Posted inଜାତୀୟ

ନୀତି ଆୟୋଗ ଏସ୍‌ଡିଜି ସୂଚକାଙ୍କ: ଓଡ଼ିଶା ର଼୍ୟାଙ୍କ୍‌ ଖସିଲା

ନୂଆଦିଲ୍ଲୀ,୪।୬:ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପକ୍ଷରୁ ଗୁରୁବାର ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍‌ (ଏସ୍‌ଡିଜି) ବା ନିରନ୍ତର ବିକାଶ ଲକ୍ଷ୍ୟ ସୂଚକାଙ୍କ ୨୦୨୦-୨୧ ପ୍ରକାଶ ପାଇଛି। ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏହି ସୂଚକାଙ୍କର ତୃତୀୟ ସଂସ୍କରଣକୁ ଉନ୍ମୋଚନ କରିଥିଲେ। ଏଥିରେ କେରଳ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ସ୍ଥାନ ହାସଲ କରିଥିବା ବେଳେ ବିହାର ସବୁଠାରୁ ଖରାପ ପ୍ରଦର୍ଶନକାରୀ ଭାବେ ବିବେଚିତ ହୋଇଛି। ତାଲିକାରେ ଓଡ଼ିଶାର ର଼୍ୟାଙ୍କ ଖସିଛି। ୨୦୨୦-୨୧ ଅବଧି ଲାଗି ୬୧ ସ୍କୋର ସହ ଓଡ଼ିଶା ୨୧ତମ ସ୍ଥାନକୁ ଖସିଛି। ୨୦୧୯ରେ ୫୮ ସ୍କୋର ସହ ଏହା ୧୫ ତମ ସ୍ଥାନରେ ଥିଲା। ସେହିଭଳି ୨୦୧୮ରେ ୫୧ ସ୍କୋର ସହ ଏହି ରାଜ୍ୟ ୨୨ତମ ସ୍ଥାନରେ ଥିଲା। ରାଜ୍ୟଗୁଡିକର ସାମାଜିକ, ଅର୍ଥନୈତିକ ଏବଂ ପରିବେଶ ଭଳି ବିଭିନ୍ନ ମାନକ ଆଧାରରେ ଏଭଳି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ସାରା ଦେଶ କଥା ବିଚାରକୁ ନେଲେ ଭାରତର ସ୍କୋର ୬ ପଏଣ୍ଟ ବୃଦ୍ଧି ହୋଇ ୬୦ରୁ ୬୬କୁ ବଢିଛି। ଭାରତ ସ୍ବଚ୍ଛ ଜଳ ଯୋଗାଣ, ସୁଲଭ ଏବଂ ସ୍ବଚ୍ଛ ଇନ୍ଧନ ଭଳି ଯୋଗାଣ କରିବାରେ ଅଗ୍ରଗତି କରିଥିବାରୁ ଉନ୍ନତ ପଏଣ୍ଟ ହାସଲ କରିଛି।
ତାଲିକାର ପ୍ରଥମ ସ୍ଥାନରେ ରହିଥିବା କେରଳ ୭୫ ସ୍କୋର ହାସଲ କରିଛି। ୭୪ ସ୍କୋର ସହ ଉଭୟ ହିମାଞ୍ଚଳ ପ୍ରଦେଶ ଏବଂ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟ ମଧ୍ୟରେ ବିହାର, ଝାଡ଼ଖଣ୍ଡ ଏବଂ ଆସାମ ରହିଛନ୍ତି। ୭୯ ସ୍କୋର ସହ ଚଣ୍ଡିଗଡ଼ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି। ଏହା ପରେ ପରେ ୬୮ ସ୍କୋର ସହ ଦିଲ୍ଲୀ ରହିଛି। ୨୦୨୦-୨୧ର ଟପ୍‌ ଗେନର ସ୍ଥାନରେ ମିଜୋରାମ, ହରିୟାଣା ଏବଂ ଉତ୍ତରାଖଣ୍ଡ ରହିଛନ୍ତି। ୨୦୧୯ ତୁଳନାରେ ଏମାନଙ୍କ ସ୍କୋରରେ ବେଶ୍‌ ଉନ୍ନତି ଆସିଛି। ଉତ୍ତରାଖଣ୍ଡ, ଗୁଜରାଟ, ମହାରାଷ୍ଟ୍ର, ମିଜୋରାମ, ପଞ୍ଜାବ, ହରିୟାଣା, ତ୍ରିପୁରା, ଦିଲ୍ଲୀ, ଲାକ୍ଷାଦୀପ, ଆଣ୍ଡାମାନ ଆଣ୍ଡ ନିକୋବର, ଜମ୍ମୁ କଶ୍ମୀର ଏବଂ ଲଦାଖ ଫ୍ରଣ୍ଟ ରନର ବର୍ଗରେ ରହିଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ଗୁଜରାଟ ଏବଂ ଦିଲ୍ଲୀ ଟପ୍‌ ପରଫରମର ରହିଛନ୍ତି। ଫ୍ରଣ୍ଟ ରନର ବର୍ଗରେ ୨୧ ରାଜ୍ୟ ଏବଂ ସବୁ କେନ୍ଦ୍ର ଶାସିତ ଅଞ୍ଚଳ ରହିଛନ୍ତି।
ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ କେରଳ ଏବଂ ଚଣ୍ଡିଗଡ଼ ଆଗରେ ରହିଛନ୍ତି। ସେହିଭଳି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ତାମିଲନାଡୁ ଏବଂ ଦିଲ୍ଲୀ ସବୁଠାରୁ ଭଲ ପ୍ରଦର୍ଶନ କରିଛନ୍ତି। ଏହାବାଦ୍‌ ଅସମାନତା ହ୍ରାସ କ୍ଷେତ୍ରରେ ମେଘାଳୟ ଏବଂ ଛତିଶଗଡ଼ ବେଷ୍ଟ ପରଫରମର ରହିଛନ୍ତି। ଏଭଳି ଏକ ତାଲିକା ପ୍ରକାଶ ଦ୍ୱାରା ରାଜ୍ୟଗୁଡିକର ନିରନ୍ତର ବିକାଶ ଲକ୍ଷ୍ୟ ଦିଗରେ କିଭଳି ଅଗ୍ରଗତି ହାସଲ କରୁଛନ୍ତି ତା’ର ମନିଟରିଂ କରାଯାଉଛି ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି। ୨୦୧୮ରେ ପ୍ରଥମ ଥର ଲାଗି ଏଭଳି ସୂଚକାଙ୍କ ପ୍ରକାଶ ପାଇଥିଲା। ଜାତିସଂଘ ସହଯୋଗରେ ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ: ପହଞ୍ଚିଗଲେ..

କଟକ,୨୩।୧୨: ବେଆଇନ୍‌ ଭାବେ ଚାଲିଥିଲା ଅଲଟ୍ରାସାଉଣ୍ଡ। ହଠାତ୍‌ ହେଲା ଚଢ଼ାଉ। ଏଭଳି ଘଟଣା ଘଟିଛି କଟକରେ। କଟକର ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ଉପରେ ଚଢାଉ...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ବଡ଼ଦିନ ପାଇଁ ଜି.ଉଦୟଗିରିରେ ଫ୍ଲାଗମାର୍ଚ୍ଚ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଜି.ଉଦୟଗିରି,୨୩/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ ବଡ଼ଦିନ ଖ୍ରୀଷ୍ଟମାସ୍ ଉତ୍ସବ ପାଳନକୁ ଆଉ ଦୁଇ ଦିନ ବାକି ଥିବା ବେଳେ...

ପାଟିତୁଣ୍ଡରୁ ତୁମୁଳକାଣ୍ଡ..କମ୍ପାନୀ କ୍ୟାମ୍ପସରେ ହତ୍ୟା, ପାଣିଟାଙ୍କିରେ ଫିଙ୍ଗିଦେଲେ ମୃତଦେହ

ନୂଆଦିଲ୍ଲୀ,୨୩।୧୨: ମହାରାଷ୍ଟ୍ରର ପାଲଘର ଜିଲାରୁ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି। ବ୍ୟକ୍ତିଗତ ବିବାଦ ପରେ ଜଣେ ଯୁବକ ତାଙ୍କ ଅଫିସ ସହକର୍ମୀଙ୍କୁ ହତ୍ୟା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

କ୍ୟାଡର ମାଓବାଦୀଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା: ଲାଗିଲା ପୋଷ୍ଟର

ରାଇକିଆ,୨୩।୧୨ (ପ୍ରଦୀପ ବେହେରା): କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ମୁକ୍ତ ପାଇଁ ଲକ୍ଷ୍ୟ ରଖୁଛନ୍ତି। ଏହି ସମୟ ପାଖେଇ ଆସୁଥିବାରୁ ପୋଲିସ ମାଓବାଦୀଙ୍କୁ...

ଭାଜପାର ନୂତନ କମିଟି ଗଠନ: ସୁକାନ୍ତ-ଅଜିତଙ୍କୁ ଗୁରୁଦାୟିତ୍ୱ

ଦାରିଙ୍ଗବାଡି, ୨୩/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଭାଜପାର ଜିଲାସ୍ତରୀୟ ନୂତନ କମିଟି ଜିଲା ସଭାପତି ପଣ୍ଡିତ ବିଶି ମାଝୀଙ୍କ ନେତୃତ୍ୱରେ ଚୟନ ହୋଇଯାଇଛି। ଜିଲାର...

ରୋଷେଇ କଲା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଗୁରୁତରଙ୍କୁ କଟକ ସ୍ଥାନାନ୍ତର

ବ୍ରହ୍ମପୁର , ୨୩।୧୨( ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁର ବଡ଼ ବନ୍ଧ ସାହିରେ ସୋମବାର ରାତିରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri