Posted inରାଜ୍ୟ

‘ମଦ ପାଇଁ ଟଙ୍କା ଦିଅ ନ ହେଲେ ଡେଇଁଲି’

ଝାରସୁଗୁଡ଼ା ଅଫିସ,୧୬ା୬: ଏକା ଜିଦ୍‌ ମଦ ପିଇବି। ମଦ ପାଇଁ ଟଙ୍କା ଦିଅ ନହେଲେ ଡେଇଁଲି। ଅଗ୍ନିଶମ କର୍ମୀଙ୍କ ଆଗରେ ଏଭଳି ସର୍ତ୍ତ ରଖିଥିଲେ ଟେଲିଫୋନ ଟାଓ୍ବାରରେ ଚଢ଼ିଥିବା ଝାରସୁଗୁଡ଼ା ସଦର ଥାନା ଏକାତାଳି ଗ୍ରାମର ଉଦ୍ଧବ ପଟେଲଙ୍କ ପୁଅ କ୍ରିଷ୍ଣା (୨୩)।

କ୍ରିଷ୍ଣା ସର୍ବଦା ମଦ ପାଇଁ ମା’ବାପାଙ୍କୁ ମାରପିଟ କରନ୍ତି। ବୁଧବାର ସକାଳେ ମାରପିଟ କରିବା ଫଳରେ ତାଙ୍କ ବାପା ଥାନାରେ ଜଣାଇଥିଲେ। ମଧ୍ୟାହ୍ନରେ ପୁଣି ମା’ବାପାଙ୍କୁ ଟଙ୍କାମାଗି ପିଟାପିଟି କରିଥିଲେ। ଟଙ୍କା ନ ଦେବାରୁ ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ପାଇଁ ଧମକ ଦେଇଥିଲେ ା ଗ୍ରାମବାସୀ ସଦର ଥାନାରେ ଜଣାଇବା ପରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ଥିଲେ। ସେମାନେ କ୍ରିଷ୍ଣାଙ୍କୁ ବୁଝାଶୁଝା କରି ଓହ୍ଲାଇବା ପାଇଁ କହିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ‘ଯଦି କେହି ଉପରକୁ ଚଢିବା ପାଇଁ ଚେଷ୍ଟା କରିବ ତା’ହେଲେ ମୁଁ ତଳକୁ ଡେଇଁ ପଡିବେ’ ବୋଲି ଧମକ ଦେଇଥିଲେ କ୍ରିଷ୍ଣା। ଶେଷରେ କ୍ରିଷ୍ଣାଙ୍କ ଦାବି ଅନୁଯାୟୀ ଅଗ୍ନିଶମ କର୍ମଚାରୀ ଟାଓ୍ବାରରେ ଚଢି ତାଙ୍କୁ ୫ହଜାର ଟଙ୍କା ଦେଇଥିଲେ। ଟଙ୍କା ପାଇ କ୍ରିଷ୍ଣା ଶାନ୍ତ ହୋଇଥିଲେ। ତଳକୁ ଓହ୍ଲାଇବା ପୂର୍ବରୁ ସୁରକ୍ଷା ପାଇଁ ତାଙ୍କୁ ବେଲ୍ଟ ପିନ୍ଧିବାପାଇଁ କୁହାଯାଇଥିଲା ା ହେଲେ ଏଥିରେ ସେ ଅରାଜି ହୋଇ ପୁଣିଥରେ ଡେଇଁପଡିବାକୁ ଧମକ ଦେଇଥିଲେ। ଦୀର୍ଘ ୩ ଘଣ୍ଟା କାଳ ପୋଲିସ ଓ ଅଗ୍ନିଶମ କର୍ମଚାରୀ କସରତ କଲାପରେ କ୍ରିଷ୍ଣା ତଳକୁ ଓହ୍ଲାଇଥିଲେ। ପୋଲିସ ତାଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି। ଉଦ୍ଧାର କାଯର୍‌ୟରେ ସଦର ଥାନା ଏସ୍‌ଆଇ ପୁରୁଷୋତ୍ତମ ସାହୁ, ଅଗ୍ନିଶମ ଅଧିକାରୀ ରମେଶ ମହାନ୍ତି, କର୍ମଚାରୀ ବିମଳ ବାଗ୍‌, ସଦାନନ୍ଦ ଭୋଇ ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri