Posted inଖେଳ

ଫଲୋଅନ୍‌ ପରେ ବି ମ୍ୟାଚ୍‌ ଛଡ଼ାଇ ଆଣିଲା ମହିଳା ଦଳ

ବ୍ରିଷ୍ଟଲ,୧୯।୬: ଫଲୋଅନ୍‌ ପରେ ମ୍ୟାଚ୍‌ ବଞ୍ଚାଇବା କଷ୍ଟକର। କିନ୍ତୁ ଇଂଲଣ୍ଡ ମାଟିରେ ଏହା କରି ଦେଖାଇଛି ଭାରତୀୟ ମହିଳା କ୍ରିକେଟ ଦଳ। ମ୍ୟାଚ୍‌ର ଉଭୟ ଇନିଂସରେ ଚମତ୍କାର ବ୍ୟାଟିଂ କରିଥିଲେ ଶେଫାଳି ବର୍ମା। ଶେଷକୁ ମ୍ୟାଚ୍‌ ବଞ୍ଚାଇବା ଲାଗି ସ୍ନେହ ରାଣା (୮୦* ଓ ୧୩ ଚୌକା) ଓ ତାନିୟା ଭାଟିଆ (୪୪* ଓ ୬ ଚୌକା ) ଯେଉଁଭଳି ଖେଳିଲେ ତା’ର ପ୍ରଶଂସା ପାଇଁ ଶବ୍ଦ ନାହିଁ। ଦୁହେଁ ଅପରାଜିତ ୮ମ ଉଇକେଟ ପାଇଁ ଯୋଡ଼ିଥିଲେ ୧୦୪ ରନ୍‌। ତା’ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୁହେଁ ପ୍ରାୟ ୩୧ ଓଭର ବ୍ୟାଟିଂ କରିଥିଲେ, ଯାହାକି ଇଂଲଣ୍ଡ ବୋଲରଙ୍କୁ ନିରାଶ କରି ଦେଇଥିଲେ। ସେମାନଙ୍କ ଧୈର୍ଯ୍ୟ ଆଗରେ ଇଂଲଣ୍ଡ ଦଳ ମ୍ୟାଚ୍‌କୁ ଡ୍ର’ ଘୋଷଣା କରିବାକୁ ବାଧ୍ୟ ହୋଇଛି।

ଇଂଲଣ୍ଡ ପ୍ରଥମ ଇନିଂସରେ ୩୯୬ ରନ୍‌ କରିଥିଲା। ଜବାବରେ ସ୍ମ୍ରିତି ମନ୍ଧାନା ଓ ସେଫାଳିଙ୍କ ୧୬୭ ରନ୍‌ର ଓପନିଂ ଭାଗୀଦାରି ସତ୍ତ୍ୱେ ୨୩୧ ରନ୍‌ରେ ସୀମିତ ରହିଥିଲା ଭାରତ। ଫଲୋଅନ୍‌ ଡାକରା ପାଇଥିବା ଟିମ୍‌ ଇଣ୍ଡିଆ ପାଇଁ ପୁଣି ଥରେ ଜବରଦସ୍ତ ବ୍ୟାଟିଂ କରିଥିଲେ ଶେଫାଳି। ମାତ୍ର ତାଙ୍କ ଉଇକେଟ ପଡ଼ିବା ପରେ ତାସ ଘର ଭଳି ଭୁଷୁଡ଼ି ପଡ଼ିଥିଲା ଭାରତୀୟ ବ୍ୟାଟିଂ ଲାଇନଅପ୍‌। ୨୪୦ ରନ୍‌ରେ ୮ ଉଇକେଟ ହରାଇ ସାରିଥିଲା ଭାରତ। ଲାଗୁଥିଲା ଦଳ ଖୁବ୍‌ ଶୀଘ୍ର ଅଲଆଉଟ୍‌ ହୋଇଯିବ। କିନ୍ତୁ ସ୍ନେହ ଓ ତାନିୟାଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଆଗରେ ହାର ମାନିଥିଲା ପୂରା ଇଂଲଣ୍ଡ ଦଳ। ବାଧ୍ୟ ହୋଇ ପ୍ରାୟ ୧୨ ଓଭର ପୂର୍ବରୁ ଉଭୟ ଦଳର ସହମତିରେ ମ୍ୟାଚ୍‌କୁ ଡ୍ର’ ଘୋଷଣା କରାଯାଇଥିଲା। ଷ୍ଟମ୍ପ୍ସ ଘୋଷଣା ବେଳକୁ ଭାରତ ୮ ଉଇକେଟ ହରାଇ ୩୪୪ ରନ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…

ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...

ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri