ନକଲି ଡାକ୍ତରଙ୍କ କ୍ଲିନିକ୍‌ରେ ଚଢ଼ାଉ ଘଟଣା: ଏସ୍‌ଡିଜେଏମ୍‌ କୋର୍ଟରେ ମାମଲା

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଶିକ୍ଷାଗତ ଯୋଗ୍ୟତା ନ ଥାଇ ନିଜକୁ ଜଣେ ହୋମିଓପାଥିକ୍‌ ଡାକ୍ତର କହୁଥିଲେ। ‘ଷ୍ଟପ କରୋନା’ ଔଷଧ ଦେଇ ଲୋକଙ୍କୁ ଠକୁଥିଲେ। ଏପରି ଏକ ସଙ୍ଗିନ ଅଭିଯୋଗ ଆଧାରରେ ଗୁରୁବାର ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶକ୍ରମେ ସୁନ୍ଦରପଦସ୍ଥିତ ଉକ୍ତ କ୍ଲିନିକ୍‌ରେ ଚଢ଼ାଉ କରାଯାଇ ବିପୁଳ ଔଷଧ ଜବତ କରାଯାଇଥିଲା। ଶୁକ୍ରବାର ଏହି ଘଟଣା କୋର୍ଟରେ ପହଞ୍ଚତ୍ଛି। ନିଜକୁ ଡାକ୍ତର ବୋଲି କହୁଥିବା ମାନସ ରଞ୍ଜନ ପାତ୍ର ଖୁବ୍‌ଶୀଘ୍ର କୋର୍ଟରେ ହାଜର ହେବେ। ଏନେଇ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ ଗିରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ୨ସିସିରେ ଏକ ମାମଲା (ନଂ.୩୦୯/୨୧) ରୁଜୁ ହୋଇଛି। ଜବତ ଓଷଧ ଓ ନକଲି ଡାକ୍ତରଙ୍କ ସମ୍ପର୍କିତ ସମସ୍ତ ତଥ୍ୟ କୋର୍ଟରେ ଦାଖଲ କରାଯାଇଛି। କୋର୍ଟ ପକ୍ଷରୁ ମାନସଙ୍କ ନିକଟକୁ ନୋଟିସ ପଠାଯିବ। ସେ ହୋମିଓପାଥିକ ଔଷଧ ବିକ୍ରି, ପ୍ରସ୍ତୁତି ଓ ଚିକିତ୍ସା କରିବା ପାଇଁ ତାଙ୍କ ନିକଟରେ ଥିବା ଦସ୍ତାବିଜକୁ କୋର୍ଟରେ ଦାଖଲ କରିବେ ବୋଲି ଗିରି କହିଛନ୍ତି।
ସୁନ୍ଦରପଦାର କୋକିଳ ଭିଲ୍ଲାରେ ମାନସ ନିଜ ଭଡା ଘରେ ‘ଷ୍ଟପ୍‌ କରୋନା’ ନାମରେ ଔଷଧ ଦେଉଥିବା ଖବର ମିଳିବା ପରେ ‘ଧରିତ୍ରୀ’ ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା। ଆମ ପ୍ରତିନିଧି ରୋଗୀ ସାଜି ଉକ୍ତ କ୍ଲିନିକ୍‌ରେ ପହଞ୍ଚତ୍ ସମ୍ପୃକ୍ତ ଡାକ୍ତରଙ୍କୁ କେତେକ ଲକ୍ଷଣ କହିଥିଲେ। ଏହାପରେ ମାନସ ୨୦୦ଟଙ୍କା ନେଇ ଏକ ୧୦ ଗ୍ରାମର ପ୍ଲାଷ୍ଟିକ ବୋତଲରେ ‘ଷ୍ଟପ୍‌ କରୋନା’ ହାତ ଲେଖାଥିବା ତରଳ ଔଷଧ ଦେଇଥିଲେ। ଆଗାମୀ ଦିନରେ ଏଠାରେ ଏକ କରୋନା ହସ୍ପିଟାଲ ହେବ ବୋଲି ମାନସ କହିଥିଲେ। ତେବେ ତାଙ୍କର ଔଷଧ ଓ କ୍ଲିନିକ୍‌ର ବୈଧତା ଜାଣିବା ପାଇଁ ଆମ ପ୍ରତିନିଧି ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ଯୋଗାଯୋଗ କରିଥିଲେ। ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ ଏକ ଟିମ୍‌ ମାନସ ରହୁଥିବା ଘରେ ଥିବା କ୍ଲିନିକ୍‌ରେ ଚଢାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri