ଏସ୍‌ଡିଜି ଇଣ୍ଡେକ୍ସରେ ଓଡ଼ିଶା ୧ନଂ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଓଡ଼ିଶା ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି)-୨୦୨୦-୨୧ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ ବର୍ଷ ତୁଳନାରେ ଓଡ଼ିଶା ଏସ୍‌ଡିଜିରେ ଅଧିକ ୧୦ ପଏଣ୍ଟ ପାଇ ଏହି ସ୍ଥାନ ହାସଲ କରିଛି। ୨୦୧୮-୧୯ ନୀତି ଆୟୋଗର ଏହି ସୂଚୀରେ ଓଡ଼ିଶା ୫୧ ପଏଣ୍ଟ ହାସଲ କରିଥିବା ବେଳେ ୨୦୨୦-୨୧ରେ ଓଡ଼ିଶାକୁ ୬୧ ପଏଣ୍ଟ ମିଳିଛି।
ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଓଡ଼ିଶା ଆସିଥିବା ନୀତି ଆୟୋଗର ପ୍ରତିନିଧି ଦଳ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ‘ସଷ୍ଟେନେବଲ୍‌ ଡେଭେଲପମେଣ୍ଟ ଗୋଲ୍‌’ ସୂଚୀ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଛନ୍ତି। ବୈଠକ ଶେଷରେ ନୀତି ଆୟୋଗ ଉପଦେଷ୍ଟା ସଂୟୁକ୍ତା ସମାଦ୍ଦାର ଏସ୍‌ଡିଜି ଇଣ୍ଡିଆ ଡ୍ୟାସ୍‌ବୋର୍ଡ ଉପସ୍ଥାପନ କରିଥିଲେ। ଏସ୍‌ଡିଜି-୧୩ ଓ ଏସ୍‌ଡିଜି-୧୪ରେ ଓଡ଼ିଶା ୧ ନମ୍ବର ସ୍ଥାନ ହାସଲ କରିଛି। ଏସ୍‌ଡିଜି-୧୩ରେ ରାଜ୍ୟ ସରକାର ଜଳବାୟୁ ପରିବର୍ତ୍ତନ ଓ ପ୍ରଭାବ ଉପରେ ନେଇଥିବା ପଦକ୍ଷେପ ଏବଂ ଏସ୍‌ଡିଜି-୧୪ରେ ସାମୁଦ୍ରିକ ସମ୍ବଳର ନିରନ୍ତର ବ୍ୟବହାର ଯୋଗୁ ପ୍ରଥମ ସ୍ଥାନ ମିଳିଛି। ଏଥିସହିତ ଓଡ଼ିଶା ଏସ୍‌ଡିଜିର ୯ଟି ଲକ୍ଷ୍ୟ ହାସଲ କରିବାରେ ଆଗୁଆ ରାଜ୍ୟ ହୋଇ ପାରିଛି। ସ୍ବଚ୍ଛ ପାନୀୟଜଳ, ପରିମଳ, ପୁଞ୍ଜିନିବେଶକୁ ପ୍ରୋତ୍ସାହନ, ଶିଳ୍ପ ଭିତ୍ତିଭୂମି, ଦୀର୍ଘ ସ୍ଥାୟୀ ଇକୋ ବ୍ୟବସ୍ଥାର ସୁରକ୍ଷା ଓ ବିକାଶ ଇତ୍ୟାଦି କ୍ଷେତ୍ର ଆଧାରରେ ଓଡ଼ିଶାକୁ ୧ ନମ୍ବର ମାନ୍ୟତା ମଳିଛି।
ତେବେ ୨୦୨୦ ଏସ୍‌ଡିଜି ରିପୋର୍ଟରେ ଓଡ଼ିଶାର ଅନ୍ୟାନ୍ୟ କ୍ଷେତ୍ରକୁ ଉପଯୁକ୍ତ ଭାବେ ଦର୍ଶାଯାଇ ନାହିଁ। ସଷ୍ଟେନେବଲ୍‌ ଡେଭେଲପମେଣ୍ଟ ଗୋଲ୍‌-୨୦୩୦ ଲକ୍ଷ୍ୟ ହାସଲ ନିମନ୍ତେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଭିନ୍ନ ଭିନ୍ନ ଲକ୍ଷ୍ୟ ପୂରଣ ପାଇଁ ୭ଟି ୱାର୍କିଂ ଗ୍ରୁପ୍‌ ଗଠନ କରାଯିବ। ଏଥିସହିତ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ପ୍ରକଳ୍ପ ପରିଚାଳନା ୟୁନିଟ୍‌ ଗଠନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।
ଓଡ଼ିଶା ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ମମତା ଯୋଜନା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଭଳି ଯୋଜନାଗୁଡିକୁ ଏହି ସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଇଣ୍ଡେକ୍ସରେ ରାଜ୍ୟର ଯୋଜନାକୁ ସାମିଲ କରାଯାଇ ନାହିଁ। ଏସ୍‌ଡିଜି ଲକ୍ଷ୍ୟ ହାସଲ ପାଇଁ ଯୋଜନା ଓ ସଂଯୋଜନ ବିଭାଗ ଅଧୀନରେ ଏକ ବିଏମ୍‌ୟୁ ଗଠନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା ସମସ୍ତ ବିଭାଗ ସହ ସମନ୍ବୟ ରକ୍ଷା କରାଯିବା ସହ ନିର୍ଦ୍ଧାରିତ ସମୟରେ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ଉନ୍ନୟନ କମିଶନର କହିଛନ୍ତି। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ଗୃହ ବିଭାଗ ସଚିବ ସଞ୍ଜୀବ ଚୋପ୍ରା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri