ଉତ୍ପୀଡ଼ନ କେନ୍ଦ୍ର ପାକିସ୍ତାନ ମଦ୍ରାସା

ଇସ୍‌ଲାମାବାଦ, ୪ା୭: ପାକିସ୍ତାନରେ ଥିବା ମଦ୍ରାସାଗୁଡ଼ିକରେ ଦିନକୁ ଦିନ ଯୌନ ଶୋଷଣ ମାମଲା ବଢ଼ିବାରେ ଲାଗିଛି। ନିକଟରେ ଲାହୋରସ୍ଥିତ ଏକ ମଦ୍ରାସାରେ ସବୀର ଶାହା ନାମକ ଜଣେ ଛାତ୍ର ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ମୌଲବୀ ମୁଫ୍‌ତି ଅଜିଜ୍‌ ଉର୍‌ ରେହମାନଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା କଥା ସାମ୍‌ନାକୁ ଆଣିଥିଲେ। ଏବେ ଆଉ ଜଣେ ଛାତ୍ର ସମାନ ଅଭିଯୋଗ ଆଣିଛନ୍ତି। ଜଣେ ସିଆ ମୌଲବୀ ତାଙ୍କୁ ଯୌନ ଶୋଷଣ କରିଥିବା ଏକ ଭିଡିଓ ମାଧ୍ୟମରେ ଛାତ୍ର ଜଣକ କହିବା ପରେ ଏହା ଭାଇରାଲ ହେବାରେ ଲାଗିଛି। ପାକିସ୍ତାନରେ ଧାର୍ମିକ ନେତାଙ୍କ ମାତ୍ରାଧିକ ପ୍ରଭାବ ଯୋଗୁ ଅଧିକାଂଶ ଲୋକ ମୌଲବୀଙ୍କ ବିରୋଧରେ ମୁହଁ ଖୋଲୁ ନ ଥିବାରୁ ଏପରି ଆପରାଧିକ ମାମଲା ବଢ଼ିବାରେ ଲାଗିଛି। ଇସ୍‌ଲାମକୁ ବଦନାମ କରୁଥିବା ବ୍ୟକ୍ତିଙ୍କୁ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦାବି କରୁଥିବା ଏହି ଧାର୍ମିକ ନେତାମାନେ ମଦ୍ରାସାରେ ଯୌନ ଉତ୍ପୀଡ଼ନ ଘଟଣାରେ ମୁହଁ ନ ଖୋଲିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକ ମନ୍ତବ୍ୟରେ କହିଥିଲେ, ଛୋଟ ପୋଷାକ ପିନ୍ଧୁଥିବା ମହିଳାମାନେ ପୁରୁଷଙ୍କଠାରେ ଯୌନାକାଂକ୍ଷା ସୃଷ୍ଟି କରିଥାନ୍ତି। ଅଧିକାଂଶ ପାକିସ୍ତାନୀ ମଧ୍ୟ ସର୍ବସାଧାରଣରେ ମହିଳାଙ୍କ ଛୋଟ ପୋଷାକ ପରିଧାନକୁ ଅନୁମତି ଦେଇ ନ ଥାନ୍ତି। ଇସ୍‌ଲାମିକ ନୀତି ଏହାକୁ ଗ୍ରହଣ କରେନାହିଁ ବୋଲି ସେମାନଙ୍କ ମତ। ମଦ୍ରାସାରେ ଛାତ୍ରଙ୍କୁ ଯୌନ ଶୋଷଣ ଘଟଣା ପରେ ଏବେ ଦେଶର ଏହି ଧାର୍ମିକ ସ୍କୁଲ, ମୌଲବୀ ଓ ସେଠାକାର ପରିବେଶ ଉପରେ ପ୍ରଶ୍ନ ଉଠିଛି। ୨୦୧୭ରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ୯ ବର୍ଷୀୟ ଛାତ୍ରଙ୍କୁ ଜଣେ ମୌଲବୀ ବଳାତ୍କାର କରିଥିଲେ। ୨୦୧୮ରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅନ୍ୟ ଜଣେ ମୌଲବୀ ଗିରଫ ହୋଇଥିଲେ। ୨୦୧୯ରେ ଜଣେ ୧୩ ବର୍ଷୀୟା ଦିବ୍ୟାଙ୍ଗ ବାଳିକାଙ୍କୁ ଜଣେ ମୌଲବୀ ଯୌନ ଶୋଷଣ କରିବା ଘଟଣା ସାମ୍ନାକୁ ଆସିଥିଲା। ମଦ୍ରାସା ଭଳି ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ମୌଲବୀଙ୍କ ପରି ଧାର୍ମିକ ନେତାମାନେ ନିଜ ଯୌନପିପାସା ମେଣ୍ଟାଇବାକୁ ବ୍ୟବହାର କରୁଥିବା ଅଭିଯୋଗ ଆସିଛି।
ଆକଳନ ଅନୁସାରେ ୨୨ ଲକ୍ଷରୁ ଊର୍ଦ୍ଧ୍ୱ ପିଲା ପାକିସ୍ତାନରେ ଥିବା ପ୍ରାୟ ୩୬ ହଜାରରୁ ଅଧିକ ମଦ୍ରାସାରେ ଭର୍ତ୍ତି ହୋଇଛନ୍ତି। ସେଥିରୁ ଅଧିକାଂଶ ପିଲା ଗରିବ ଶ୍ରେଣୀର। ପିଲାମାନେ ମୁହଁ ଖୋଲିବା ସମ୍ଭାବନା କ୍ଷୀଣ ଥିବାରୁ ଏବଂ ସେମାନଙ୍କ କଥା ଖୁବ୍‌ କମ ସଂଖ୍ୟାରେ ଲୋକେ ବିଶ୍ୱାସ କରୁଥିବାରୁ ମଦ୍ରାସାରେ ଏଭଳି ଘଟଣାର ଘଟୁଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ସେହିପରି କୌଣସି ମୌଲବୀଙ୍କ ବିରୋଧରେ କେହି ଅଭିଯୋଗ ଆଣିଲେ ତାହାକୁ ଇସ୍‌ଲାମ ଧର୍ମ ଉପରେ ଆକ୍ରମଣ ବୋଲି ବିବେଚନା କରାଯାଉଥିବାରୁ ଅନେକେ ଏ ନେଇ ମୁହଁ ଖୋଲୁ ନ ଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ବ୍ୟାନ ହେଲା ଅଲ ଜଜିରା, ନେତାନ୍ୟାହୁ କହିଲେ ଉସକାଇବା ଚ୍ୟାନେଲ

ଜେରୁଜେଲମ,୫।୫: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର (୫ ମଇ ୨୦୨୪) ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ସେ...

ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ୟୁକ୍ରେନ ରାଷ୍ଟ୍ରପତି, ଆଉ କିଛି ଦେଶର ନେତାଙ୍କର ରହିଛି ନାଁ!

ମସ୍କୋ,୫।୫: ରୁଷିଆ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତାଙ୍କୁ ଓ୍ବାଣ୍ଟେଡ ତାଲିକାରେ ରଖିଛି। ଏ ବାବଦରେ ଆଉ କୌଣସି...

ବ୍ରାଜିଲରେ ଭୟଙ୍କର ବନ୍ୟା, ୫୬ ମୃତ

ବ୍ରାଜିଲ,୫।୫: ତାଣ୍ଡବ ରଚିଲା ପ୍ରକୃତି। ବ୍ରାଜିଲରେ ଦେଖାଯାଇଛି ଭୟଙ୍କର ବନ୍ୟା । ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା କାରଣରୁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି ।...

୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୦୦ ବର୍ଷ ଜେଲ

ଓ୍ବାଶିଂଟନ,୫ା୫: ୧୭ ଜଣ ରୋଗୀଙ୍କୁ ମାରିଥିବା ଆମେରିକା ପେନ୍‌ସିଲଭାନିଆର ଜଣେ ନର୍ସଙ୍କୁ ଶନିବାର ୩୮୦ରୁ ୭୦୦ ବର୍ଷ ଜେଲଦଣ୍ଡ ହୋଇଛି। ହିଥର ପ୍ରେସ୍‌ଦି (୪୧) ନାମ୍ନୀ...

ଯୋଗକୁ ଆପଣାଇଲା ପାକିସ୍ତାନ

ଇସ୍‌ଲାମାବାଦ,୫ା୫ପ୍ରାଚୀନ ଭାରତୀୟ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଅଭ୍ୟାସ ‘ଯୋଗ’ ବିଶ୍ୱର ଅଧିକାଂଶ ଦେଶରେ ଆଦୃତ ହୋଇଥିବାବେଳେ ଏବେ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା ଆନୁଷ୍ଠାନିକ...

ନର୍ସଙ୍କୁ ୭୮୦ ବର୍ଷର କାରାଦଣ୍ଡ! ୨୨ ମାମଲାରେ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୪।୫: ଆମେରିକା ପେନସିଲଭାନିଆର ୪୧ ବର୍ଷିୟ ନର୍ସ ହେଥର ପ୍ରେସଡିଙ୍କୁ ତିନିଟି ହତ୍ୟା ଏବଂ ୧୯ଟି ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri