Posted inଖେଳ

ଅଲିମ୍ପିକ ୧୦୦ମିଟରରେ ଭାଗ ନେଇପାରିବେନି ରିଚାର୍ଡସନ

ୟୁଜେନି(ଓରେଙ୍ଗୋ),୩ା୭(ଏପି)-ଆମେରିକାନ ଚାମ୍ପିୟନ ଶା’କାରି ରିଚାର୍ଡସନ ଅଲିମ୍ପିକ ମହିଳା ୧୦୦ମିଟର ରେସ୍‌ରେ ଭାଗ ନେଇପାରିବେ ନାହିଁ। ଅଲିମ୍ପିକ ଟ୍ରାଏଲ୍ସ ବେଳେ ତାଙ୍କର ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପୁଲରେ ନିଶାଦ୍ରବ୍ୟ ଗଞ୍ଜେଇର ଏକ ରାସାୟନିକ ଠାବ କରାଯାଇଥିଲା। ଜୁନ୍‌ ୧୯ରେ ଅଲିମ୍ପିକ ଟ୍ରାଏଲରେ ସେ ୧୦୦ମିଟର ରେସ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କର ଟାଇମିଂ ୧୦.୮୬ ସେକେଣ୍ଡ ରହିଥିଲା। ମାତ୍ର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କ ଫଳାଫଳ ମୂଲ୍ୟହୀନ ହୋଇ ପଡ଼ିଛି। ତାଙ୍କ ସ୍ଥାନରେ ରେସ୍‌ରେ ୪ର୍ଥ ହୋଇଥିବା ଜିନା ପ୍ରାନ୍ଦିନୀଙ୍କୁ ହୁଏତ ଅଲିମ୍ପିକ ୧୦୦ ମିଟର ରେସ୍‌ରେ ଭାଗ ନେବାର ସୁଯୋଗ ମିଳିପାରେ। ରିଚାର୍ଡସନଙ୍କୁ ୩୦ ଦିନ ସସ୍‌ପେଣ୍ଡ କରାଯାଇଛି। ସେ ହୁଏତ ମହିଳା ରିଲେ ଦୌଡ଼ରେ ଭାଗନେଇ ପାରନ୍ତି। ହେଲେ ୟୁଏସ୍‌ଏ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ୨୧ ବର୍ଷୀୟା ଏହି ସ୍ପ୍ରିଣ୍ଟରଙ୍କ ଅଲିମ୍ପିକ ଟ୍ରାକ୍‌ ମିଟ୍‌ରେ ଶେଳି ଆନ୍‌ ଫ୍ରେଜର ପ୍ରାଇସ୍‌ଙ୍କ ସହ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଥିଲା। ରିଚାର୍ଡସନ ଟୁଇଟ କରି କହିଛନ୍ତି, ଯାହା ହେଲେ ବି ସେ ଜଣେ ମଣିଷ। ତାଙ୍କ ମା’ଙ୍କ ବିୟୋଗରେ ସେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ। ଦୁଃଖ ଭୁଲିଯିବା ଲାଗି ସେ ଗଞ୍ଜେଇ ସେବନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri