Posted inଖେଳ

୫୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶ ନ୍ୟୁଜିଲାଣ୍ଡ; ଚାମ୍ପିଅନ୍‌ ହେବା ପଛରେ ରହିଛି ଏସବୁ କାରଣ

ସାଉଥାମ୍ପଟନ,୨୪।୬: ନ୍ୟୁଜିଲାଣ୍ଡ ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଟାଇଟେଲ ଜିତିଛି। ୧୮ରୁ ୨୩ ଅକ୍ଟୋବର ଅର୍ଥାତ୍‌ ୬ ଦିନ ପର୍ଯ୍ୟନ୍ତ ଚାଲିଥିବା ଟେଷ୍ଟରେ ନ୍ୟୁଜିଲାଣ୍ଡ ଟିମ ଇଣ୍ଡିଆକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଏହି ଟୁର୍ନାମେଣ୍ଟ ଆଇସିସି ଦ୍ୱାରା ୨୦୧୯ରେ ଆରମ୍ଭ ହୋଇଥିଲା। ୯ଟି ଦଳକୁ ଏହି ଟୁର୍ନାମେଣ୍ଟରେ ସୁଯୋଗ ଦିଆଯାଇଥିଲା। ଟେଷ୍ଟ ଖେଳିବା ପାଇଁ ୧୨ଟି ଦେଶ ଆଇସିସି ଦ୍ୱାରା ସ୍ବୀକୃତିପ୍ରାପ୍ତ । ଏଥିରେ ନ୍ୟୁଜିଲାଣ୍ଡର ଜନସଂଖ୍ୟା ସର୍ବନିମ୍ନ। ଏହି ଦେଶର ଜନସଂଖ୍ୟା ପ୍ରାୟ ୫୫ ଲକ୍ଷ। ଅର୍ଥାତ୍‌ ଏହାକୁ ସବୁଠାରୁ ଛୋଟ ଦେଶ ଭାବରେ ବିବେଚନା କରାଯାଇପାରେ। ଏଥି ସହିତ ଟେଷ୍ଟ ଖେଳୁଥିବା ଦେଶମାନଙ୍କ ମଧ୍ୟରେ ଭାରତର ଜନସଂଖ୍ୟା ସର୍ବାଧିକ। ତଥାପି ନ୍ୟୁଜିଲାଣ୍ଡ ବିଶ୍ୱ କ୍ରିକେଟ୍‌ ନିଜ ଜଲଓ୍ବା ଦେଖାଇବାକୁ ପଛାି ନାହିଁ। ନ୍ୟୁଜିଲାଣ୍ଡ ଚାମ୍ପିଅନ୍‌ ହେବାର ପ୍ରକୃତ କାରଣ।

କ୍ରମାଗତ ଦୁଇଟି ଫାଇନାଲ ହାରିଗଲା, କିନ୍ତୁ ଭାଙ୍ଗି ନ ଥିଲା ମନୋବଳ

୨୦୧୫ ଏବଂ ୨୦୧୯ ଦିନିକିଆ ବିଶ୍ୱକପର ଫାଇନାଲରେ ନ୍ୟୁଜିଲାଣ୍ଡ ଦଳ ହାରିଗଲା। ୨୦୧୫ରେ ଅଷ୍ଟ୍ରେଲିଆ ଏବଂ ୨୦୧୯ରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲା। ଦୁଇଟି ବଡ଼ ଟୁର୍ନାମେଣ୍ଟ ହାରିବା ପରେ ମଧ୍ୟ ଖେଳାଳିଙ୍କ ମନୋବଳ ଭାଙ୍ଗି ନ ଥିଲା।

ବଡ ନାମ ନୁହେଁ, କିନ୍ତୁ ନିଜ ଉପରେ ବିଶ୍ୱାସ କରିଥିଲେ ଖେଳାଳି

ନ୍ୟୁଜିଲାଣ୍ଡ ଦଳରେ ବିରାଟ କୋହଲି, ରୋହିତ ଶର୍ମା, ରିଷଭ ପନ୍ତଙ୍କ ଭଳି କୌଣସି ବଡ ନାମ ଖେଳାଳି ନାହାଁନ୍ତି। କିନ୍ତୁ ଦଳ ଏବଂ ଖେଳାଳିମାନେ ନିଜ ଉପରେ ବିଶ୍ୱାସ ରଖି ଆଗକୁ ବଢିଥିଲା।

ପଡ଼ିଆରେ ଆକ୍ରୋଶ ଦେଖାନ୍ତି ନାହିଁ
ନ୍ୟୁଜିଲାଣ୍ଡର ଖେଳାଳିମାନେ କ୍ୱଚିତ୍‌ ପଡ଼ିଆରେ ଆକ୍ରୋଶ ପ୍ରଦର୍ଶନ କରୁଥିବା ଦେଖାଯାଏ। ସେମାନେ ବିପକ୍ଷ ଖେଳାଳିଙ୍କୁ ମଧ୍ୟ ଉତ୍ତେଜିତ କରନ୍ତି ନାହିଁ। ଅନ୍ୟପକ୍ଷରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପଡ଼ିଆରେ ଆକ୍ରୋଶ ପାଇଁ ଜଣାଶୁଣା।

ଦଳର ସର୍ବୋତ୍ତମ ଯୋଜନା

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପୂର୍ବରୁ ଦଳ ଇଂଲଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିଥିଲା। ଏହା ଦଳକୁ ଇଂଲଣ୍ଡ ପିଚ ଏବଂ ଡ୍ୟୁକ ବଲ ସହିତ ପ୍ରସ୍ତୁତ ହେବାକୁ ସମୟ ଦେଇଥିଲ।

ଘରୋଇ କ୍ରିକେଟର ଭିତ୍ତିଭୂମି ଉତ୍କୃଷ୍ଟ

ନ୍ୟୁଜିଲାଣ୍ଡର ଘରୋଇ କ୍ରିକେଟର ଭିତ୍ତିଭୂମି ବହୁତ ଭଲ। ସେଠାରେ ଥିବା ନ୍ୟାଶନାଲ ଏକାଡେମୀର ସୁବିଧା ଭାରତର ଏନସିଏ ଅପେକ୍ଷା ବହୁତ ଭଲ।

କମ ଅନ୍ତର୍ଜାତୀୟ ମ୍ୟାଚ, ତେଣୁ ଖେଳାଳି ତାଜା

ନ୍ୟୁଜିଲାଣ୍ଡ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ ଭଳି ଦଳ ଅପେକ୍ଷା କମ ଅନ୍ତର୍ଜାତୀୟ ମ୍ୟାଚ ଖେଳନ୍ତି। ଏହି କାରଣରୁ, ତାଙ୍କ ଅପେକ୍ଷା ଅଧିକ ଖେଳାଳି ସତେଜ ଏବଂ କମ ଆହତ ହୋଇଥିଲେ। ଗତ ୩ ବର୍ଷ ମଧ୍ୟରେ ସେ ଟିମ ଇଣ୍ଡିଆ ତୁଳନାରେ ୩୪ଟି କମ୍‌ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି।

ବିଭିନ୍ନ ଲିଗ ଖେଳିବାର ସୁବିଧା

ନ୍ୟୁଜିଲାଣ୍ଡର ଖେଳାଳିମାନେ ବିଶ୍ୱର ଅନ୍ୟ ଲିଗରେ ଖେଳନ୍ତ। ଏହି କାରଣରୁ, ସେଠାରେ ଥିବା ପରିସ୍ଥିତି ବୁଝିବାରେ ସେମାନଙ୍କୁ ଅଧିକ ଅସୁବିଧା ହୁଏ। ଫାଇନାଲରେ ସେ ଏହାର ସୁଯୋଗ ମଧ୍ୟ ପାଇଥିଲେ। ଭାରତୀୟ ଖେଳାଳିଙ୍କୁ ବିଦେଶୀ ଲିଗରେ ଖେଳିବାକୁ ଅନୁମତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri