Posted inଖେଳ

ଅଲିମ୍ପିକ ଚାମ୍ପିୟନ ରୋଲିନ୍ସମ୍ୟାକ୍‌ନିଲ ୫ବର୍ଷ ବାସନ୍ଦ

ମୋନାକୋ, ୫ା୬ (ଏପି)-ଅଲିମ୍ପିକ ହର୍ଡଲ୍ସ ଚାମ୍ପିୟନ ବ୍ରାଏନା ରୋଲିନ୍ସମ୍ୟାକ୍‌ନିଲ ଏକ ଡୋପିଂ ମାମଲାରେ ୫ବର୍ଷ ବାସନ୍ଦ ହୋଇଛନ୍ତି। ଫଳରେ ସେ ଚଳିତବର୍ଷର ଟୋକିଓ ଗେମ୍ସ ଓ ୨୦୨୪ ପ୍ୟାରିସ ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ। ଡୋପିଂ କଣ୍ଟ୍ରୋଲ ସାମ୍ପଲ୍ସର ରେଜଲ୍ଟ ମ୍ୟାନେଜମେଣ୍ଟ ପ୍ରୋସେସ୍‌ରେ ଟ୍ୟାମ୍ପରିଂ ପାଇଁ ଆମେରିକାର ଏହି ଆଥ୍‌ଲେଟ ତାଙ୍କ କ୍ୟାରିୟରରେ ଦ୍ୱିତୀୟ ଥର ବାସନ୍ଦ ହୋଇଥିବା ଆଥ୍‌ଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) କହିଛି। ୨୯ବର୍ଷୀୟ ହର୍ଡଲ୍ସ ଧାବକ ବାସନ୍ଦ ଦଣ୍ଡ ୨୦୨୪ ପର୍ଯ୍ୟନ୍ତ ରହିବ। ସେତେବେଳକୁ ପ୍ୟାରିସ ଅଲିମ୍ପିକ୍ସ ଶେଷ ହୋଇଯାଇଥିବ। ତେବେ ରୋଲିନ୍ସମ୍ୟାକ୍‌ନିଲ ଯେପରି ଆସନ୍ତା ମାସରେ ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇପାରିବେ ସେଥିପାଇଁ ଅପିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ଠାରୁ ସେ ଏକ ମଧ୍ୟବର୍ତ୍ତିକାଳୀନ ରାୟ ଚାହିବେ। ଯାହାଫଳରେ ସେ ଚଳିତ ମାସରେ ୟୁଏସ୍‌ ଅଲିମ୍ପିକ୍‌ ଟ୍ରାଏଲରେ ଭାଗ ନେଇପାରିବେ। ତାଙ୍କ ପୂର୍ଣ୍ଣାଙ୍ଗ ଅପିଲର ଶୁଣାଣି ଜୁଲାଇ ୨୩ରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ହେବ ବୋଲି ଏଆଇୟୁ କହିଛି। ମେଡିକାଲ ରେକର୍ଡ ସମ୍ପର୍କିତ ହୋଇଥିବାରୁ ଗୋପନୀୟତା ଦୃଷ୍ଟିକୋଣରୁ ଏଆଇୟୁ ଏହି ଡୋପିଂ ମାମଲାର ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିନାହିଁ।
ଡୋପିଂ ଟେଷ୍ଟକୁ ଏଡାଇ ଯାଇଥିବାରୁ ରୋଲିନ୍ସମ୍ୟାକ୍‌ନିଲ ଏକ ବର୍ଷ ବାସନ୍ଦ ହେବାରୁ ସେ ୨୦୧୭ ସିଜନରେ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରି ନ ଥିଲେ। ତାଙ୍କ କ୍ୟାରିୟର ଶ୍ରେଷ୍ଠ ଟାଇମିଂ ହେଉଛି ୧୨.୨୬ ସେକେଣ୍ଡ। ଇଭେଣ୍ଟର ଇତିହାସରେ ସେ ୪ର୍ଥ ଦ୍ରୁତତମ ମହିଳା ବିବେଚିତ ହୋଇଛନ୍ତି। ସେ ମସ୍କୋସ୍ଥିତ ୨୦୧୩ ବିଶ୍ୱଚାମ୍ପିୟନଶିପ୍‌ରେ ୧୦୦ମିଟର ହର୍ଡଲ୍ସ ଟାଇଟଲ ମଧ୍ୟ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା: ଗିଲ୍‌ ପଡିଲେ ବାଦ୍‌, ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୦।୧୨: ICC ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଆଜି ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଦଳର ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା...

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳିବେନି ବୁମ୍‌ରା-ହାର୍ଦ୍ଦିକ! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୦।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେଉଛି ଦିନିକିଆ ସିରିଜ। ଏହି ସିରିଜରେ ତିନୋଟି ଦିନିକିଆ ଖେଳାଯିବ, କିନ୍ତୁ ଗଣମାଧ୍ୟମ...

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri