ମାଣ୍ଡୁକା ପାହାଡ଼ରେ ବେଆଇନ ଖନନ

ଚଣ୍ଡିଖୋଲ,୨୧ା୬(ଡି.ଏନ.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ମାଣ୍ଡୁକା ପାହାଡ଼ରେ ଗତ କିଛିଦିନ ଧରି ମୋରମ ମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି। ବେଆଇନ୍‌ ଭାବେ ଏହି ପାହାଡ଼କୁ ଖନନ କରି ବ୍ୟାପକ ମୋରମ ଓ ବୋଲ୍‌ଡ଼ର ଲୁଟ୍‌ କରୁଛନ୍ତି। ଅସିହା ପର୍ବତମାଳାର ଅଂଶ ବିଶେଷ ଭାବେ ଉକ୍ତ ପାହାଡ଼କୁ ଗ୍ରହଣ କରାଯାଇଥିଲା । ଜଙ୍ଗଲ ବିଭାଗ ତରଫରୁ ସେହି ପାହାଡ଼କୁ ସଂରକ୍ଷିତ ଜଙ୍ଗଲ ଭାବେ ଘୋଷଣା କରିବା ପାଇଁ ସେତେବେଳେ ଜିଲା ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ପ୍ରଶାସନ ସେ ସଂକ୍ରାନ୍ତରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଏବେ କେତେଜଣ ବ୍ୟକ୍ତି ସେହି ପାହାଡ଼କୁ ନିଜ କବ୍‌ଜାକୁ ନେଇଥିବା ଅଭିଯୋଗ ହୋଇଛି ।
ମାଣ୍ଡୁକା ପାହାଡ଼ର ଶୀର୍ଷରେ ସତ୍ୟପୀର ପୂଜା ପାଉଛନ୍ତି। ଅପରପାର୍ଶ୍ୱରେ ମା’ନାହାକାଣୀ ମନ୍ଦିର ରହିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ କରିବା ପାଇଁ ସେହି ପାହାଡ଼କୁ ଚିହ୍ନଟ କରାଯିବା ସହ ସୌନ୍ଦର୍ଯ୍ୟକରଣ ପାଇଁ ଅର୍ଥ ବ୍ୟୟ ବରାଦ ହୋଇଛି। ଏହା ସହ ସେଠାରେ ବନ ବିଭାଗର ଏକ କାଜୁ ଜଙ୍ଗଲ ରହିଛି। ଏବେ ସେହି ପାହାଡ଼ ଅବସ୍ଥା ଦେଖିଲେ ପ୍ରତିଦିନ ଖନନ ଚାଲିଥିବା ସ୍ପଷ୍ଟ ହୋଇଛି । ଦୈନିକ ୨୦ରୁ ଊର୍ଦ୍ଧ୍ୱ ଟ୍ରକ ମୋରମ ସେହି ପାହାଡ଼ରୁ ଖନନ କରାଯାଇ ବେଆଇନ ଚାଲାଣ କରାଯାଉଛି । ଏମିତି ଆଉ କିଛିଦିନ ଚାଲିଲେ ପାହାଡ଼ଟି ଧ୍ୱଂସ ପାଇଯିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। କେବଳ ସେତିକି ନୁହେଁ ଏହାର ଚତୁଃପାର୍ଶ୍ୱ ବନୀକରଣ କରାଯାଇ ଜଙ୍ଗଲ ବିଭାଗ ତରଫରୁ ଯେଉଁ ବୃକ୍ଷରୋପଣ କରାଯାଇଥିଲା ତାହା ମଧ୍ୟ ଧ୍ୱଂସ ପାଇଲାଣି। ତୁରନ୍ତ ବେଆଇନ ଖନନ ବନ୍ଦ କରିବାକୁ ଦାବି ହୋଇଛି ।
ଏ ସମ୍ପର୍କରେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କୁ ପଚାରିବାରୁ ସେ କୁହନ୍ତି, ସଂପୃକ୍ତ ସ୍ଥାନରେ ଚଢାଉ କରାଯିବ ଏବଂ ଖନନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri