କିନ୍ନର ଚିନ୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍‌, ପ୍ରଶଂସା

ଛେଣ୍ଡିପଦା,୫।୬(ସ୍ବ.ପ୍ର.): ୫୦ କିଲୋମିଟର ଦୂରରେ ଥିଲେ ମଧ୍ୟ ଫୋନ୍‌ କଲ୍‌ଟିଏ ପାଇ କୋଭିଡ୍‌ ସଂକ୍ରମିତଙ୍କ ମୃତଦେହ ସଂସ୍କାର ନିମନ୍ତେ ପହଞ୍ଚିଯାଉଥିବା ଅନୁଗୋଳ ଜିଲା ଜରପଡ଼ାର ସାମାଜିକ କର୍ମୀ କିନ୍ନର ଚିନ୍ମୟୀ ଦାସଙ୍କୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କରିବା ସହ ପ୍ରଶଂସା କରିଛନ୍ତି। ମହାମାରୀ ସମୟରେ ଚିନ୍ମୟୀଙ୍କ ଉତ୍ସର୍ଗୀକୃତ ସେବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ସାଧୁବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟର ଅନେକ ଉଚ୍ଚପଦସ୍ଥ ଅଧିକାରୀ, ରାଜନେତା ମଧ୍ୟ ଟୁଇଟ୍‌ କରି ଚିନ୍ମୟୀଙ୍କୁ ଉତ୍ସାହିତ କରିଛନ୍ତି।
ଜଗତ୍‌ସିଂହପୁର ଜିଲାର ମୂଳ ନିବାସୀ ଚିନ୍ମୟୀ କିଛି ବର୍ଷ ହେଲା ଅନୁଗୋଳ ଜିଲାରେ ରହୁଛନ୍ତି। ଜରପଡାଠାରେ ତାଙ୍କର ଏକ ଛୋଟ ଲେଡିଜ୍‌ କର୍ନର ଅଛି। ସେଥିରୁ ଯାହା ଅର୍ଥ ଉପାର୍ଜନ ହୁଏ, ସେଥିରେ ସେ ନିଜେ ଚଳିବା ସହ ଅସହାୟ ଲୋକଙ୍କୁ ସହାୟତା ଯୋଗାଇବାରେ ବ୍ୟୟ କରନ୍ତି। ପୂର୍ବରୁ ରୋଗୀଙ୍କ ସେବା କରି ଆସୁଥିବା ଚିନ୍ମୟୀ ବର୍ତ୍ତମାନ ମହାମାରୀ ସମୟରେ କୋଭିଡ୍‌ ସଂକ୍ରମିତଙ୍କ ମୃତଦେହ ସତ୍କାର କରିବାରେ ଲାଗିପଡ଼ିଛନ୍ତି। ତାଙ୍କ ସହାୟତା ଲୋଡ଼ୁଥିବା ପରିବାର ନିକଟରେ ପହଞ୍ଚି ନିଜ ସୁବିଧାରେ ମୃତଦେହ ନେଇ ଦାହ କରୁଛନ୍ତି। ଏଥିପାଇଁ କାହାଠାରୁ ଟଙ୍କାଟିଏ ସେ ନିଅନ୍ତି ନାହିଁ। ଏପରି ମହତ୍‌ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟାହ୍ନ ୧୨ଟା ୭ ମିନିଟ୍‌ରେ ଚିନ୍ମୟୀଙ୍କୁ ଫୋନ କରିଥିଲେ। ୪୦ ସେକେଣ୍ଡର କଥାବାର୍ତ୍ତା ମଧ୍ୟରେ କୋଭିଡ୍‌ ସମୟରେ ଗରିବ, ଅସହାୟଙ୍କ ଶବ ସତ୍କାର କରି ସେ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି ଓ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ଚିନ୍ମୟୀ ପ୍ରକାଶ କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ଟୁଇଟ୍‌ ମଧ୍ୟ କରିଛନ୍ତି। ସେହିପରି ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରା, ନରସିଂହ ଭୋଳଙ୍କ ସମେତ ଅନେକ ନେତା ଚିନ୍ମୟୀଙ୍କୁ ଟୁଇଟ୍‌ କରି ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ଚିନ୍ମୟୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଫୋନ୍‌ ତାଙ୍କୁ ଅଧିକ ପ୍ରେରଣା ଦେଇଛି। ଆଗାମୀ ଦିନରେ ସେ ଅଧିକରୁ ଅଧିକ ଗରିବ, ଅସହାୟ ଲୋକଙ୍କୁ ସହାୟତା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍‌...

ପ୍ରଚାରରେ ପିଲାଙ୍କୁ ଲଗାଇବା ମନା

ଭୁବନେଶ୍ୱର,୨୯ା୪ (ପି.ଟି.):ନିର୍ବାଚନୀ ସଭା ଓ ରାଲିରେ ପିଲାମାନଙ୍କୁ ନିୟୋଜିତ ନ କରିବା ପାଇଁ ନିର୍ବାଚନ କମିଶନ ଓଡ଼ିଶାର ରାଜନୈତିକ ଦଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri