Posted inଖେଳ

ସ୍ବଭାବରେ ବହୁତ ରାଗି ଥିଲେ ଏହି ଭାରତୀୟ କ୍ରିକେଟର: ପାକିସ୍ତାନର ଇନ୍ଜାମାମଙ୍କ ସହ ବି କରି ଦେଇଥିଲେ ଝଗଡ଼ା

ନୂଆଦିଲ୍ଲୀ,୪।୬: ଭାରତୀୟ ଦଳର ପୂର୍ବ ଅଧିନାୟକ ତଥା ଅଭିଜ୍ଞ ବୋଲର ଅନିଲ କୁମ୍ବଲେ ଟେଷ୍ଟ ଇତିହାସରେ ସବୁଠାରୁ ଅଧିକ ଉଇକେଟ୍‌ ନେଇଥିବା ଖେଳାଳି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ସେ ୧୩୨ ଟେଷ୍ଟ ମ୍ୟାଚ୍‌ରେ ୬୧୯ ଉଇକେଟ ନେଇଛନ୍ତି। ଗୋଟିଏ ପାଳିରେ ୧୦ଟି ଉଇକେଟ ନେବା ଦ୍ୱିତୀୟ ବୋଲର ମଧ୍ୟ ସେ। ଦିନିକିଆ ମ୍ୟାଚ୍‌ରେ କୁମ୍ବଲେ ୨୭୧ ମ୍ୟାଚ୍‌ ଖେଳି ୩୩୭ ଉଇକେଟ ନେଇଛନ୍ତି। କ୍ରିକେଟ ପଡ଼ିଆରେ ନିଜର ଶତ ପ୍ରତିଶତ ଦେଉଥିବା ଏହି ଖେଳାଳି ସ୍ବଭାବରେ ବହୁତ ରାଗି। ପାକିସ୍ତାନର ସବୁଠାରୁ ଶାନ୍ତ ଖେଳାଳି ଇନ୍ଜାମାମ ଉଲ ହକଙ୍କ ସହ ମଧ୍ୟ ସେ ଝଗଡ଼ା କରିସାରିଛନ୍ତି ବୋଲି ରାହୁଲ ଦ୍ରାବିଡ ଖୁଲାସା କରିଥିଲେ।

ଅଭିନେତା ଅପାରଶକ୍ତିଙ୍କ କାର୍ଯ୍ୟକ୍ରମ ‘କ୍ରିକେଟ ଡାଏରିଜ’ରେ ଦ୍ରାବିଡ଼ଙ୍କ ସହ ଅତିଥି ଭାବେ ଯୋଗଦେଇଥିଲେ ମହମ୍ମଦ କୈଫ ଏବଂ ଅଜିତ ଅଗରକର। ଏହି କାର୍ଯ୍ୟକ୍ରମରେ କୁମ୍ବଲେଙ୍କ ବିଷୟରେ ଦ୍ରାବିଡ଼ଙ୍କୁ ପଚରାଯାଇଥିଲା। ଏହାର ଜବାବରେ ଦ୍ରାବିଡ କହିଥିଲେ, ବହୁତ ରାଗି। ପଡ଼ିଆରେ ସେ ବହୁତ ରାଗି ହୋଇଯାଇଥାନ୍ତି। ଇନ୍ଜାମାମଙ୍କ ଭଳି ଖେଳାଳିଙ୍କୁ ବି ସେ ଛାଡ଼ି ନାହାନ୍ତି। ତାଙ୍କ ସହ ସେ ଝଗଡ଼ା କରିଛନ୍ତି। ସେହିଭଳି କୈଫ କହିଥିଲେ, ଆମେ ତାଙ୍କୁ ସବୁବେଳେ ରାଗି ଅବସ୍ଥାରେ ଦେଖୁ। ସେ କେବେହେଲେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ୧୦ ଉଇକେଟ ନେଲେ ମଧ୍ୟ ତାଙ୍କର ସେଭଳି ଅବସ୍ଥା ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri