ଜି ୭: ଭାରତ ପାଇଁ କ’ଣ

ଲଣ୍ଡନ/ନୂଆଦିଲ୍ଲୀ,୧୨ା୬: ବ୍ରିଟେନର କର୍ନଓ୍ବାଲସ୍ଥିତ ସେଣ୍ଟ ଆଇଭେସ୍‌ରେ ବିଶ୍ୱର ପ୍ରମୁଖ ୭ ଧନୀ ରାଷ୍ଟ୍ର ଏକତ୍ରିତ ହୋଇଛନ୍ତି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, କାନାଡା ଓ ଜାପାନକୁ ନେଇ ଗଠିତ ଏହି ରାଷ୍ଟ୍ର ସମୂହର ୩ ଦିନିଆ ସମ୍ମିଳନୀ ଶୁକ୍ରବାର କାର୍ବିସ୍‌ ବେ ହୋଟେଲରେ ଆରମ୍ଭ ହୋଇଛି। ଜି ୭ ସମ୍ମିଳନୀ ପାଇଁ ସମ୍ପୃକ୍ତ ଅଞ୍ଚଳରେ ଅତିରିକ୍ତ ୫,୦୦୦ ପୋଲିସ ଅଫିସରଙ୍କୁ ମୁତୟନ କରାଯାଇ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ଏଥିରେ ବିଶ୍ୱନେତାମାନେ ଗରିବ ଦେଶଗୁଡ଼ିକ ପାଇଁ ଅନୂ୍ୟନ ୧୦୦ କୋଟି ଡୋଜ୍‌ କରୋନା ଟିକା ଯୋଗାଇବା ନେଇ ଘୋଷଣା କରିବେ ବୋଲି ଆଶା କରାଯାଉଛି। ସେଥିରୁ କେବଳ ଆମେରିକା ୫୦ କୋଟି ଡୋଜ୍‌ ଦେଇପାରେ। ସେହିପରି ବ୍ରିଟେନ ଆସନ୍ତା ବର୍ଷ ମଧ୍ୟରେ ୧୦ କୋଟି ଡୋଜ୍‌ ଯୋଗାଇଦେବ ବୋଲି ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ସୂଚନା ଦେଇଛନ୍ତି। ଏଥିରେ ବିଶ୍ୱନେତାମାନେ କୋଭିଡ୍‌-୧୯, ଜଳବାୟୁ ପରିବର୍ତ୍ତନ, ବୈଦେଶିକ ନୀତି ଓ ଅର୍ଥନୀତି ସମ୍ପର୍କରେ ଆଲୋଚନା କରିବେ। ବର୍ତ୍ତମାନ ଏହି ଗୋଷ୍ଠୀର ଅଧ୍ୟକ୍ଷତା କରୁଥିବା ବ୍ରିଟେନ ଭାରତ ସମେତ ଅଷ୍ଟ୍ରେଲିଆ, କୋରିଆ ଓ ଦକ୍ଷିଣ ଆଫ୍ରିକାକୁ ଅତିଥି ରାଷ୍ଟ୍ର ରୂପେ ଆମନ୍ତ୍ରଣ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ ପ୍ରତିପକ୍ଷ ବୋରିସ୍‌ଙ୍କ ନିମନ୍ତ୍ରଣକ୍ରମେ ଜୁନ ୧୨ ଓ ୧୩ ତାରିଖରେ ଏହି ଆଉଟ୍‌ରିଚ୍‌ ସେସନରେ ଭର୍ଚୁଆଲି ଯୋଗଦେବେ।

ଚଳିତ ବର୍ଷର ଏଜେଣ୍ଡା

ହାଇବ୍ରିଡ୍‌ ମୋଡ୍‌ରେ ହେବାକୁ ଥିବା ଜି ୭ ବୈଠକରେ ଚଳିତବର୍ଷର ଥିମ୍‌ ବା ବିଷୟବସ୍ତୁ ରହିଛି ‘ବିଲ୍ଡ ବ୍ୟାକ୍‌ ବେଟର’। ଅଧ୍ୟକ୍ଷ ରାଷ୍ଟ୍ର ବ୍ରିଟେନ ଏଥର ୪ଟି ପ୍ରମୁଖ ବିଷୟ ଉପରେ ପ୍ରାଥମିକତା ଦେଇଛି। ସେଗୁଡ଼ିକ ହେଲା ଭବିଷ୍ୟତରେ ମହାମାରୀ ପ୍ରତିରୋଧୀ ଶକ୍ତି ବୃଦ୍ଧି କରି କରୋନା ଭାଇରସ୍‌ଠାରୁ ବିଶ୍ୱକୁ ମୁକ୍ତ କରିବା, ମୁକ୍ତ ଓ ଅବାଧ ବାଣିଜ୍ୟ ଜରିଆରେ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା, ଜଳବାୟୁ ପରିବର୍ତ୍ତନ ମୁକାବିଲା ସହ ପୃଥିବୀର ଜୈବ ବିବିଧତାର ସଂରକ୍ଷଣ କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ ଭାବ ବିନିମୟ କରିବା। ଏଥିରେ ସାମିଲ ଥିବା ଜି ୭ ନେତାମାନେ ମହାମାରୀ ଭିତରେ ବିଶ୍ୱକୁ କିପରି ଆଗେଇ ନିଆଯିବ ଏବଂ ସ୍ବାସ୍ଥ୍ୟ ତଥା ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ବିସ୍ତୃତ ଭାବେ ଆଲୋଚନା କରିବେ ବୋଲି ଆଶା କରାଯାଉଛି।
ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଜି ୭ ବୈଠକରେ ସାମିଲ ହେବାକୁ ଯାଉଛନ୍ତି। ୨୦୧୯ରେ ଜି ୭ର ଅଧ୍ୟକ୍ଷତା କରିଥିବା ଫ୍ରାନ୍ସ ଭାରତକୁ ଏକ ଗୁଡ୍‌ଓ୍ବିଲ୍‌ ପାର୍ଟନର ଭାବେ ଡାକିଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପା ଶାସନରେ ଭାରତ ଜି ୮ ସମ୍ମିଳନୀରେ ୫ ଥର ସାମିଲ ହୋଇଥିଲା। ରୁଷିଆ କ୍ରିମେଆକୁ ନିଜ ସହ ସାମିଲ କରିବା ପରେ ମସ୍କୋକୁ ଜି ୮ରୁ ବାଦ୍‌ ଦିଆଯାଇଥିଲା। ଗତବର୍ଷ ଆମେରିକାର ତତ୍କାଳନୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ଭାରତକୁ ଡାକିଥିଲେ। ଏଥିରେ ଅଧିକ ସଦସ୍ୟଙ୍କୁ ସାମିଲ କରି ଜି ୭କୁ ‘ଜି ୧୦ କିମ୍ବା ଜି ୧୧’ ନାମକରଣ କରିବାକୁ ଟ୍ରମ୍ପ୍‌ ପ୍ରସ୍ତାବ ଦେଇଥିଲେ। ତେବେ ମହାମାରୀ ଓ ଆମେରିକା ନିର୍ବାଚନର ଫଳ ଯୋଗୁ ଏହା ସମ୍ଭବ ହୋଇପାରି ନାହିଁ। ଚଳିତ ବର୍ଷ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ସମେତ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା, ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଘି, କାନାଡା ପ୍ରଧାନମନତ୍ରୀ ଜଷ୍ଟିନ୍‌ ଡ୍ରୁଡେ, ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଏହି ବୈଠକରେ ଯୋଗଦେଇଛନ୍ତି।

ଭାରତର ଆଶା

ବୈଶ୍ୱିକ ସଂସ୍ଥାଗୁଡ଼ିକୁ ପ୍ରତିଷ୍ଠା କରି ଆଧୁନିକ ଭୂରାଜନୈତିକ ବାସ୍ତବତାକୁ ପ୍ରତିଫଳିତ କରିବା ପାଇଁ ଭାରତ ସବୁବେଳେ ଉଦ୍ୟମ କରିଆସିଛି। ଟ୍ରମ୍ପଙ୍କ ନିମନ୍ତ୍ରଣ ପରେ ଏହି ଗ୍ଲୋବାଲ ହାଇ ଟେବୁଲର ଏକ ଅଂଶ ପାଲଟିବା ପାଇଁ ନୂଆଦିଲ୍ଲୀ ଚାହୁଁଥିଲା। ଚାଇନାର ମୁକାବିଲା ପାଇଁ ଆମେରିକା ସମସ୍ତ ସମଭାବାପନ୍ନ ଦେଶ ବେଜିଂ ବିରୋଧରେ ସହଯୋଗ କରନ୍ତୁ ବୋଲି ଚାହୁଁଛି। ବାଇଡେନ୍‌ ଓ ବୋରିସ୍‌ ୧୦ କିମ୍ବା ୧୧ ଦେଶକୁ ନେଇ ଏକ ବୈଶ୍ୱିକ ଗଣତାନ୍ତ୍ରିକ ମେଣ୍ଟ ଗଠନ କଲେ ଚାଇନା ପାଇଁ ତାହା ଏକ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ହେବ। ଭାକ୍ସିନ ଅଭାବ ଯୋଗୁ ଭାରତ ସମ୍ପ୍ରତି କୋଭିଡ୍‌ ମୁକାବିଲା କ୍ଷେତ୍ରରେ ପଛାଇଯାଇଛି। ଆମେରିକା ପକ୍ଷରୁ କେତେ ପରିମାଣର ଟିକା ଯୋଗାଣ ଘୋଷଣା କରାଯାଉଛି ତାହା ଉପରେ ନୂଆଦିଲ୍ଲୀର ନଜର ରହିବ। ଗତ ସପ୍ତାହରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଓ୍ବାଶିଂଟନ ଡିସିରେ ବାଇଡେନ୍‌ ପ୍ରଶାସନ ସହ ଆଲୋଚନା କରିଥିଲେ। ଏହା ପରେ ଆମେରିକା ବିଶ୍ୱ ପାଇଁ ନିଜ ଭାକ୍ସିନ ରଣନୀତିରେ ଭାରତକୁ ଟିକା ବଣ୍ଟନ କରାଯିବ ବୋଲି କହିଥିଲା। ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏନେଇ ଆଲୋଚନା କରିଥିଲେ। ଭାରତ ଆମେରିକାରୁ ପ୍ରତ୍ୟକ୍ଷ ଓ କୋଭାକ୍ସ ଜରିଆରେ ପରୋକ୍ଷ ଭାବେ ୨ରୁ ୩ ନିୟୁତ ଟିକା ପ୍ରଥମ ପର୍ଯ୍ୟାୟରେ ପାଇପାରେ।

ସଂକ୍ରମଣ ହାର ୪.୪୯%କୁ ହ୍ରାସ

ଭାରତରେ କ୍ରମାଗତ ୪ ଦିନ ହେଲା କୋଭିଡ୍‌ ସଂକ୍ରମଣ ଲକ୍ଷେ ତଳେ ରହିଛି। ଶୁକ୍ରବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ୯୧,୭୦୨ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୩,୪୦୩ ଜଣ ପ୍ରାଣ ହରାଇଛନ୍ତି। ତେବେ ଦୈନିକ ପଜିଟିଭିଟି ହାର ୪.୪୯%କୁ ହ୍ରାସ ପାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ନୂଆ ମାମଲାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୨,୭୪,୮୨୩ରେ ପହଞ୍ଚତ୍ଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୩,୬୩,୦୭୯ ହୋଇଛି। ସକ୍ରିୟ ମାମଲା ସଂଖ୍ୟା ୧୧,୨୧,୬୭୧କୁ ହ୍ରାସ ପାଇଛି, ଯାହା ମୋଟ ସଂକ୍ରମଣର ୩.୮୩ ପ୍ରତିଶତ। ଜାତୀୟ ସ୍ତରରେ ଆରୋଗ୍ୟ ହାର ୯୪.୯୩%କୁ ବୃଦ୍ଧି ପାଇଛି।

ଶ୍ରୀଲଙ୍କାରେ ଅଧିକ ସଂକ୍ରାମକ ଭାରିଆଣ୍ଟ

ଶ୍ରୀଲଙ୍କାରେ କରୋନା ଭୂତାଣୁର ଅଧିକ ସଂକ୍ରାମକ ଭାରିଆଣ୍ଟ ବି.୧.୧.୭ ଏବଂ ବି. ୧.୬୧୭.୨ ଚିହ୍ନଟ ହୋଇଥିବା ଶୁକ୍ରବାର ଘୋଷଣା କରାଯାଇଛି। ରାଜଧାନୀ କଲମ୍ବୋ ଏବଂ ଅନ୍ୟ ୯ଟି ସ୍ଥାନରେ ବି.୧.୧.୭ ଭାରିଆଣ୍ଟ ବା ଆଲ୍‌ଫା ଭାରିଆଣ୍ଟ ଚିହ୍ନଟ ହୋଇଥିବା ଶ୍ରୀ ଜୟଓ୍ବୋର୍ଦେନେପୁରା ୟୁନିଭର୍ସିଟିର ଆଲର୍ଜି, ଇମ୍ୟୁନିଟି ଓ ସେଲ୍‌ ବାୟୋଲୋଜି ବିଭାଗ ନିର୍ଦ୍ଦେଶକ ଚାନ୍ଦିମା ଜିଓ୍ବାନ୍ଦର କହିଛନ୍ତି। ସେହିପରି ଓ୍ବାସ୍‌କାଡୁଓ୍ବାରେ ଥିବା ଏକ କ୍ୱାରାଣ୍ଟାଇନ ସେଣ୍ଟରରୁ ବି.୧.୬୧୭.୨ ବା ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଛି। ଶ୍ରୀଲଙ୍କା ଏବେ ମହାମାରୀର ତୃତୀୟ ଲହରକୁ ସାମ୍‌ନା କରୁଛି। ବର୍ତ୍ତମାନ ସୁଦ୍ଧା ସେଠାରେ ୨,୧୬,୧୩୪ କରୋନା ସଂକ୍ରମିତ ହୋଇଥିବାବେଳେ ୨,୦୧୧ ଜଣଙ୍କର ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ଧରି ସ୍ବାମୀଙ୍କୁ ହଇରାଣ କରିପାରିବେନି ମହିଳା

ନୂଆଦିଲ୍ଲୀ,୮ା୫: ସ୍ବାମୀ ଓ ଶାଶୁଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।...

୮୦୦ କୋଟିର ଦୁର୍ନୀତିରେ ଖାର୍ଗେଙ୍କ ଜ୍ୱାଇଁ

ବେଙ୍ଗାଲୁରୁ, ୮।୫: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଜ୍ୱାଇଁ ତଥା ଗୁଲବର୍ଗା ଆସନରୁ ଦଳୀୟ ପ୍ରାର୍ଥୀ ରାଧାକୃଷ୍ଣ ଡୋଡ୍ଡାମଣିଙ୍କ ସମେତ ୫ ଜଣଙ୍କ ବିରୋଧରେ ଏକ...

୯୩ ଆସନରେ ୬୨% ମତଦାନ

ନୂଆଦିଲ୍ଲୀ,୮ା୫: ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ମତଦାନ ହାର...

‘ସ୍ବାମୀ, ଶାଶୂଘର ଲୋକଙ୍କୁ ହଇରାଣ କରିବାକୁ ପୋଲିସର ଉପଯୋଗ କରିପାରିବେ ନାହିଁ ମହିଳା’

ନୂଆଦିଲ୍ଲୀ,୭ା୫: ସ୍ବାମୀ ଓ ଶାଶୂଘର ଲୋକଙ୍କୁ ହଇରାଣ କରିବା ପାଇଁ ବିବାହିତ ମହିଳା ପୋଲିସ କଳର ଉପଯୋଗ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।...

ଭାଜପାକୁ ଝଟ୍‌କା, ଦଳର ପୋଷ୍ଟ ହଟାଇବାକୁ ଏକ୍ସକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୭।୫: ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କରିଥିବା ଭାଜପାକୁ ଲାଗିଛି ଶକ୍ତ ଝଟକା। କଂଗ୍ରେସ ସମ୍ପର୍କରେ ଆପତ୍ତିଜନକ ଭିଡିଓ କରି ନିର୍ବାଚନ କମିଶନରଙ୍କ ରୋଷର ଶିକାର...

‘ଭାଜପା-ମୋଦିଙ୍କ ନୀତି ଭେଦଭାବପୂର୍ଣ୍ଣ, ଶକ୍ତିଶାଳୀ ଭାରତ ଗଠନ ଲାଗି କଂଗ୍ରେସକୁ ଭୋଟ ଦିଅନ୍ତୁ’

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ୍‌ଗ୍ରହଣ ମଧ୍ୟରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା...

ବିପଦରେ ହରିୟାଣାର ଭାଜପା ସରକାର, ସମର୍ଥନ ପ୍ରତ୍ୟାହାର କରିନେଲେ… 

ଚଣ୍ଡିଗଡ଼,୭।୫: ହରିୟାଣାରେ ଭାଜପା ସରକାର ଉପରେ ସଙ୍କଟ ଦେଖାଦେଇଛି। ଭାଜପା ସରକାରକୁ ସମର୍ଥନ କରୁଥିବା ତିନି ଜଣ ସ୍ବାଧୀନ ବିଧାୟକ ବାହାରିଛନ୍ତି। ସେମାନେ ସମର୍ଥନ ଫେରାଇ...

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri