କୃଷକଙ୍କ ପାଇଁ ନୂଆ ପ୍ରକଳ୍ପ ‘ରିୱାର୍ଡ’

ଭୁବନେଶ୍ୱର,୭।୬(ବ୍ୟୁରୋ): ଜଳଛାୟା ଅଞ୍ଚଳରେ ନିରନ୍ତର ଜୀବିକା ସୃଷ୍ଟି ଓ ସମନ୍ବିତ ବିକାଶ ପାଇଁ ରାଜ୍ୟ ସରକାର ନୂଆ ପରିକଳ୍ପନା ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପର ନାଁ ରହିଛି ‘ରିଜୁଭେନେଟିଂ ୱାଟରଶେଡ୍‌ସ ଫର୍‌ ଏଗ୍ରିକଲଚରାଲ୍‌ ରେଜିଲେନ୍ସ ଥ୍ରୋ ଇନୋଭେଟିଭ୍‌ ଡେଭଲପ୍‌ମେଣ୍ଟ’ ବା ‘ରିୱାର୍ଡ’। ଏହି ପରିପ୍ରେକ୍ଷୀରେ ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଭର୍ଚ୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ପ୍ରକଳ୍ପର ବିଭିନ୍ନ ଦିଗକୁ ବିଚାର କରି କୃଷକଙ୍କ ନିମନ୍ତେ ନିରନ୍ତର ଜୀବିକା ନିର୍ବାହ ପନ୍ଥା ଏବଂ ଆୟବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଯୋଜନା ସ୍ଥିର କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଜଳଛାୟା ପ୍ରକଳ୍ପ ଅନ୍ତର୍ଭୁକ୍ତ ସମସ୍ତ ଅଞ୍ଚଳ ସହ ପ୍ରକଳ୍ପ ସଂଲଗ୍ନ ଅଞ୍ଚଳକୁ ଏହି ଯୋଜନା ସମ୍ପ୍ରସାରିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ଏହି ପ୍ରକଳ୍ପ ପ୍ରଥମେ କୋରାପୁଟ, ନୟାଗଡ଼, ଢେଙ୍କାନାଳ, ଦେବଗଡ଼ ଓ ସମ୍ବଲପୁର ଆଦି ୫ ଜିଲାର ୧.୧୫ ଲକ୍ଷ ହେକ୍ଟର ପରିବ୍ୟାପ୍ତ ‘ଜଳଛାୟା ପ୍ରକଳ୍ପ’ ଅଞ୍ଚଳରେ ପରୀକ୍ଷାମୂଳକ (ପାଇଲଟ୍‌) ଭାବେ ଆରମ୍ଭ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ସବୁ ଜିଲାର ୧୫୨ଟି କ୍ଷୁଦ୍ର-ଜଳଛାୟା ପ୍ରକଳ୍ପ ଅଞ୍ଚଳ ଏଥିରେ ସାମିଲ ହେବ। ପ୍ରକଳ୍ପ ସଂଲଗ୍ନ ଅଧିକ ୪.୧୧ ଲକ୍ଷ ହେକ୍ଟର ଜମିକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। ଏହି ସମ୍ପ୍ରସାରିତ ଅଞ୍ଚଳରେ ୫୩୩ଟି କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ରହିଛି, ଯାହା ନବରଙ୍ଗପୁର ଏବଂ ସୁନ୍ଦରଗଡ଼ ଜିଲାରେ ରହିଛି। ଏହିପରି ଭାବେ ମୋଟ ୭ ଜିଲାର ୬୮୫ କ୍ଷୁଦ୍ର ଜଳଛାୟା ପ୍ରକଳ୍ପ ଅନ୍ତର୍ଗତ ୫.୨୬ ଲକ୍ଷ ହେକ୍ଟର ଭୂସମ୍ପତ୍ତି ଏବଂ ପ୍ରାକୃତିକ ସାଧନକୁ ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି।
ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ପ୍ରକଳ୍ପର ଆବଶ୍ୟକତା ବିଷୟ ଉପସ୍ଥାପନ କରିଥିଲେ। ପ୍ରକଳ୍ପର ଅବଧି ପ୍ରାୟ ୬ ବର୍ଷ ରହିବ। ପ୍ରକଳ୍ପରେ ପ୍ରାୟ ୨୧୧.୫୭ ମିଲିଅନ ଡଲାର (ପ୍ରାୟ ୧୫୩୮.୩୯ କୋଟି) ବିନିଯୋଗ ହେବାର ଆକଳନ କରାଯାଇଛି। ଏହି ଅର୍ଥ ମଧ୍ୟରୁ ୧୬୨.୫୭ ମିଲିଅନ ଡଲାର (୧୧୮୧.୧୩ କୋଟି) ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ସଂଯୋଜନା ଭିତ୍ତିରେ ଯୋଗାଇବେ ଏବଂ ବିଶ୍ୱବ୍ୟାଙ୍କର ଆନ୍ତର୍ଜାତିକ ପୁନର୍ଗଠନ ଓ ଉନ୍ନୟନ ବ୍ୟାଙ୍କ ୪୯ ମିଲିୟନ ଡଲାର (୩୫୭.୨୫ କୋଟି) ଋଣ ଆକାରରେ ଯୋଗାଇବେ ବୋଲି ବଶିଷ୍ଠ ସୂଚନା ଦେଇଥିଲେ। ବିଶ୍ୱବ୍ୟାଙ୍କର ବରିଷ୍ଠ ଅଧିକାରୀ ପ୍ରୀତି କୁମାର ନିଜ ଟିମ୍‌ଙ୍କ ସହ ପ୍ରକଳ୍ପର ବୈଷୟିକ, ଆର୍ଥିକ ଓ କାର୍ଯ୍ୟପନ୍ଥା ବିଷୟରେ ସବିଶେଷ ସୂଚନା ଦେଇଥିଲେ। ସେ କହିଥିଲେ, ଜଳଛାୟା ପ୍ରକଳ୍ପ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଗାମୀ ରାଜ୍ୟ। ସମଗ୍ର ଦେଶରେ କର୍ନାଟକ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଆଦି ୩ଟି ରାଜ୍ୟରେ ଏହି ରିୱାର୍ଡ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱବ୍ୟାଙ୍କ ପ୍ରସ୍ତାବ ରଖିଛନ୍ତି। ସେପଟେ ଯୋଜନାର କାର୍ଯ୍ୟାନ୍ବୟନ ଏବଂ ଫଳାଫଳର ନିୟମିତ ମୂଲ୍ୟାୟନ ନିମନ୍ତେ ଏକ ନିର୍ଭରଯୋଗ୍ୟ ବିଶେଷଜ୍ଞ ସଂସ୍ଥା ଚୟନ କରିବା ସହିତ ଜୁଲାଇ ଶେଷ ସୁଦ୍ଧା ପ୍ରକଳ୍ପ ପ୍ରସ୍ତାବ ଏବଂ କାର୍ଯ୍ୟାନ୍ବୟନ ପଦ୍ଧତି ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ପରଲୋକରେ ଷ୍ଟାଚ୍ୟୁ ଅଫ ୟୁନିଟିର ନିର୍ମାତା: ଖେଳିଗଲା ଶୋକର ଲହରୀ

ନୋଏଡା,୧୮।୧୨: ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଛି। ସେ ପ୍ରାୟ ୧୦୦ ବର୍ଷ ବୟସରେ ନୋଏଡାର ସେକ୍ଟର ୧୯ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

ହଠାତ୍‌ ରାଗିଗଲେ ବୁମ୍‌ରା, ପ୍ରଶଂସକଙ୍କ ମୋବାଇଲ୍‌ ଛଡ଼ାଇନେଲେ…ଦେଖନ୍ତୁ VIDEO

ଲକ୍ଷ୍ନୌ,୧୮।୧୨: ଲକ୍ଷ୍ନୌରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବାତିଲ ହୋଇଗଲା। ଜସପ୍ରୀତ ବୁମରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ବର୍ଷର ଉପହାର: ଜାନୁଆରୀ ୧ରୁ ସାରା ଦେଶରେ…

ନୂଆଦିଲ୍ଲୀ,୧୮।୧୨: ନୂତନ ବର୍ଷ ୨୦୨୬ ସାରା ଦେଶର ଲକ୍ଷ ଲକ୍ଷ ଗ୍ୟାସ ଗ୍ରାହକଙ୍କୁ ଖୁସି କରିବ ବୋଲି ଖୁସିର ଖବର ଆଣିଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ...

ନୂଆବର୍ଷରେ ଶନିଙ୍କ ସିଧା ଚଳନରେ ବଦଳିଯିବ ଭାଗ୍ୟ; ଏହି ୩ ରାଶିଙ୍କର ବାଜିବ ଲଟେରୀ, ବଢିଚାଲିବ ସମ୍ପତ୍ତି!

ନଅଟି ଗ୍ରହ ମଧ୍ୟରେ ଶନିକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ବୋଲି ବିବେଚନା କରାଯାଏ। ଶନି ସବୁଠାରୁ ଧୀର ଗତିରେ ଗତି କରନ୍ତି, ପ୍ରତି ଅଢ଼େଇ ବର୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri