହିଲେ ନବୀନ ପଟ୍ଟନାୟକଙ୍କୁ…

ଭୁବନେଶ୍ୱର,୨୬।୧୨:  ଆଜି ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ପାଳୁଛି ।  ପ୍ରତିଷ୍ଠା ଦିବସ ପାଇଁ ଶଙ୍ଖ ଭବନ ସଜେଇ ହୋଇଥିବା ବେଳେ ନବୀନ...

ବସ୍‌ କାଚ ଭାଙ୍ଗି ଜାଳିଦେଲେ …

ରାଉରକେଲା,୨୬।୧୨: ସୁନ୍ଦରଗଡ଼ ଜିଲା ଟାଙ୍ଗାରପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେତେକ ଦୁର୍ୱୃତ୍ତ ଏକ ଯାତ୍ରୀବାହୀ ବସ୍‌ର କାଚ ଭାଙ୍ଗି ଜାଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri