୧୫ ବର୍ଷ ବଡ଼ ଅଭିନେତାଙ୍କୁ ପ୍ରେମରେ ପଡିଥିଲେ ଡିମ୍ପଲ୍‌; ବିବାହ ପରେ ମାନି ନଥିଲେ ଏହି ସର୍ତ୍ତ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଡିମ୍ପଲ କାପାଡିଆ ଆଜି ୬୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୮ ଜୁନ ୧୯୫୭ରେ ଏକ ଧନୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଚୁନିଭାଇ କାପାଡିଆଙ୍କୁ ଫିଲ୍ମ ଷ୍ଟାରମାନଙ୍କ ମଧ୍ୟରେ ସମୟ ବିତାଉଥିଲେ। ସେ ପ୍ରାୟତଃ ଚଳଚ୍ଚିତ୍ର ବ୍ୟକ୍ତିତ୍ୱମାନଙ୍କୁ ପାର୍ଟି ଦେଉଥିଲେ। ଏହିପରି ଏକ ପାର୍ଟିରେ ରାଜ କପୁର ଡିମ୍ପଲ କାପାଡିଆଙ୍କୁ ଦେଖି ତାଙ୍କ ଫିଲ୍ମରେ ଅଭିନୟ କରିବାକୁ ମନସ୍ଥ କରିଥିଲେ। ପରେ ରାଜ କପୁର ତାଙ୍କ ପୁଅ ରିଷି କପୁରଙ୍କ ସହ ଡିମ୍ପଲ କାପାଡିଆଙ୍କୁ ବଲିଉଡ୍‌ ଡେବ୍ୟୁ କରିବାକୁ ସୁଯୋଗ ଦେଇଥିଲେ। ସେତେବେଳେ ଡିମ୍ପଲଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା ଏବଂ ରାଜେଶ ଖାନ୍ନା ସେହି ଯୁଗର ସୁପରଷ୍ଟାର ଥିଲେ। ଫିଲ୍ମ ବବି (୧୯୭୩) ରିଲିଜ ପୂର୍ବରୁ ଡିମ୍ପଲ ରାଜେଶ ଖାନ୍ନାଙ୍କୁ ଭେଟି ସାରିଥିଲେ। ସେମାନଙ୍କର ସାକ୍ଷାତ ଶୀଘ୍ର ବନ୍ଧୁତ୍ୱରେ ପରିଣତ ହେଲା। ଧୀରେ ଧୀରେ, ସେମାନଙ୍କ ମଧ୍ୟରେ ପ୍ରେମ ବ ସମ୍ପର୍କ ବଢିବାକୁ ଲାଗିଲା।
ରାଜେଶ ଏବଂ ଡିମ୍ପଲଙ୍କ ପ୍ରେମ ବିଷୟରେ ସବୁଆଡେ ଚର୍ଚ୍ଚା ହେଲା। ରାଜେଶ ଖାନ୍ନା ଥରେ ଡିମ୍ପଲଙ୍କୁ ସମୁଦ୍ର କୂଳକୁ ନେଇ ସେଠାରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଡିମ୍ପଲ ତାଙ୍କ ପ୍ରେମରେ ଏବେ ବୁଡି ଯାଇଥିଲେ ଯେ ଆଉ ବିଳମ୍ବ ନ କରି ବିବାହକୁ ହଁ କହିଦେଇଥିଲେ। ରାଜେଶ ଖାନ୍ନା ତାଙ୍କଠାରୁ ୧୫ ବର୍ଷ ବଡ ହୋଇଥିବା କଥା ସେ ମନରେ ଚିନ୍ତା କରି ନ ଥିଲେ।
ରାଜେଶ ଖାନ୍ନା ଚାହୁଁ ନ ଥିଲେ ଯେ ଡିମ୍ପଲ ବିବାହ ପରେ ଫିଲ୍ମରେ କାମ କରନ୍ତୁ। ତେଣୁ ବିବାହ ପରେ ସେ ଡିମ୍ପଲଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ ଯେ, ସେ ଆଉ ଫିଲ୍ମରେ କାମ କରିବେ ନାହିଁ। କିନ୍ତୁ ଡିମ୍ପଲ ଫିଲ୍ମରେ କାମ କରିବାକୁ ଚାହୁଁଥିଲେ। ଏହା ପରେ ସେମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଆରମ୍ଭ ହେଲା। ଏହାପରେ ଡିମ୍ପଲ ରାଜେଶ ଖାନ୍ନାଙ୍କ ଘରୁ ଛାଡି ଦେଇଥିଲେ ଏବଂ ଅନେକ ସୁପରହିଟ୍‌ ଚଳଚ୍ଚିତ୍ରର ଅଂଶବିଶେଷ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ...

ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri