Posted inପୁରୀ

ଯୌତୁକଜନିତ ବଧୂ ହତ୍ୟା ନେଇ ଶାଶୁ, ଶ୍ୱଶୂର, ସ୍ବାମୀଙ୍କ ନାମରେ ଅଭିଯୋଗ

କୃଷ୍ଣପ୍ରସାଦ,୨ା୭.(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଶିଆଳ ଗାଁରେ ଜଣେ ନବ ବିବାହିତା ବଧୂଙ୍କୁ ଅଧିକ ଯୌତୁକ ଦାବି କରି ସୋମବାର ହତ୍ୟା କରାଯାଇଥିବା କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ, ମୃତା ବଧୂ ଜଣକ ହେଉଛନ୍ତି ମୋରଡ଼ା ଅଞ୍ଚଳ ନୂଆଗାଁ ବଟକୃଷ୍ଣ ପଲେଇଙ୍କ ସାନ ଝିଅ ମାମାଲି ପଲେଇ(୨୦) । ଶିଆଳଗାଁ ଭ୍ରମର ବିଶ୍ୱାଳଙ୍କ ପୁଅ ମିଟୁ(୨୫)ଙ୍କ ସହ ଚଳିତ ମେ ୧୭ ତାରିଖରେ ମାମାଲିଙ୍କ ବିବାହ ହୋଇଥିଲା। ବାହାଘରବେଳେ ଯୌତୁକ ଖର୍ଚ୍ଚ ବାବଦକୁ ୫୦ ହଜାର ଟଙ୍କା ସହ ସୁନା, ରୁପା ଅଳଙ୍କାର ଓ ବାସନ କୁସନ ଦିଆଯାଇଥିଲା ା ତେବେ ବିବାହର କିଛି ଦିନ ପରେ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ବୋହୂଙ୍କୁ ନିର୍ଯାତନା ଦେଇ ଆସୁଥିବା ମାମାଲି ବାପଘର ଲୋକେ ଅଭିଯୋଗ କରିଛନ୍ତି। ସୋମବାର ସକାଳ ୫ଟାରେ ନବ ବଧୂଙ୍କ ଶ୍ୱଶୁର ମାମାଲିଙ୍କ ବାପଘର ପରିବାରକୁ ଖବର ଦେଇଥିଲେ ଯେ, ତୁମ ଝିଅଙ୍କ ଦେହ ଖରାପ ଅଛି ଶୀଘ୍ର ଆସ ଦେଖିବ । ତେବେ ବାପଘର ଲୋକେ ପହଞ୍ଚତ୍ବା ପରେ ମାମାଲିଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ ା ତାଙ୍କ ମୁଣ୍ଡରେ ମାଡ଼ ମରାଯାଇଥିବା କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ଏ ଘଟଣା ନେଇ ଶ୍ୱଶୁର, ସ୍ବାମୀ ଓ ଶାଶୁ ଝଳିଙ୍କ ନାମରେ ମୃତକାଙ୍କ ଭାଇ ପ୍ରକାଶ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ଲେଖା ହେବା ପର୍ଯ୍ୟନ୍ତ ମୃତଦେହକୁ ଅଟକ ରଖିପୋଲିସ ତଦନ୍ତ ଆରମ୍ଭ କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

ପ୍ରାର୍ଥତ୍ପତ୍ର ଦାଖଲ ବେଳେ ବିଜେଡି-ଭାଜପା ମୁହାଁମୁହିଁ

ପୁରୀ,୩୦ା୪(ଅଜିତ୍‌ ମହାନ୍ତି):ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରାର୍ଥତ୍ପତ୍ର ଦାଖଲ ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାମାଙ୍କନ ଶୋଭାଯାତ୍ରାରେ ଆସିଥିବା ଭାଜପା ଓ ବିଜେଡି...

ପୁରୀ ଷ୍ଟେଶନରେ ବଡ଼ ଅଘଟଣ: ଭୁଶୁଡିଲା ନିର୍ମାଣାଧୀନ କୋଠା, ଶ୍ରମିକ ଫସି ରହିଥିବା ଆଶଙ୍କା

ପୁରୀ,୨୮।୪: ପୁରୀ ରେଲୱେ ଷ୍ଟେସନରେ ଘଟିଯାଇଛି ବଡ଼ ଅଘଟଣ। ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ଜିଲା...

ପୁରୀ ସାହିଯାତରେ ପ୍ରଚାରକଲେ ନେତା

ପୁରୀ,୨୮ା୪(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରରେ ସାହିଯାତକୁ ନେଇ ପୁରୀ ସହର ଏବେ ଉତ୍ସବମୁଖର। ସାହି ଯାତରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସମରକଳା ନୃତ୍ୟ ଦେଖିବାକୁ ମଳୁଛି। ଶୁକ୍ରବାର ବାଲିସାହି ପକ୍ଷରୁ...

ପୁରୀରେ ବ୍ୟାପିଲା ଝାଡାବାନ୍ତି, ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ପୁରୀ,୨୭।୪: ପୁରୀରେ ବ୍ୟାପିଲା ଝାଡାବାନ୍ତି। ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପିଲା ଝାଡାବାନ୍ତି। ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri