ମାଷ୍ଟରକ୍ୟାଣ୍ଟିନ ଛକରୁ ‘ଐତିହ୍ୟ ଘୋଡ଼ା’ ହଟାଇବା ପ୍ରସଙ୍ଗ: ସୌନ୍ଦର୍ଯ୍ୟକରଣ ନାଁରେ ଐତିହ୍ୟକୁ ଅବହେଳା କରା ନ ଯାଉ

ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଦଣ୍ଡାୟମାନ ରହିଛି ‘ଐତିହ୍ୟ ଘୋଡ଼ା ଓ ଯୋଦ୍ଧା’ ସ୍ଥାପତ୍ୟ। ଏହା ଓଡ଼ିଶା ଶାସନର ସ୍ମାରକୀ ବହନ କରୁଛି। ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ସ୍ବର୍ଗତ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଏହାକୁ ତିଆରି କରିଥିବାବେଳେ ୧୯୮୮ରେ ସେଠାରେ ସ୍ଥାପନ କରାଯାଇଥିଲା। ଦଶନ୍ଧି ଦଶନ୍ଧି ଧରି ଭୁବନେଶ୍ୱର ତଥା ଓଡ଼ିଶାର ପରିଚୟ ଦେଉଥିବା ଏହି ସ୍ଥାପତ୍ୟକୁ ଏବେ ରାଜଭବନ ଛକସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ସ୍ମାର୍ଟ ଜନପଥ ଓ ସୌନ୍ଦର୍ଯ୍ୟକରଣ ପାଇଁ ଏହାକୁ ହଟାଇବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ପକ୍ଷରୁ ସଂସ୍କୃତି ବିଭାଗକୁ ପ୍ରସ୍ତାବ ଦିଆଯାଇଥିବାବେଳେ ସ୍ଥାନାନ୍ତର ଦାୟିତ୍ୱ ନେଇଛି ବିଡିଏ। ଏହା ଜଣାପଡିବା ପରେ ତୀବ୍ର ବିରୋଧ ଆରମ୍ଭ ହୋଇଛି। ସୌନ୍ଦର୍ଯ୍ୟକରଣ ଓ ବିକାଶ ନାଁରେ ସ୍ମାରକୀ ଘୋଡ଼ାକୁ ସ୍ଥାନାନ୍ତର କରି ଐତିହ୍ୟ ପ୍ରତି ଘୋର୍‌ ଅବହେଳା କରା ନ ଯାଉ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।

ଐତିହ୍ୟର ମର୍ଯ୍ୟାଦା ରକ୍ଷା ଏକ ଜାତିର କର୍ତ୍ତବ୍ୟ
ସହରକୁ ଆଧୁନିକ କରିବା ପାଇଁ ଏକ ଐତିହ୍ୟକୁ ସ୍ଥାନାନ୍ତର କରିବାର କୌଣସି ଯଥାର୍ଥତା ନାହିଁ କିମ୍ବା ଏଭଳି କୌଣସି ଉଦାହରଣ ମଧ୍ୟ ନାହିଁ। ଏହାର ନିର୍ମାଣ ମୁଁ ନିଜ ଆଖିରେ ଦେଖିଛି। ଏ ଆକାଶ ରଘୁନାଥ ମହାପାତ୍ରଙ୍କ ନିଷ୍ଠା, ଏକାଗ୍ରତା, କର୍ମତାକୁ ପରୀକ୍ଷା କରିଛି। ଘୋଡାକୁ ଦେଖିଦେଲେ ହିଁ ତାଙ୍କ ସ୍ମୃତି ମନରେ ଭାସି ଆସୁଛି। ତେଣୁ ଘୋଡାକୁ ତାଙ୍କର ସ୍ମାରକ ଭାବେ ରଖିବା ସହ ସରକାର ଏହାର ବିକଳ୍ପ ଚିନ୍ତା କରନ୍ତୁ। ଏତିହ୍ୟକୁ ବଜାୟ ରଖିବା ଏକ ଜାତିର କର୍ତ୍ତବ୍ୟ। ଐତିହ୍ୟ ଯେଉଁ ସ୍ଥାନରେ ଅଛି, ସେଠାରେ ରହିଲେ ହିଁ ଏ ସହରର ମର୍ଯ୍ୟାଦା ବଢିବ।
– ଡ. ପ୍ରତିଭା ରାୟ, ବିଶିଷ୍ଟ ସାହିତି୍ୟକ

ଓଡ଼ିଶା ଐତିହ୍ୟ ଓ ସଂସ୍କୃତିର ଏହା ପ୍ରତୀକ
ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା କୋଣାର୍କ ଘୋଡା ଆମ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟର ପ୍ରତୀକ। ଏହା ରାଜ୍ୟ ସରକାରଙ୍କ ଲୋଗୋର ପ୍ରତୀକ। ରେଳ ଷ୍ଟେଶନରୁ ବାହାରିବା ମାତ୍ରେ ନଜର ଏହା ଉପରେ ପଡିଥାଏ। ଏହି ଐତିହ୍ୟ ଘୋଡା ମାଷ୍ଟରକ୍ୟାଣ୍ଟିନ୍‌ ଛକର ଚିହ୍ନ ହୋଇ ରହିଛି। ଏହାର ସ୍ଥାନାନ୍ତର ଠିକ୍‌ ନୁହେଁ। ରାଜଭବନ ସମ୍ମୁଖ ମଧୁବାବୁଙ୍କର ପ୍ରତିମୂର୍ତ୍ତି ନିକଟରେ ଘୋଡାକୁ ନେଇ ଆଉ ଗହଳି କରା ନ ଯାଉ।
-ଦିଲୀପ ଦାଶଶର୍ମା, ସଭାପତି,
ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶାଖା

ଏହାକୁ ଉଠାଇ ନେବା ଉଚିତ ନୁହେଁ
ବାହାର ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ସମସ୍ତେ ଯେ ରାଜଭବନ ଆଡେ ଯିବେ ତାହାର କିଛି ମାନେ ନାହିଁ। ଜଣେ ରେଳ ଷ୍ଟେଶନରୁ ବାହାରିବାମାତ୍ରେ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ପ୍ରତିକୃତିକୁ ଦେଖି ଆମ ରାଜ୍ୟର ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଜାଣିପାରେ। ଆମର କଳା ଯେ କେତେ ମହାନ ତାହାର କଥା କୁହେ ସେହ ଘୋଡ଼ା। ବାହାରୁ ଆସୁଥିବା ପର୍ଯ୍ୟଟକ ଓ ସମସ୍ତେ ଦେଖିପାରୁଥିବା ସ୍ଥାନରେ ଏହି ଐତିହ୍ୟକୁ ସ୍ଥାପନ କରାଯିବା ଦରକାର।
-ଅମୀୟବାଳା ପରିଡା, ସାମାଜିକକର୍ମୀ

ଭାବାବେଗକୁ ବୁଝିପାରୁ ନାହାନ୍ତି
ଐତିହ୍ୟ ଘୋଡ଼ା ଓଡ଼ିଶା ଓ ଓଡ଼ିଆଙ୍କ ପରିଚୟ। ରାଜ୍ୟର ଆଇଏଏସ୍‌ ଅଫିସରଙ୍କ ମଧ୍ୟରେ ଅଧିକାଂଶ ଅଣଓଡ଼ିଆ। ସେମାନେ ଆମ ଭାବାବେଗକୁ ବୁଝିବେ କେମିତି। ଏବେ ସେମାନଙ୍କ ରାଜୁତିରେ ଶାସନ ଚାଲୁଛି। ୧୯୪୮ରେ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ଘୋଡା ନୂତନ ରାଜଧାନୀର ଐତିହ୍ୟ ବହନ କରୁଥିଲା। ଏହାକୁ ସେଠାରୁ ହଟାଗଲେ, ପାଖାପାଖି କୌଣସି ସ୍ଥାନରେ ରଖିବା ଦରକାର।
-ଦ୍ୱାରିକା ନାଥ ମହାନ୍ତି, ବରିଷ୍ଠ ନାଗରିକ

ବିକଳ୍ପ ସ୍ଥାନ ଚିହ୍ନଟ ପାଇଁ ନିର୍ଦ୍ଦେଶ ଥିଲା
ହଠାତ୍‌ କିଛି ହୋଇ ନାହିଁ। ସ୍ମାର୍ଟସିଟି ପ୍ରକଳ୍ପ ବହୁ ଦିନରୁ ଚାଲିଛି। ତେବେ ମାଷ୍ଟରକ୍ୟାଣ୍ଟିନ ଛକରୁ ଐତିହ୍ୟ ଘୋଡ଼ାକୁ ସ୍ଥାନାନ୍ତର ନେଇ ମୁଁ କୌଣସି ତଥ୍ୟ ଦେଇ ପାରିବି ନାହିଁ। ସ୍ମାର୍ଟସିଟି କର୍ତ୍ତୃପକ୍ଷ ଆମକୁ ଆଉ ଏକ ବିକଳ୍ପ ସ୍ଥାନ ଚିହ୍ନଟ କରିବାକୁ କହିଥିଲେ। ଆମେ ତାହା ଚିହ୍ନଟ କରି ଜଣାଇ ଦେଇଛୁ। ତେବେ ଏହାକୁ ସ୍ଥାନାନ୍ତର କରିବାର କ’ଣ ଆବଶ୍ୟକତା ରହିଛି ତାହା ସେମାନେ ହିଁ କହି ପାରିବେ।
-ରଞ୍ଜନ ଦାସ, ସଂସ୍କୃତି ବିଭାଗ ନିର୍ଦ୍ଦେଶକ

ସରକାର ଆମ ସହ ଆଲୋଚନା କରନ୍ତୁ
ସ୍ମାର୍ଟ ସିଟିର ଉନ୍ନତି ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା କରାଯାଉ। ସରକାର ସେଠାରେ ଓଭରବ୍ରିଜ୍‌ କରିବାକୁ ଚାହିଁଲେ ବି କରିପାରିବେ। କିନ୍ତୁ ଘୋଡା ତା’ର ନିର୍ଦ୍ଦିଷ୍ଟ ସ୍ଥାନରେ ରହିବ। ଯଦି ସରକାର ଜାଣି ପାରୁ ନାହାନ୍ତି, ତେବେ ଆମ ସହ ଆଲୋଚନା କରନ୍ତୁ। ତାହାକୁ ନିର୍ମାଣ କରିଥିବା ରଘୁନାଥ ମହାପାତ୍ର ଏତେବଡ଼ ଶିଳ୍ପୀ ଥିଲେ। ତାଙ୍କୁ ସମ୍ମାନ ଦେବା ପାଇଁ ସରକାର ଐତିହ୍ୟ ଘୋଡ଼ାକୁ ସ୍ଥାନାନ୍ତର ନ କରନ୍ତୁ।
-ପଦ୍ମବିଭୂଷଣ ସୁଦର୍ଶନ ସାହୁ, ବିଶିଷ୍ଟ ସ୍ଥପତି

ବିକାଶ ହେଉ, ଘୋଡ଼ା ରହୁ
ଭୁବନେଶ୍ୱର ପ୍ରତୀକ କୁହାଯାଉଥିବା ମାଷ୍ଟର କ୍ୟାଣ୍ଟିନରେ ଥିବା ଯୋଦ୍ଧା ଘୋଡ଼ାକୁ ରାଜ୍ୟ ସରକାରଙ୍କ କିଛି ବିଭାଗ ସ୍ଥାନାନ୍ତର କରିବାକୁ ଯୋଜନା କରୁଛନ୍ତି। ସହରର ବିକାଶକୁ ବିରୋଧ କରାଯାଉ ନାହିଁ କିନ୍ତୁ ରାଜଧାନୀବାସୀଙ୍କ ଭାବବେଗକୁ କିଛି ଅଧିକାରୀ ପରୋକ୍ଷରେ ଛଡ଼ାଇ ନେବାକୁ ଯୋଜନା କରୁଛନ୍ତି। ସହରର ବିକାଶ ହେଉ ସେହି ସ୍ଥାନରେ ଘୋଡ଼ା ମଧ୍ୟ ରହୁ। ସରକାର ଓ ବିଭାଗ ଯଦି ଘୋଡା ସ୍ଥାନାନ୍ତରଣ ସମ୍ପର୍କରେ ଆଗକୁ ଯିବେ, ତେବେ ଭାଜପା ପକ୍ଷରୁ ଆଗାମୀ ଦିନରେ ବିରୋଧ ଜୋରଦାର ହେବ।
– ବାବୁ ସିଂ, ଜିଲା ଭାଜପା ସଭାପତି

ଅଧିକାରୀ ନାଟକ କରୁଛନ୍ତି
ଭୁବନେଶ୍ୱରର ଶୋଭା ବଢ଼ାଉଥିବା ସ୍ଥାନ ଓ ପ୍ରତିମୂର୍ତ୍ତି ବିଷୟରେ କିଛି ଜାଣି ନ ଥିବା କେତେ ଜଣ ଅଧିକାରୀ ଏସବୁ ନାଟକ କରୁଛନ୍ତି। ବିକାଶ ଯାହା ହେଉଛି ହେଉ, ଘୋଡ଼ାର କିଛି ନ ହେଉ। ଘୋଡ଼ା ପାଇଁ ଅବଦାନ ନାହିଁ କିନ୍ତୁ ଘୋଡ଼ା ହଟାଇବାକୁ ଯୋଜନା କରିବାକୁ ଆଗେଇ ଆସିଥିବା ଅଧିକାରୀ ସାବଧାନ ରୁହନ୍ତୁ। ଭୁବନେଶ୍ୱର କହିଲେ ମାଷ୍ଟର କ୍ୟାଣ୍ଟିନକୁ ବୁଝାଯାଏ। ସହରବାସୀଙ୍କ ସହ ଜଡ଼ିତ ଘୋଡ଼ା ପ୍ରତିମୂର୍ତ୍ତି ଓ ମାଷ୍ଟରକ୍ୟାଣ୍ଟିନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଘୋଡ଼ା ହଟିଲେ ଆଗାମୀ ଦିନରେ ଜିଲା କଂଗ୍ରେସ ପକ୍ଷରୁ ବିରୋଧକୁ ଜୋରଦାର କରାଯିବ।

– ସୁରେଶ କୁମାର ରାଉତରାୟ, ଜଟଣୀ ବିଧାୟକ


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri