Posted inରାଜ୍ୟ

ରବିଧାନ କିଣା ବନ୍ଦ

ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟରେ ଆଉ ରବି ଧାନ ସଂଗ୍ରହ ହେବ ନାହିଁ। କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସମୟ ଶେଷହୋଇ ଯାଇଥିବାରୁ ଧାନ କିଣା ବନ୍ଦ ହୋଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶନିବାର ଏହା କହିଛନ୍ତି। ରାଜ୍ୟ ସରକାର ଚଳିତ ବର୍ଷ ୯୧ ପ୍ରତିଶତ ଧାନ କ୍ରୟ କରିଛନ୍ତି। ଗତ ବର୍ଷ ଧାନ କିଣା ୮୩ ପ୍ରତିଶତ ଥିଲା। ରାଜ୍ୟରେ ବହୁ ଚାଷୀ ଧାନ ବିକ୍ରି କରିପାରି ନ ଥିବା ବେଳେ ସରକାରଙ୍କ ଧାନ କିଣା ବନ୍ଦକୁ ନେଇ ରାଜ୍ୟ ଭାଜପା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଧାନ ଉଠାଯାଉ ନ ଥିବା ନେଇ ଭାଜପା କରିଥିବା ଅଭିଯୋଗ ଉପରେ ମନ୍ତବ୍ୟ ଦେଇ ମନ୍ତ୍ରୀ କହିଛନ୍ତି ଯେ ରାଜନୈତିକ ବାଧ୍ୟବାଧକତା ପାଇଁ ରାଜ୍ୟ ଭାଜପା ନେତାମାନେ ଏଭଳି ଅଭିଯୋଗ ଆଣୁଛନ୍ତି। ଯଦି ଭାଜପା ନେତାମାନଙ୍କର କୌଣସି ଅଭିଯୋଗ ଅଛି ତେବେ ସେମାନେ ଏ ନେଇ ଆଲୋଚନା କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି ଯେ ଚାଷୀମାନଙ୍କୁ ଦିଆଯାଇଥିବା ଟୋକନର ଅବଧି ୧୨ ଦିନ ବୋଲି ମନ୍ତ୍ରୀ ଜାଣିଛନ୍ତି କି । ଟୋକନ ଅବଧି ୩୦ ଦିନରୁ ୧୨ ଦିନକୁ କାହିଁକି ହ୍ରାସ କରାଯାଇଛି। ରାଜ୍ୟ ସରକାର ସମସ୍ତ ଧାନ ୧୨ ଦିନ ଭିତରେ ଚାଷୀଙ୍କଠାରୁ ନେଇପାରିବେ କି ବୋଲି ସେ କହିଛନ୍ତି। ଧାନ କିଣାରେ ଅନିୟମିତତା ନେଇ ଭାଜପା ପକ୍ଷରୁ ରାଜ୍ୟରେ ଜୁଲାଇ ୧ ଓ ୨ ତାରିଖରେ ଆନ୍ଦୋଳନ କରାଯାଇଥିଲା । ଚଳିତ ରବି ଋତୁରେ ମୋଟ ୧୪ ଲକ୍ଷ ୪୪  ହଜାର ୧୨୧ ମେଟ୍ରିକ୍‌ ଟନ୍‌ ରବି ଧାନ ସଂଗ୍ରହ କରାଯାଇଛି । ନାମ ପଞ୍ଜୀକୃତ କରିଥିବା ଚାଷୀଙ୍କ ମଧ୍ୟରୁ ୯୦.୭୫ ପ୍ରତିଶତ ସେମାନଙ୍କ ରବି ଧାନ ସରକାରଙ୍କୁ ବିକ୍ରି କରିଛନ୍ତି । କୋଭିଡ୍‌ କଟକଣାକୁ ଅନୁପାଳନ କରି ରାଜ୍ୟର ୧୭ ଜିଲାର ୧୦୨୫ଟି ଧାନ ସଂଗ୍ରହ କେନ୍ଦ୍ରରେ ବିଭାଗ ପକ୍ଷରୁ ରବି ଧାନ ସଂଗ୍ରହ କରାଯାଇଥିଲା । ୧୭ ଜିଲାର ୨ ଲକ୍ଷ ୨୪ ହଜାର ୫୪୪ ଜଣ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇଥିବାବେଳେ ୨ଲକ୍ଷ ୩ ହଜାର ୭୮୯ ଚାଷୀ ଧାନ ବିକ୍ରି କରିଛନ୍ତି । ୨୦୨୦ ରବି ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ୮୨.୬୯ ପ୍ରତିଶତ ଚାଷୀ ରବି ଧାନ ବିକ୍ରି କରିଥିଲେ । ସେହିପରି ଖରିଫରେ ୮୦.୯୫ ପ୍ରତିଶତ ଚାଷୀ ଧାନ ବିକ୍ରି କରିଥିଲେ । ଗତ ଖରିଫଠାରୁ ଚଳିତ ରବିରେ ପ୍ରାୟ ୧୦ ପ୍ରତିଶତ ଅଧିକ ଚାଷୀ ଧାନ ବିକ୍ରି କରିଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି । ଖରିଫ ବିପଣନ ଋତୁ ୨୦୨୦-୨୧ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଖରିଫ ଓ ରବି ଧାନ ସଂଗ୍ରହ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୭୭ ଲକ୍ଷ ୩୭ ହଜାର ୮୭୩ ମେଟ୍ରିକ ଟନ୍‌ ସଂଗ୍ରହ କରାଯାଇପାରିଛି। ଯାହାକି ଧାର୍ଯ୍ୟ ଲକ୍ଷ୍ୟଠାରୁ ୬ ଲକ୍ଷ ୩୭ ହଜାର ମେଟ୍ରିକ୍‌ ଟନ୍‌ରୁ ଅଧିକ ା ୨୦୧୯-୨୦ ବର୍ଷରେ ମୋଟ ୭୦ ଲକ୍ଷ ୫୬ ହଜାର ୫୧୪ ମେଟ୍ରିକ୍‌ ଟନ ୍‌ଖରିଫ ଓ ରବି ଧାନ ସଂଗ୍ରହ କରାଯାଇଥିଲା । ଗତ ଖରିଫ ବିପଣନ ଋତୁଠାରୁ ଚଳିତ ୨୦୨୦-୨୧ ଖରିଫ ବିପଣନ ଋତୁରେ ୬ ଲକ୍ଷ ୮୧ ହଜାର ୩୫୧ ମେଟ୍ରିକ୍‌ ଟନ୍‌ ଅଧିକ ଧାନ ସଂଗ୍ରହ ହୋଇଛି । ଚଳିତ ରବି ଧାନ ସଂଗ୍ରହରେ ରାଜ୍ୟରେ ଚାଷୀମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ୨୬୯୭ କୋଟି ୬୨ ଲକ୍ଷ ଟଙ୍କା ମୂଲ୍ୟର ଧାନ ସଂଗ୍ରହ କରାଯାଇଛି । ଅଧିକ ରବି ଧାନ ସଂଗ୍ରହ ହୋଇଥିବା ଜିଲାଗୁଡ଼ିକ ମଧ୍ୟରେ ବରଗଡ଼ରୁ ୫,୧୧,୦୬୮ ମେଟ୍ରିକ୍‌ ଟନ୍‌, କଳାହାଣ୍ଡିରୁ ୨,୩୦,୮୪୩ ମେଟ୍ରିକ୍‌ ଟନ୍‌, ସୁବର୍ଣ୍ଣପୁରରୁ ୨,୩୪,୯୪୬ ମେଟ୍ରିକ ଟନ୍‌, କୋରାପୁଟରୁ ୧,୨୮,୭୪୩ ମେଟ୍ରିକ ଟନ୍‌ ଏବଂ ସମ୍ବଲପୁର ଜିଲାରୁ ୧,୨୮,୮୧୨ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଭୁବନେଶ୍ୱର ଏମ୍‌ସକୁ ଯିବ ସ୍ୱତନ୍ତ୍ର ‘ଆମ୍ବୁଲାନ୍ସ କରିଡର’: ଆଉ ଟ୍ରାଫିକ୍‌ରେ ଫସିବେନି ରୋଗୀ

ଭୁବନେଶ୍ୱର,୧୮ା୧୨: ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ସୁରକ୍ଷିତ ଓ ଶୀଘ୍ର ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ୱର ଖଣ୍ଡଗିରି...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri