ଆନ୍ଧ୍ର ଅନୁରୋଧକୁ ଓଡ଼ିଶାର ଅଗ୍ରାହ୍ୟ

ଭୁବନେଶ୍ୱର,୭ା୭(ବ୍ୟୁରୋ):ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ବିବାଦୀୟ ରାୟ ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ଏହି ମାମଲା ସର୍ବୋଚ୍ଚ ଅଦାଲତରେ ବିଚାରାଧୀନ ଅଛି। ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ପ୍ରଦାନ ନ କରିବା ଯାଏ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଦ୍ୱାରା ପ୍ରଦତ୍ତ ରାୟକୁ ଗେଜେଟରେ ପ୍ରକାଶ କରାଯାଇ ପାରିବ ନାହିଁ। ଉକ୍ତ ରାୟକୁ ଗେଜେଟ୍‌ରେ ପ୍ରକାଶ କରିବା ପାଇଁ ଆନ୍ଧ୍ରପ୍ରଦେଶ ପକ୍ଷରୁ ଓଡ଼ିଶା ସରକାରଙ୍କ ସହମତି ଲୋଡ଼ାଯାଇଛି। ଓଡ଼ିଶା ସରକାର ଆନ୍ଧ୍ରର ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛନ୍ତି। ମଙ୍ଗଳବାର ଜଳସମ୍ପଦ ବିଭାଗ ତରଫରୁ ଏ ନେଇ ସ୍ପଷ୍ଟ କରାଯାଇଛି।
ବିଭାଗ ତରଫରୁ ଦିଆଯାଇଥିବା ସ୍ପଷ୍ଟୀକରଣରେ କୁହାଯାଇଛି ଯେ ୨୦୧୭ ସେପ୍ଟେମ୍ବର ୧୩ରେ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ତାଙ୍କ ଚୂଡ଼ାନ୍ତ ରାୟ ପ୍ରକାଶ କରିଥିଲେ। ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ନିିର୍ମାଣ ପାଇଁ ଟ୍ରିବ୍ୟୁନାଲ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଅନୁମତି ପ୍ରଦାନ କରିଥିଲେ। ଆନ୍ତଃ ରାଜ୍ୟ ବୁଝାମଣାର ଗୁରୁତ୍ୱପୂର୍ଣ୍ଣ ସର୍ତ୍ତଗୁଡ଼ିକୁ ଟ୍ରିବ୍ୟୁନାଲଙ୍କ ଦ୍ୱାରା ଅଣଦେଖା କରାଯାଇଥିବା ନେଇ ଓଡ଼ିଶା ପକ୍ଷରୁ ଆପତ୍ତି ଉଠାଯାଇଥିଲା। ଏହା ସତ୍ତ୍ୱେ ଟ୍ରିବ୍ୟୁନାଲ ଆନ୍ଧ୍ର ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ। ଟ୍ରିବ୍ୟୁନାଲଙ୍କ ଏହି ରାୟ ବିରୋଧରେ ୨୦୧୭ ଡିସେମ୍ବର ୧୨ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ସ୍ବତନ୍ତ୍ର ଲିଭ୍‌ ପିଟିଶନ ୮୦୩୦/୨୦୧୮ ଦାଏର କରାଯାଇଥିଲା। ୨୦୧୭ ସେପ୍ଟେମ୍ବର ୧୩ରେ ଟ୍ରିବ୍ୟୁନାଲଙ୍କ ଦ୍ୱାରା ପ୍ରଦତ୍ତ ଚୂଡ଼ାନ୍ତ ରାୟର ସ୍ପଷ୍ଟୀକରଣ ପାଇଁ ଓଡ଼ିଶା ପକ୍ଷରୁ ଆବେଦନ କରାଯାଇଛି। ୨୦୨୧ ଜୁନ୍‌ ୨୧ରେ ଟ୍ରିବ୍ୟୁନାଲ ତାଙ୍କ ବିବରଣୀରେ ସ୍ପଷ୍ଟ କରିଛନ୍ତି ଯେ ୨୦୧୭ ସେପ୍ଟେମ୍ବର ୧୩ରେ ପ୍ରକାଶିତ ଚୂଡ଼ାନ୍ତ ରାୟକୁ ଟ୍ରିବ୍ୟୁନାଲ କାଏମ ରଖିଛନ୍ତି, ଯାହାକି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ସ୍ବତନ୍ତ୍ର ଲିଭ୍‌ ପିଟିଶନର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରୁଛି। ଓଡ଼ିଶା ପରିସୀମା ମଧ୍ୟରେ ମିଳିତ ସର୍ବେକ୍ଷଣ ପାଇଁ ୨୦୧୯ ସେପ୍ଟେମ୍ବର ୨୩ରେ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ବିପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଓଡ଼ିଶା ପକ୍ଷରୁ ସ୍ବତନ୍ତ୍ର ଲିଭ୍‌ ପିଟିଶନ ସଂଖ୍ୟା ୨୭୯୩୦/୨୦୧୯ ଦାଏର କରାଯାଇଛି, ଯାହାକି ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଏବେ ମଧ୍ୟ ବିଚାରାଧୀନ ରହିଛି।
ଓଡ଼ିଶା ପକ୍ଷରୁ ବରିଷ୍ଠ ଓକିଲ ଗୋପାଳ ସୁବ୍ରମନ୍ୟମ୍‌ ସର୍ବୋଚ୍ଚ ନ୍ୟାୟାଳୟରେ ମକଦ୍ଦମା ପରିଚାଳନା କରୁଛନ୍ତି। ସ୍ବତନ୍ତ୍ର ଲିଭ୍‌ ପିଟିଶନ ସଂଖ୍ୟା ୮୦୩୦/୨୦୧୮ ଓ ୨୭୯୩୦/୨୦୧୯ ନ୍ୟାୟାଳୟରେ ବିଚାରାଧୀନ ଥିବା ଦୃଷ୍ଟିରୁ ଟ୍ରିବ୍ୟୁନାଲଙ୍କ ୨୦୧୭ ସେପ୍ଟେମ୍ବର ୧୩ ଓ ୨୦୨୧ ଜୁନ୍‌ ୨୧ରେ ପ୍ରଦତ୍ତ ରାୟକୁ ଆନ୍ତଃ ରାଜ୍ୟ ନଦୀଜଳ ବିବାଦ ଆଇନ ୧୯୫୬ ର ଧାରା ୬(୧) ଅନୁସାରେ ସରକାରୀ ରାଜପତ୍ର (ଗେଜେଟ୍‌)ରେ ପ୍ରକାଶିତ କରାଯାଇ ପାରିବ ନାହିଁ। ସରକାରୀ ଗେଜେଟ୍‌ରେ ଟ୍ରିବ୍ୟୁନାଲଙ୍କ ରାୟ ପ୍ରକାଶିତ ନ ହେଲେ ତାହାକୁ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ସ୍ବତନ୍ତ୍ର ଲିଭ୍‌ ପିଟିଶନର ଚୂଡ଼ାନ୍ତ ରାୟ ପ୍ରକାଶ ନ ପାଇବା ଯାଏ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ରାୟକୁ ଗେଜେଟରେ ପ୍ରକାଶନ ପାଇଁ ଆନ୍ଧ୍ର ପକ୍ଷରୁ ସହମତି ପ୍ରଦାନ ନିମନ୍ତେ କରାଯାଇଥିବା ଅନୁରୋଧକୁ ଓଡ଼ିଶା ସ୍ପଷ୍ଟ ଭାବେ ଅଗ୍ରାହ୍ୟ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri