ନଡ଼ିଆ ଖାଇ ଶଢ଼େଇ ବାହାରେ ଫିଙ୍ଗି ଦେବାରେ ସଭଏଁ ଅଭ୍ୟସ୍ତ, କିନ୍ତୁ କେରଳର ମାରିଆ କୁରିକୋସ୍ ତାହାକୁ ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ ଜିନିଷ। ମାରିଆଙ୍କ ଘର ଥ୍ରୀଶୂର୍ରେ। ତାଙ୍କ ବୟସ ୨୬। ସେ ବିଜ୍ନେସ ଆଡ୍ମିନିଷ୍ଟ୍ରେଶନ୍ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ପରେ ମୁମ୍ବାଇର ଏକ ସୋସିଆଲ୍ ଏଣ୍ଟର୍ପ୍ରାଇଜ୍ରେ ବର୍ଷେ ଚାକିରି କରି ତାହାକୁ ଛାଡ଼ି ଏହି କାର୍ଯ୍ୟରେ ଲାଗିଛନ୍ତି। ସେ ଏବେ ସୁଦ୍ଧା ଶଢ଼େଇରେ ୮,୦୦୦ଟି ଜିନିଷ ତିଆରି କରି ବିକ୍ରି କରି ସାରିଲେଣି। ମୁଖ୍ୟତଃ ତାଙ୍କ ଦ୍ୱାରା ପ୍ରସ୍ତୁତ ଶଢ଼େଇପାତ୍ରର ଚାହିଦା ବେଶି। ସେ ଏଗୁଡ଼ିକୁ ଥେଙ୍ଗା ବ୍ରାଣ୍ଡ୍ରେ ବିକ୍ରି କରୁଛନ୍ତି। ବ୍ୟବସାୟୀଙ୍କୁ ଜିନିଷ ବିକ୍ରି କରିବା ସହ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଖାଉଟିଙ୍କ ପାଖରେ ସିଧାସଳଖ ଏହା ପହଞ୍ଚାଇ ଦେଉଛନ୍ତି। ମାରିଆ ଉକ୍ତ କାର୍ଯ୍ୟରେ ୧୦ ଜଣ କାରିଗରଙ୍କୁ ନିଯୁକ୍ତ କରିଛନ୍ତି। ଶଢ଼େଇରେ ୪ ପ୍ରକାର ପାତ୍ର ତିଆରି କରାଯାଉଛି। ଏଥିତ୍ରେ କୌଣସି କେମିକାଲ ବ୍ୟବହାର କରାଯାଉନାହିଁ। ଜିନିଷଗୁଡ଼ିକୁ କେବଳ ନଡିଆ ତେଲରେ ପଲିସ୍ କରାଯାଉଛି। ସବୁଠୁ ଛୋଟ ୧୫୦ଏମ୍.ଏଲ.ର ପାତ୍ରକୁ ୨୫୦ ଟଙ୍କା ଓ ସବୁଠୁ ବଡ଼ ୯୦୦ ଏମ୍.ଏଲ୍. ପାତ୍ରକୁ ୯୫୦ ଟଙ୍କାରେ ବିକ୍ରି କରାଯାଉଛି। ଏହା ବ୍ୟତୀତ ମାରିଆ ଶଢ଼େଇରେ ଚା’କପ୍, କ୍ୟାଣ୍ଡେଲ, କଟ୍ଲେରି ଏବଂ ହ୍ୟାଙ୍ଗିଙ୍ଗ୍ ପ୍ଲାଣ୍ଟର ତିଆରି କରୁଛନ୍ତି। ଏସବୁ ଲାଗି କେରଳ, ତାମିଲନାଡୁ ଏବଂ କର୍ନାଟକରୁ ସେ ଅର୍ଡର ପାଉଛନ୍ତି। କିଛି ମାସ ପରେ ସେ ଏହି ଜିନିଷକୁ ଆମାଜନ ମାଧ୍ୟମରେ ବଜାରକୁ ଛାଡିବା ଯୋଜନା କରିଛନ୍ତି।
ଯଥାର୍ଥ ଦାନ
ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...
କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର
ନିକଟରେ ଜଣେ ମହିଳା ଇନ୍ଷ୍ଟାଗ୍ରାମ୍ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍ରେ ଶାଢ଼ିପିନ୍ଧା ଫଟୋ ଅପ୍ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...
ଅସୁରକ୍ଷିତ ସ୍କୁଲପିଲା
ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...
ଏଇ ଭାରତରେ
କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...
ବନ୍ଦେ ମାତରମ୍କୁ ବାରଣ କାହିଁକି
ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍ ଓ ଜୟ ହିନ୍ଦ୍ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...
ବୟସର ଅପରାହ୍ନରେ
କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...
ପ୍ରକୃତି ଉପାସକ ଆଦିବାସୀ
ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...
ଆତ୍ମସ୍ଥ ସୁଖ ସନ୍ଧାନେ
ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...
Archives


