ଚିଲିକାରୁ ଚୋରି ହେଉଛି ପାଣି

ଖୋର୍ଦ୍ଧା ଅଫିସ,୨୨।୬: ଏସିଆ ମହାଦେଶର ବୃହତ୍ତମ ଲୁଣା ହ୍ରଦ ‘ଚିଲିକା’ରୁ ପାଣି ଚୋରି ହେଉଛି। ଚିଲିକାକୁ ଲାଗି ରହିଥିବା ଶତାଧିକ ଏକର ଜମିକୁ କେତେକ ମାଫିଆ ନିଜ ଅକ୍ତିଆରରେ ରଖି ମାଟି ବନ୍ଧ ବାନ୍ଧିବା ସହ ସେଠାରେ ପାଣି ଜମାଇ ମାଛ ଓ ଚିଙ୍ଗୁଡ଼ି ଚାଷ କରୁଛନ୍ତି। ଉଚ୍ଚ କ୍ଷମତାସମ୍ପନ୍ନ ମୋଟର ସାହାଯ୍ୟରେ ଚିଲିକାରୁ ପାଣି ଉଠାଇ ସେଥିରେ ବିଭିନ୍ନ ରାସାୟନିକ ସାର ବ୍ୟବହାର କରୁଛନ୍ତି। ଫଳରେ ବର୍ଷା ହେଲେ ଏହି ପାଣି ଉଦ୍‌ବୃତ୍ତ ହୋଇ ଚିଲିକାରେ ମିଶୁଛି। ଚିଲିକାର ଜଳ ଦୂଷିତ ହେବା ସହ ଜୈବ ବିବିଧତା ନଷ୍ଟ ହେଉଛି। ବିଶେଷତଃ ଚିଲିକା ଉପକୂଳବର୍ତ୍ତୀ ଟାଙ୍ଗୀ ତହସିଲ୍‌ ଅନ୍ତର୍ଗତ ଭୁଷଣ୍ଡପୁର, ଜଗନ୍ନାଥପୁର ଓ ଶୁଭଦ୍ରାପୁର ମୌଜାରେ ବେଆଇନ ଭାବେ ଶତାଧିକ ମାଛଘେରି ଗଢ଼ି ଉଠିଛି। ରାଜ୍ୟ ତଥା ବାହାର ରାଜ୍ୟର ଚୋରା ବ୍ୟବସାୟୀମାନେ ଚିଲିକାରୁ ମାଛ ମାରି ଦୈନିକ ଟ୍ରକ୍‌, ପିକଅପ୍‌ ଭ୍ୟାନ୍‌, ମିନିଟ୍ରକ୍‌ ଯୋଗେ ଚିଲିକା ପାଣି ସହିତ ଜିଅନ୍ତା ମାଛକୁ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଗୋଟିଏ ପିକଅପ୍‌ ଭ୍ୟାନ୍‌ରେ ପ୍ରାୟ ୧୦ହଜାର, ୪୦୭ ମିନିଟ୍ରକ୍‌ରେ ୨୦ହଜାର ଏବଂ ଟ୍ରକ୍‌ରେ ୩୦ରୁ ୪୦ହଜାର ଲିଟର ପର୍ଯ୍ୟନ୍ତ ପାଣି ନେଉଛନ୍ତି। କୋଲକାତାରେ ଜିଅନ୍ତା ମାଛର ଚାହିଦା ରହିଛି। ତେଣୁ ଚିଲିକା ପାଣିରେ ଜିଅନ୍ତା ମାଛ ରଖି ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ଜଣାପଡ଼ିଛି। ଦୈିନିକ ପ୍ରାୟ ୫ଲକ୍ଷ ଲିଟର ପାଣି ମାଛ ପରିବହନ ବାହାନାରେ ଚୋରି ହେଉଛି। ଏହାକୁ ବିରୋଧ କଲେ ଧମକ୍‌ ମିଳୁଥିବା ସ୍ଥାନୀୟ ଗ୍ରାମବାସୀ ଓ ମତ୍ସ୍ୟଜୀବୀ କହିଛନ୍ତି। ଚିଲିକାର ଜଳସ୍ତର କମୁଥିବାବେଳେ ଅନାବନା ଦଳ ଓ ପଙ୍କ ଯୋଗୁ ମତ୍ସ୍ୟଜୀବୀମାନେ ଡଙ୍ଗା ନେଇ ଚିଲିକା ଭିତରକୁ ଯିବା ଲାଗି ହଇରାଣ ହେଉଛନ୍ତି। ଜିଲା ପ୍ରଶାସନ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସବୁ ଜାଣି ବି ଚୁପ୍‌ ବସିଥିବା ସାଧାରଣରେ ଅଭିଯୋଗ ହେଉଛି।
ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲାର ପ୍ରାୟ ୧୧୬୫ ବର୍ଗ କି.ମି. ଅଞ୍ଚଳ ପର୍ଯ୍ୟନ୍ତ ଚିଲିକା ପରିବ୍ୟାପ୍ତ ଥିଲା। କ୍ରମଶଃ ଏହା ସଙ୍କୁଚିତ ହୋଇ ୧୦୯୧ ବର୍ଗ କି.ମି.କୁ ଆସିଲାଣି। ଏହି ୩ଜିଲାର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଛୋଟ ବଡ଼ ନଦୀ, ନାଳର ପାଣି ଚିଲିକାରେ ମିଶିଥାଏ। ଗୋଟିଏ ପଟେ ନଦୀ, ନାଳର ପାଣି ସହ ମାଟି, ଗୋଡ଼ି, ପ୍ଲାଷ୍ଟିକ, ପଲିଥିନ ପ୍ରଭୃତି ବର୍ଜ୍ୟ ବସ୍ତୁ ଭାସି ଆସି ଧୀରେ ଧୀରେ ଚିଲିକା ପୋତି ହେବାରେ ଲାଗିଥିବାବେଳେ ଅନ୍ୟପଟେ ପ୍ରାୟ ୧୫୦ ବର୍ଗ କି.ମି. ଅଞ୍ଚଳର ନଳଘାସ ସଫେଇ କରାଯାଉ ନ ଥିବାରୁ ଚିଲିକା ପ୍ରଦୂଷିତ ହୋଇପଡୁଛି। ପୁରୀ ଜିଲାର ବରକୁଦିଠାରୁ ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅଧୀନ କୁମଣ୍ଡପାଟଣା ଉପକୂଳବର୍ତ୍ତୀ ଅଞ୍ଚଳରେ ନଳଘାସ ମାଡ଼ିଗଲାଣି। ଏଥିଯୋଗୁ ଜଳଜୀବ ପ୍ରଭାବିତ ହେଉଛନ୍ତି। ମତ୍ସ୍ୟଜୀବୀଙ୍କ ଜୀବିକା ମଧ୍ୟ ଉଜୁଡ଼ିବାକୁ ବସିଛି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଚାଲିଥିବା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ସଫେଇ ଦେଉଛନ୍ତି। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ଗତବର୍ଷ ଭୁଷଣ୍ଡପୁର ଓ ଆଖପାଖ ଅଞ୍ଚଳର ମାଟିବନ୍ଧ ଘେରିଗୁଡ଼ିକୁ ଭାଙ୍ଗିବା ଲାଗି ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର କିଛିଦିନ ପରେ ତାହା ଶିଥିଳ ପଡ଼ିଗଲା। ପୁଣି ମାଟିବନ୍ଧ ଘେରି ଗଢ଼ିିଉଠିଲା। ଏବେ ହଜାର ହଜାର ହେକ୍ଟର ଜମିରେ ମାଟିବନ୍ଧ ଘେରି ରହିଥିବା ଦେଖିବାକୁ ମିଳୁଛି। ସେହି ଘେରିଗୁଡ଼ିକ ଯେପର୍ଯ୍ୟନ୍ତ ଭଙ୍ଗା ନ ଯାଇଛି ସେ ପର୍ଯ୍ୟନ୍ତ ଚିଲିକା ବିପଦମୁକ୍ତ ନୁହେଁ ବୋଲି ପରିବେଶବିତ୍‌ମାନେ ମତ ଦେଉଛନ୍ତି। ଏନେଇ ଖୋର୍ଦ୍ଧା ଉପଜିଲାପାଳ ଅଶୋକ ବେହୁରିଆଙ୍କୁ ପଚାରିବାରେ ଚିଲିକା ପାଣିରେ ମାଛ ଚାଲାଣ ହେଉଥିବା ଖବର ପାଇଛି। ଏହି ଘଟଣାର ଅନୁଧ୍ୟାନ କରାଯିବ। ଚିଲିକାରେ ପାଟ୍ରୋଲିଂ କରିବାକୁ ସ୍ଥାନୀୟ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଜାରି ରହିଛି। ହାଟବରିଡ଼ିରେ ଗଢ଼ିଉଠିଥିବା ପ୍ରାୟ ୬୦ହେକ୍ଟର ଚିଙ୍ଗୁଡ଼ି ଘେରି ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ଆଗକୁ ଚିଲିକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବେଆଇନ ଭାବେ ଗଢ଼ି ଉଠିଥିବା ମାଟିବନ୍ଧ ଘେରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯିବା ଯୋଜନା ରହିଛି। ଚିଲିକାକୁ ସମ୍ପୂର୍ଣ୍ଣ ଘେରି ମୁକ୍ତ ଏବଂ ବେଆଇନ କାର୍ଯ୍ୟକଳାପ ରୋକିବା ଲାଗି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ତହସିଲଦାର, ମତ୍ସ୍ୟ ବିଭାଗ ଏବଂ ପୋଲିସ ପ୍ରଶାସନ ସହ ଆଲୋଚନା କରାଯାଇଛି। ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରିକଲେ, ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ତହସିଲଦାରଙ୍କୁ କୁହାଯାଇଛି।

ପ୍ରଭାତ କୁମାର ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri