Posted inଖେଳ

କ୍ରୀଡ଼ା ମହଲରେ ଶୋକ

ଚଣ୍ଡିଗଡ଼, ୨୦ା୬ (ପି.ଟି.)-ମିଲ୍‌ଖାଙ୍କ ଦେହାନ୍ତରେ କ୍ରୀଡ଼ା ମହଲରୁ ଶୋକବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କଠାରୁ ଆରମ୍ଭ କରି କିମ୍ବଦନ୍ତୀ ଭାରତୀୟ ସ୍ପ୍ରିଣ୍ଟର ପି.ଟି. ଉଷା ସୋସିଆଲ ମିଡିଆ ଜରିଆରେ ସେମାନଙ୍କ ଶୋକ ପ୍ରକାଶ କରିଛନ୍ତି। ମିଲ୍‌ଖା ହେଉଛନ୍ତି ପ୍ରକୃତ କ୍ରୀଡ଼ା ସୁପରଷ୍ଟାର, ଯିଏକି ଦେଶର ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି।
ପି.ଟି. ଉଷା: ମୋ ଆଦର୍ଶ ତଥା ପ୍ରେରଣାର ଉତ୍ସ ମିଲ୍‌ଖା ସିଂ ଜୀଙ୍କ ବିୟୋଗରେ ଦୁଃଖର କଳାବାଦଲ ଛାଇଯାଇଛି।
ସୌରଭ ଗାଙ୍ଗୁଲି: ଖବରରେ ମୁଁ ଅତ୍ୟନ୍ତ ଦୁଃଖିତ। ଭାରତ ଜଣେ ମହାନ୍‌ କ୍ରୀଡ଼ାବିତ୍‌ଙ୍କୁ ହରାଇଲା। ତାଙ୍କ କ୍ୟାରିୟର ପ୍ରତି ଦୃଷ୍ଟି ଦେଲେ ଜଣେ ଆଥ୍‌ଲେଟ ହେବାର ସ୍ବପ୍ନ ଦେଖିଥାଏ।
ମେରୀ କମ୍‌: ଆମେ ଜଣେ ଜାତୀୟ ହିରୋଙ୍କୁ ହରାଇଲୁ।
କ୍ରିଷ୍ଣା ପୁନିଆ: ‘ଫ୍ଲାଇଂ ଶିଖ୍‌’ ଭାବେ ଯେଉଁ ସ୍ବତନ୍ତ୍ର ପରିଚୟ ପାଇଛନ୍ତି ତାହା ସବୁଦିନ ପାଇଁ ଅମର ରହିବ। ଆଗକୁ ସେ ପିଢ଼ି ପିଢ଼ି ଧରି ପ୍ରେରଣାର ଉତ୍ସହୋଇ ରହିବେ।
ଶୁଭଙ୍କର ଶର୍ମା (ଗଲ୍ଫ ଖେଳାଳି): ମିଲ୍‌ଖା ଅଙ୍କଲ ଚାଲିଗଲେ ତାହା ବିଶ୍ୱାସ କରିହେଉ ନାହିଁ। ତାଙ୍କ ସହିତ ସାକ୍ଷାତ୍‌ କରିବାର ସୁଯୋଗ ପାଇ ମୁଁ ନିଜକୁ ଧନ୍ୟ ମନେକରୁଛି। ତାଙ୍କ ନିକଟକୁ ମୁଁ ଯେତେଥର ଯାଇଛି ନୂଆ ନୂଆ ଶିକ୍ଷା ଲାଭ କରିଛି।
ହିମା ଦାସ: ୨୦ ବର୍ଷରୁ କମ୍‌ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ଏବଂ ଏସିଆନ ଗେମ୍ସରେ ପଦକ ଜିତିବା ପରେ ମିଲ୍‌ଖା ସିଂ ସାର୍‌ ମୋତେ ଫୋନ୍‌ କରିଥିଲେ। ‘ତୁମ ପାଖରେ ଯଥେଷ୍ଟ ସମୟ ଅଛି। କଠିନ ପରିଶ୍ରମ କଲେ ଦେଶ ପାଇଁ ତୁମେ ସ୍ବର୍ଣ୍ଣ ଜିତିପାରିବ’ ବୋଲି ସେ ମୋତେ କହିଥିଲେ। ଜବାବରେ ମୁଁ ଆପଣଙ୍କ ସ୍ବପ୍ନ ସାକାର କରିବି ବୋଲି କହିଥିଲି।
ବୀରେନ୍ଦ୍ର ସେହ୍ବାଗ: ମହାନ୍‌ ବ୍ୟକ୍ତି ମିଲ୍‌ଖା ସିଂ ଜୀ ହୁଏତ ତାଙ୍କ ପାର୍ଥିବ ଶରୀର ତ୍ୟାଗ କରି ଚାଲିଯାଇଛନ୍ତି, ଅଦ୍ୟମ ଉତ୍ସାହ ଓ ଶକ୍ତି ପାଇଁ ସେ ସବୁବେଳେ ଆମ ପାଖରେ ଅମର ହୋଇ ରହିବେ। ସେ ପିଢ଼ି ପିଢ଼ି ଧରି କ୍ରୀଡ଼ାବିତ୍‌ଙ୍କ ଲାଗି ପ୍ରେରଣା ଓ ଆଦର୍ଶ ହୋଇ ରହିବେ।
ହାର୍ଦ୍ଦିକ ପାଣ୍ଡ୍ୟା: ସମସ୍ତ ପ୍ରକାର ବାଧାବିଘ୍ନ ସତ୍ତ୍ୱେ ସଫଳତା ହାସଲ ସମ୍ଭବ ବୋଲି ମିଲ୍‌ଖା ସିଂ ସାର୍‌ କାର୍ଯ୍ୟରେ କରି ଦେଖାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବେବି ଆସିବେ…ଭାଇରାଲ ହେଲା ସାକ୍ଷିଙ୍କ ଇନଷ୍ଟା ଷ୍ଟୋରୀ

ନୂଆଦିଲ୍ଲୀ,୩୦।୪: ଆଇପିଏଲ ୨୦୨୪ର ୨୬ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା । ସେହି ମ୍ୟାଚ ସମୟରେ ଏମଏସ...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ଆଜି ହୋଇପାରେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଏହି ଖେଳାଳିଙ୍କୁ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ଟି-୨୦ ବିଶ୍ୱକପ ପାଇଁ ଆଉ ବେଶୀ ଦିନ ବାକି ନାହିଁ। କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ଚୟନ କମିଟି ଖୁବ ଶୀଘ୍ର...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିପାରେ ବଡ଼ ଝଟ୍‌କା: ଏହି କ୍ରିକେଟର୍‌ ହୋଇପାରନ୍ତି ଉପଅଧିନାୟକ

ନୂଆଦିଲ୍ଲୀ,୩୦।୪: କିଛି ମାସ ପୂର୍ବରୁ ରିଷଭ ପନ୍ତ ଆଇପିଏଲ ୨୦୨୪ର ଅଂଶ ହେବେ କି ନାହିଁ ସେ ବିଷୟରେ ଆଲୋଚନା ହୋଇଥିଲା। କିନ୍ତୁ ଟି -୨୦...

ରୋହିତ ଶର୍ମାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରିକେଟ୍‌ କ୍ୟାରିୟର୍‌ରେ ଅନେକ ରେକର୍ଡ ହାସଲ କରିଥିବା ରୋହିତଙ୍କ ସମ୍ପତ୍ତି...

ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଏଣ୍ଟ୍ରି ମାରିଲେ ରିଷଭ ପନ୍ତ: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

କୋଲକାତା,୩୦।୪: କେକେଆର ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ୨୭ ରନର ଏକ ଇନିଂସ ଖେଳିଥିଲେ। ଏହି ଇନିଂସ ପାଇଁ ସେ...

କୋଲକାତାର ଏକପାଖିଆ ବିଜୟ ପରେ ପଏଣ୍ଟ ଟେବୁଲରେ ହେଲା ପରିବର୍ତ୍ତନ: କିଏ କେଉଁ ସ୍ଥାନରେ ରହିଛି ଜାଣନ୍ତୁ

କୋଲକାତା,୩୦।୪: ଆଇପିଏଲ ୨୦୨୪ର ୪୭ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ୭ ଉଇକେଟରେ...

ପ୍ରତ୍ୟେକ ଦିନ ଆମର ନୁହେଁ…କାହିଁକି ଏମିତି କହିଲେ ପନ୍ତ

କୋଲକାତା,୩୦।୪: ଆଇପିଏଲ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଷଷ୍ଠ ପରାଜୟର ସମ୍ମୁଖୀନ ହୋଇଛି। ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୪୭ତମ ମ୍ୟାଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri